ETV Bharat / bharat

ମଧ୍ୟାହ୍ନରେ ଘରକୁ ଚମ୍ପଟ ମାରୁଥିଲେ ଡାକ୍ତର, ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟରେ ପଡୁଥିଲା ଉପସ୍ଥାନ

ରୋଗୀ ସେବା କରିବା ପରିବର୍ତ୍ତେ ମଧ୍ୟାହ୍ନ ହେବା ମାତ୍ରେ ଘରକୁ ମାରୁଥିଲେ ଚମ୍ପଟ । ଆଉ ଉପସ୍ଥାନ ଲାଗି ବ୍ୟବହାର କରୁଥିଲେ ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟ । ଏଭଳି ଠକ କାର୍ଯ୍ୟ ଆପଣାଇଥିବା ଆନ୍ଧ୍ରପ୍ରଦେଶର ୨ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Oct 26, 2022, 7:47 AM IST

ମଧ୍ୟାହ୍ନରେ ଘରକୁ ଚମ୍ପଟ ମାରୁଥିଲେ ଡାକ୍ତର, ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟରେ ପଡୁଥିଲା ଉପସ୍ଥାନ
ମଧ୍ୟାହ୍ନରେ ଘରକୁ ଚମ୍ପଟ ମାରୁଥିଲେ ଡାକ୍ତର, ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟରେ ପଡୁଥିଲା ଉପସ୍ଥାନ

ଅମରାବତୀ: ଡାକ୍ତରଙ୍କ ପ୍ରମୁଖ କର୍ତ୍ତବ୍ୟ ହୋଇଥାଏ ରୋଗୀ ସେବା । ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଆରୋଗ୍ୟ କରିବା ସେମାନଙ୍କ ମୁଖ୍ୟ କାର୍ଯ୍ୟ । ମାତ୍ର ଏଠାରେ ନିଜ କର୍ତ୍ତବ୍ୟରେ ଅବହେଳା କରି ଶେଷରେ ନିଲମ୍ବିତ ହୋଇଛନ୍ତି ୨ ଡାକ୍ତର । ବାଓମେଟ୍ରିକ ଉପସ୍ଥାନ (Biometric attendance) ଲାଗି କରୁଥିଲେ ଠକ କାର୍ଯ୍ୟ । ମିଥ୍ୟା ଫିଙ୍ଗରପ୍ରିଣ୍ଟ ସହାୟତାରେ ଉପସ୍ଥାନ ପକାଇ ମଧ୍ୟାହ୍ନରେ ହିଁ ଘରକୁ ପଳାଉଥିଲେ । ଏହା ଜଣାପଡ଼ିବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଏଭଳି ଘଟଣା ଆନ୍ଧ୍ରପ୍ରଦେଶ ତେନାଲି ସରକାରୀ ହସ୍ପିଟାଲ (Tenali Government Hospital)ରେ ଦେଖିବାକୁ ମିଳିଛି ।

ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟରେ ପଡୁଥିଲା ଉପସ୍ଥାନ:-

ଗୁଣ୍ଟୁର ଜିଲ୍ଲାର ତେନାଲି ସରକାରୀ ହସ୍ପିଟାଲରେ ଡାକ୍ତରମାନେ ଏହି ଠକ କାର୍ଯ୍ୟରେ ଜଡ଼ିତ ଥିଲେ । ଡାକ୍ତରଙ୍କୁ ରୋଗୀ ସେବା ଅପେକ୍ଷା ଘରକୁ ଯିବା ସଦାସର୍ବଦା ଜଲଦି ରହୁଥିଲା । ଏଥିଲାଗି ସେମାନେ ବାଓମେଟ୍ରିକ ଆଟେଣ୍ଡାନ୍ସରେ ଠକ ପଦ୍ଧତି ଆପଣାଇଥିଲେ । ଏହି ହସ୍ପିଟାଲର ୨ ଜଣ ଡାକ୍ତର ସକାଳେ ଆସୁଥିବା ବେଳେ ମଧ୍ୟାହ୍ନ ବେଳେ ଘରକୁ ଆସୁଥିଲେ । ମାତ୍ର ସେମାନଙ୍କ ଡ୍ୟୁଟି ସନ୍ଧ୍ୟା ପର୍ଯ୍ୟନ୍ତ ରହୁଥିଲା । ହସ୍ପିଟାଲରେ ନିଜ ଉପସ୍ଥାନ ପକାଇବା ଲାଗି ଫିଙ୍ଗରପ୍ରିଣ୍ଟର ବ୍ୟବସ୍ଥା ରହିଥିଲା (Finger print used for attendance) । ସନ୍ଧ୍ୟାରେ ଉପସ୍ଥିତି ଲାଗି ସେମାନେ ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟ ବ୍ୟବହାର କରୁଥିଲେ । ନିଜ ଫିଙ୍ଗରପ୍ରିଣ୍ଟ ପରି ଏକ ପ୍ଲାଷ୍ଟିକର ଫିଙ୍ଗରପ୍ରିଣ୍ଟ ତିଆରି କରିଥିଲେ ।

ଏହା ବି ପଢନ୍ତୁ- Gujarat Assembly Election: ବିଜେପି ରଣନୀତି ପ୍ରସ୍ତୁତ, ଏହି ଆଧାରରେ ଲଢିବ ଦଳ

ଠକ ଡାକ୍ତରଙ୍କୁ ଏହି ଠକେଇ କାର୍ଯ୍ୟରେ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ସହାୟତା କରୁଥିଲେ । ସେମାନେ ସନ୍ଧ୍ୟା ସମୟରେ ଡାକ୍ତରଙ୍କ ଫିଙ୍ଗରପ୍ରିଣ୍ଟ ଭଳି ଅବିକଳ ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟରେ ଉପସ୍ଥାନ ପକାଉଥିଲେ । ଏ ସମ୍ପର୍କରେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଅଭିଯୋଗ ହେବା ପରେ ଘଟଣା ସାମନାକୁ ଆସିଥିଲା । ଏହାପରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପ୍ରକୃତ ସତ୍ୟ ସାମନାକୁ ଆସିଥିଲା । ଏହାପରେ ୨ ଡାକ୍ତରଙ୍କୁ ନିଲମ୍ବିତ କରାଯିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଚାକିରିରୁ ବାହାର କରାଯାଇଛି ।

ସୂଚନା ଥାଉକି ବିଭିନ୍ନ ଅନୁଷ୍ଠାନ, ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥାନ ଜାଣିବା ଲାଗି ଦସ୍ତଖତ ବଦଳରେ ବାଓମେଟ୍ରିକ ଆଟେଣ୍ଡାନ୍ସର ବ୍ୟବସ୍ଥା ରହିଛି । ଏଥିରେ କର୍ମଚାରୀଙ୍କ ଜଣକ ନିଜ ଆଙ୍ଗୁଠି ମେସିନ ଉପରେ ରଖିବା ପରେ ଏହା ଉକ୍ତ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଉପସ୍ଥିତିକୁ ଉଲ୍ଲେଖ କରିଥାଏ । ଏହାଦ୍ବାରା କର୍ମଚାରୀଙ୍କ ଉଦ୍ଦେଶ୍ୟ ଥିବା କାର୍ଯ୍ୟକୁ ଯେପରି ଏଡ଼ାଇ ଦିଆଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.