ETV Bharat / bharat

BJPରେ ମିଶିଲେ DMK ସାଂସଦଙ୍କ ପୁଅ

ବାପା DMKରୁ ରାଜ୍ୟସଭା ସାଂସଦ । BJPରେ ସାମିଲ ହେଲେ ପୁଅ । କହିଲେ କଠିନ ପରିଶ୍ରମୀ ନେତାଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ନୁହେଁ DMK । ଅଧିକ ପଢନ୍ତୁ

BJPରେ ମିଶିଲେ DMK ସାଂସଦଙ୍କ ପୁଅ
BJPରେ ମିଶିଲେ DMK ସାଂସଦଙ୍କ ପୁଅ
author img

By

Published : May 9, 2022, 10:59 PM IST

ଚେନ୍ନାଇ: ବିଜେପିରେ ସାମିଲ ହେଲେ ଡିଏମକେ ସାଂସଦଙ୍କ ପୁଅ । ଡିଏମକେ ରାଜ୍ୟସଭା ସାଂସଦ ତ୍ରିଚି ଶିବାଙ୍କ ପୁଅ ସୂର୍ୟା ଶିବା ତାମିଲନାଡୁ ବିଜେପିରେ ଯୋଗ ଦେଇଛନ୍ତି । ତେବେ କେବଳ ସେତିକି ନୁହେଁ ଏବଂ ସେ କହିଛନ୍ତି ଯେ ପୁରା ଡିଏମକେ ଖୁବ ଶୀଘ୍ର ବିଜେପିରେ ଯୋଗଦେବେ । ଚେନ୍ନାଇର କମଲାଲାୟମରେ ରାଜ୍ୟ ବିଜେପି ସଭାପତି ଆନ୍ନାମଲାଇଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ମିଶିବା ପରେ ଡିଏମକେ କଠିନ ପରିଶ୍ରମୀ ନେତାଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ନୁହେଁ ବୋଲି ମଧ୍ୟ ସେ ମନ୍ତବ୍ୟ ଦେଇଛନ୍ତି ।

ସେହିପରି ଆଗାମୀ ସଂସଦୀୟ ନିର୍ବାଚନରେ ତାମିଲନାଡୁରେ ବିଜେପି ଭଲ ଫଳାଫଳ କରିବ ବୋଲି ମଧ୍ୟ ସେ ମତ ରଖିଛନ୍ତି । ତାମିଲନାଡୁ ବିଜେପି ସମ୍ପର୍କରେ ସୂର୍ୟା କହିଛନ୍ତି, ପ୍ରାଦେଶିକ ମୁଖ୍ୟ ଅନ୍ନାମଲାଇ ଦଳର ଉତ୍ଥାନା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ସେହିପରି ସେ ପାର୍ଟିରେ କୌଣସି ଉଚ୍ଚ ପଦବୀ ଚାହୁଁ ନଥିବା ବେଳେ କେବଳ ତାଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ମିଳିବା ତାଙ୍କ ପାଇଁ ଯଥେଷ୍ଟ ବୋଲି ମଧ୍ୟ ସେ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.