ETV Bharat / bharat

ବିରଳ ଅସ୍ତ୍ରୋପଚାର, ଖାଦ୍ୟନଳୀରୁ ବାହାରିଲା ୬.୫ ସେମିର ଟ୍ୟୁମର

author img

By

Published : May 15, 2023, 9:34 AM IST

ଭାରତରେ ପ୍ରଥମ । ଏଣ୍ଡୋସ୍କୋପି ସର୍ଜରୀ ଦ୍ବାରା ପ୍ରଥମ ଥର ପାଇଁ ଖାଦ୍ୟନଳୀରୁ ବାହାର କରାଗଲା ୬.୫ ସେମିର ଟ୍ୟୁମର । ଅଧିକ ପଢନ୍ତୁ

rare surgery in delhi hospital
rare surgery in delhi hospital

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର । ଖାଦ୍ୟନଳୀରୁ ଏକ ବଡ ଟ୍ୟୁମରକୁ ବାହାର କରି ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର । ସାର ଗଙ୍ଗା ରାମ ହସ୍ପିଟାଲରେ ଜଣେ ଯୁବକଙ୍କ ଖାଦ୍ୟନଳୀରୁ ୬.୫ ସେମିର ଏକ ଟ୍ୟୁମରକୁ ବାହାର କରାଯାଇଛି । ଏନେଇ ରବିବାର ହସ୍ପିଟାଲର ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ୩୦ ବର୍ଷୀୟ ଯୁବକଙ୍କୁ ଖାଦ୍ୟ ଖାଇବାରେ ଅସୁବିଧା ହେବାରୁ ସେ ସାର ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ପରୀକ୍ଷା କରିବା ସମୟରେ ତାଙ୍କ ଖାଦ୍ୟନଳୀରେ ଏକ ବଡ ଧରଣର ଟ୍ୟୁମର ଅର୍ଥାତ ୬.୫ ସେମିର ଏକ ଟ୍ୟୁମର ଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏହାପରେ ଡାକ୍ତରଙ୍କ ପ୍ରୟାସରେ ଟ୍ୟୁମରକୁ ବାହାର କରାଯାଇ ନୂଆ ଜୀବନ ଦେଇଛନ୍ତି ଡାକ୍ତର । ଏଣ୍ଡୋସ୍କୋପି ଦ୍ବାରା ଭାରତରେ ପ୍ରଥମ ଥର ପାଇଁ ଖାଦ୍ୟନଳୀରୁ ଏତେ ବଡ ଟ୍ୟୁମରକୁ ବାହାର କରାଯାଇଥିବା ନେଇ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ।

ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ଅଗ୍ନାଶୟ ବିଭାଗର ଚେୟାରମ୍ୟାନ ଅନିଲ ଆରୋରାଙ୍କ କହିବା ଅନୁସାରେ, "ଆମ ହସ୍ପିଟାଲରେ ଏକ ବିରୋଳ ଅସ୍ତ୍ରୋପଚାର ସଫଳ ହୋଇଛି । ଜଣେ ୩୦ ବର୍ଷୀୟ ଯୁବକଙ୍କ ଖାଦ୍ୟନଳୀରୁ ୬.୫ ସେମିର ଏକ ଟ୍ୟୁମରକୁ ବାହାର କରାଯାଇ ଯୁବକଙ୍କୁ ନୂଆ ଜୀବନ ଦିଆଯାଇଛି । ଏହି ପ୍ରକାର ଟ୍ୟୁମରକୁ ସର୍ଜରୀ ଦ୍ବାରା ହଟାଯାଇଥାଏ । ଏହାପରେ ରୋଗୀଙ୍କୁ ଦୀର୍ଘଦିନ ଧରି ହସ୍ପିଟାଲରେ ରହିବାକୁ ପଡିଥାଏ ।" ସବମୁକୋଜାଲ୍ ଟନେଲିଂ ଏବଂ ଏଣ୍ଡୋସ୍କୋପିକ ରିସେକସନ(STER) ପଦ୍ଧତି ଆପଣାଇ ରୋଗୀଙ୍କ ଖାଦ୍ୟନଳୀରୁ ଟ୍ୟୁମର ବାହାର କରାଯାଇଥିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଏନେଇ ଗାସଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗର ଡାକ୍ତର ଶିଭମ ଖାରେ କହିଛନ୍ତି, "ଏସଟିଇର ପଦ୍ଧତି ଦ୍ବାରା ପ୍ରଥମେ ଟ୍ୟୁମରରେ ସାଲାଇନ ଦିଆଯାଇଥିଲା । ଯାହାକି ଟ୍ୟୁମରକୁ ଉପରକୁ ଉଠାଇବାରେ ସାହାଯ୍ୟ କରିଥିଲା । ଏହାପରେ ତାର ଚାରିପଟେ ଏକ ଟନେଲ ତିଆରି କରାଯାଇଥିଲା । ଏହାର ଚାରିପାଖରେ ଫାଇବ୍ରସ୍ ଟିସୁ ବିଚ୍ଛିନ୍ନ କରି ଖାଦ୍ୟନଳୀଠାରୁ ବିଚ୍ଛିନ୍ନ କରାଯାଇଥିଲା । ଟ୍ୟୁମର ବିଚ୍ଛିନ୍ନ ହେବା ପରେ ସବମୁକୋଜାଲ୍ ଟନେଲରୁ ଏସୋଫାଗସର ଲୁମେନରେ ଟ୍ୟୁମରକୁ ସ୍କୁପ କରାଯାଇଥିଲା । ରୋଗୀର ପାଟି ଦ୍ବାରା ଟ୍ୟୁମରକୁ ବାହାର କରାଯାଇଥିଲା । ଦୁଇ ଦିନ ପରେ ରୋଗୀ ଜଣକ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏଣ୍ଡୋସ୍କୋପି ଦ୍ବାରା ଏତେ ବଡ ଟ୍ୟୁମରକୁ ବାହାର କରିବା ଏକ ପ୍ରକାର ଚାଲେଞ୍ଜ ଥିଲା । ସାଧାରଣତଃ ୩ ସେମି ପର୍ଯ୍ୟନ୍ତ ଟ୍ୟୁମରକୁ ଏଣ୍ଡୋସ୍କୋପି ଦ୍ବାରା ବାହାର କରାଯାଇଥାଏ । କିନ୍ତୁ ଏହି ରୋଗୀଙ୍କର ଟ୍ୟୁମରର ଲମ୍ବ ୬.୫ ସେମି ରହିଥିଲା । ଖାଦ୍ୟନଳୀରୁ ଏତେ ବଡ ଟ୍ୟୁମରକୁ ଏଣ୍ଡୋସ୍କୋପି ଦ୍ବାରା ବାହାର କରିବା ଆମ ପାଇଁ ଚାଲେଞ୍ଜ ରହିଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.