ମୁମ୍ବାଇ: ନର୍ସଙ୍କୁ ବିବାହର ପ୍ରତିଶୃତି ଦେବା ପରେ ଦୁଷ୍କର୍ମ କଲେ ଡାକ୍ତର । ଏଭଳି ଅଭିଯୋଗ ଆସିଛି ମୁମ୍ବାଇର ଜଣେ ଡାକ୍ତରଙ୍କ ନାମରେ । ଛତିଶଗଡର ଜଣେ ନର୍ସ ମୁମ୍ବାଇର ବାନ୍ଧ୍ରା ଡାକ୍ତରଖାନାରେ କାମ କରୁଥିବା ଡାକ୍ତରଙ୍କ ନାମରେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।
ନର୍ସ ଜଣଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେବା ପରେ ଡାକ୍ତର ଜଣଙ୍କ ବଳତ୍କାର କରିଥିଲେ । ତେବେ ଛତିଶଗଡର ରାୟପୁରରେ ଏନେଇ ପ୍ରଥମେ ଅଭିଯୋଗ ଦାଖଲ ହୋଇଥିଲା । କିନ୍ତୁ ଏ ଘଟଣା ବାନ୍ଦ୍ରା ଠାରେ ଘଟିଥିବାରୁ ମାମଲା ଆମକୁ ହସ୍ତାନ୍ତର କରିବାକୁ ପଡିଲା ବୋଳି କହିଛନ୍ତି ଜଣେ ଅଧିକାରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ