ETV Bharat / bharat

ମାଟ୍ରିକ ସାର୍ଟିଫିକେଟରେ ତଥ୍ୟ ଠିକ୍‌ ଥିଲେ DNA ଟେଷ୍ଚର ଆବଶକ୍ୟତା ନାହିଁ

ଜନ୍ମ ତାରିଖ ସ୍ଥିର କରିବା ପାଇଁ ଦଶମ ସାର୍ଟିଫିକେଟ ହେଉଛି ଯଥେଷ୍ଟ ଆଇନଗତ ପ୍ରମାଣ । ଯେଉଁଠାରେ ଏହି ସାର୍ଟିଫିକେଟର ତଥ୍ୟ ଠିକ ରହିଛି, ସେଠାରେ ଡିଏନେ ଟେଷ୍ଚର ଆବଶକ୍ୟତା ନାହିଁ । ଆଗକୁ ପଢ଼ନ୍ତୁ,

author img

By ETV Bharat Odisha Team

Published : Nov 28, 2023, 6:03 PM IST

ହାଇକୋଟଙ୍କ ଆଦେଶ
ହାଇକୋଟଙ୍କ ଆଦେଶ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ, କୌଣସି ସ୍କୁଲ୍‌ରୁ ଦିଆଯାଉଥିବା ଦଶମ ସାର୍ଟିଫିକେଟରୁ ଜନ୍ମ ତାରିଖ ନିର୍ଧାରଣ କରାଯାଏ । ଜନ୍ମ ତାରିଖ ସ୍ଥିର କରିବା ପାଇଁ ଦଶମ ସାର୍ଟିଫିକେଟ ହେଉଛି ଯଥେଷ୍ଟ ଆଇନଗତ ପ୍ରମାଣ । ଯେଉଁଠାରେ ଏହି ସାର୍ଟିଫିକେଟର ତଥ୍ୟ ଠିକ ରହିଛି, ସେଠି DNA ଟେଷ୍ଚର ଆବଶକ୍ୟତା ନାହିଁ ।

ଏହି ନିଷ୍ପତିକୁ ଅଜିଙ୍କ୍ୟ ଫିରୋଦିୟାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଦର୍ଶାଇ ଜଷ୍ଟିସ ସୌରଭ ଶ୍ୟାମ ଶମସେର ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯେଉଁଭଳି ଭାବରେ ଅପର୍ଣା ଅଜିଙ୍କ୍ୟ ଫିରୋଦିୟା ମାମଲାରେ କୁହାଯାଇଛି, ଯେ DNA ଟେଷ୍ଟ୍‌ ପାଇଁ ନିୟମିତ ଭାବରେ ଅନୁମତି ଦିଆଯାଇ ପାରିବ ନାହିଁ । କେବଳ ଜରୁରୀକାଳୀନ ସମୟରେ ଏହା ବ୍ୟବହାର ହୋଇପାରିବ । ଯଦି ବ୍ୟକ୍ତିଙ୍କ ମାତା ପିତାଙ୍କ ଚିହ୍ନଟ ପାଇଁ ଅନ୍ୟ କୌଣସି ସଂସାଧନ କିମ୍ବା ସାର୍ଟିଫିକେଟ ନଥିବ ତେବେ DNA ଟେଷ୍ଟ ପାଇଁ ଅନୁମତି ଦିଆଯିବ । ଦଶମ ସାର୍ଟିଫିକେଟ୍‌କୁ ଜନ୍ମତିଥି ନିର୍ଦ୍ଧାରଣ ପାଇଁ ଯଥେଷ୍ଟ ଆଇନଗତ ପ୍ରମାଣ ବୋଲି ଗଣନା କରାଯାଉଛି ।

ମାମଲା ଅନୁଯାୟୀ ୟାକୁଲ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଜମି ବିବାଦ ରହିଥିଲା । ତାଙ୍କ ତିନି ପୁଅ ସକିଲ, ଜମିଲ ଓ ଫୁରକାନ ଅଟନ୍ତି । ବଡ଼ ପୁଅ ସକିଲଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ବିବାହିତ ସ୍ତ୍ରୀ ୟାଚୀ ମୁବିନ ଓ ପୁତ୍ର ସନ୍ତାନ ରହିଛନ୍ତି । କିନ୍ତୁ ଅଭିଯୋଗ ଅନୁଯାୟୀ ସେ ପୁତ୍ର ସନ୍ତାନ ସକିଲଙ୍କର ନୁହେଁ । ୟାଚୀଙ୍କର ଦ୍ବିତୀୟ ବିବାହ ପରେ ପୁତ୍ର ସନ୍ତାନ ହୋଇଥିବା ଅଭିଯୋଗକାରୀ କହିଛନ୍ତି । ତେବେ ଏନେଇ ତର୍କ ବିତର୍କ ହୋଇଥିଲା । ପରେ DNA ଟେଷ୍ଟ ମାଧ୍ୟମରେ କଥାର ସତ୍ୟାସତ୍ୟ ଜାଣିବା ପାଇଁ ଅପିଲ କରାଗଲା । ତେବେ କୋର୍ଟ ତାଙ୍କ ନିର୍ଣ୍ଣୟରେ କହିଲେ ସାର୍ଟିଫିକେଟ୍‌ରୁ ଜନ୍ମ ତାରିଖ ତଥା ମାତା ପିତା ଚିହ୍ନଟ ପାଇଁ ମଧ୍ୟ ବ୍ୟବହାର କରାଯାଏ । କେବଳ ଆବଶ୍ୟକ ସମୟରେ DNA ଟେଷ୍ଟର ଅନୁମତି ଦିଆଯାଏ । ଯେହେତୁ ୟାଚୀ ଦ୍ବିତୀୟ ବିବାହ କରିଛନ୍ତି, ତେଣୁ ପ୍ରଥମ ସ୍ବାମୀଙ୍କ ସମ୍ପତ୍ତିରେ ତାଙ୍କର କୌଣସି ଅଧିକାର ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ..ପ୍ରେମରେ ବିଫଳ: ଡ୍ୟୁଟିରେ ଥାଇ ଜୀବନ ହାରିଲେ ମହିଳା ଅଗ୍ନିବୀର

ଜଣେ ବ୍ୟକ୍ତିଙ୍କ ଜନ୍ମ ତାରିଖ ନିର୍ଦ୍ଧାରଣ କିମ୍ବା ମାତା ପିତାଙ୍କ ଚିହ୍ନଟ ପାଇଁ ସ୍କୁଲରୁ ଦିଆଯାଉଥିବା ଦଶମ ସାର୍ଟିପିକେଟ ଯଥେଷ୍ଟ ଆଇନଗତ ପ୍ରମାଣ । ତେବେ ସବୁ କ୍ଷେତ୍ରରେ DNA ଟେଷ୍ଟ କରିବା ସମ୍ଭବ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.