ETV Bharat / bharat

Karnataka CM Decision: ଶିବକୁମାରଙ୍କ ଦିଲ୍ଲୀ ଗସ୍ତ ରଦ୍ଦ, ବେଙ୍ଗାଲୁରୁରୁ ଦେଲେ ଚେତାବନୀ

author img

By

Published : May 15, 2023, 10:41 PM IST

ଡିକେ ଶିବ କୁମାର କହିଛନ୍ତି ‘‘ମୁଁ ବାଗୀ ନୁହେଁ, ପେଟରେ ସଂକ୍ରମଣ କାରଣରୁ ଦିଲ୍ଲୀ ଯାଇ ପାରୁନାହିଁ । କିନ୍ତୁ ପୂର୍ବାହ୍ନରେ ଦିଲ୍ଲୀ ଗସ୍ତ ପାଇଁ ସଂକେତ ଦେଇଥିବା ଶିବ କୁମାର କାହିଁକି ହଠାତ ମନ ପରିବର୍ତ୍ତନ କଲେ ତାହା ଅସ୍ପଷ୍ଟ । ଏପରି ସ୍ଥିତିରେ ଶିବ କୁମାର ସିଦ୍ଧରମୈୟାଙ୍କୁ ଶୁଭକାମନା ମଧ୍ୟ ଦେଇ ଦେଇଛନ୍ତି । ଯାହାକୁ ନେଇ ଅଡୁଆ ସ୍ଥିତି ବଢିବାରେ ଲାଗିଛି ।’’ ଅଧିକ ପଢନ୍ତୁ

ଶିବ କୁମାରଙ୍କ ଦିଲ୍ଲୀ ଗସ୍ତ ରଦ୍ଦ, ବେଙ୍ଗାଲୁରୁରୁ ଦେଲେ ଚେତାବନୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ଦଖଲ କରିସାରିଛି କଂଗ୍ରେସ । କିନ୍ତୁ କିଏ ହେବ କର୍ଣ୍ଣାଟକ କିଙ୍ଗ ଲାଗି ରହିଛି ଟଣାଓଟରା । ରାଜ୍ୟ କଂଗ୍ରେସର ଦୁଇ ହେଭିୱେଟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ବର୍ତ୍ତମାନର ପିସିସି ସଭାପତି ଡିକେ ଶିବକୁମାର ଉଭୟ ମୁଖ୍ୟମନ୍ତ୍ରୀ ଆଶାୟୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡଗେ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି ଶିବକୁମାର। କଂଗ୍ରେସ ହାଇକମାଣ୍ଡ ପ୍ରଥମ ଦୁଇ ବର୍ଷ ସିଦ୍ଧରମୈୟା ଶେଷ ତିନି ବର୍ଷ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରସ୍ତାବ ଦେଇଥିଲେ । ରାଜସ୍ଥାନ, ଛତିଶଗଡ ଉଦାହରଣ ଦେଇ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଡିକେ । ଫଳରେ ଉଭୟ ନେତାଙ୍କୁ ଶୀର୍ଷ ନେତୃତ୍ବ ଦିଲ୍ଲୀ ଡାକିଛନ୍ତି । ସିଦ୍ଧରମୈୟା ତ ଦିଲ୍ଲୀ ପହଞ୍ଚିଯାଇଛନ୍ତି । କିନ୍ତୁ ଶିବ କୁମାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଦିଲ୍ଲୀ ଗସ୍ତ ବାତିଲ କରିଛନ୍ତି।

  • I've a stomach infection and will not be travelling to Delhi today, says Karnataka Congress President DK Shivakumar.

    There are 135 Congress MLAs. I don't have any MLAs. I've left the decision to the party high command, he adds. pic.twitter.com/xMNVUZ2sHS

    — ANI (@ANI) May 15, 2023 " class="align-text-top noRightClick twitterSection" data=" ">

ଡିକେ ଶିବ କୁମାର କହିଛନ୍ତି ‘‘ମୁଁ ବାଗୀ ନୁହେଁ, ପେଟରେ ସଂକ୍ରମଣ କାରଣରୁ ଦିଲ୍ଲୀ ଯାଇ ପାରୁନାହିଁ । କିନ୍ତୁ ପୂର୍ବାହ୍ନରେ ଦିଲ୍ଲୀ ଗସ୍ତ ପାଇଁ ସଂକେତ ଦେଇଥିବା ଶିବ କୁମାର କାହିଁକି ହଠାତ ମନ ପରିବର୍ତ୍ତନ କଲେ ତାହା ଅସ୍ପଷ୍ଟ । ଏପରି ସ୍ଥିତିରେ ଶିବ କୁମାର ସିଦ୍ଧରମୈୟାଙ୍କୁ ଶୁଭକାମନା ମଧ୍ୟ ଦେଇ ଦେଇଛନ୍ତି। ଯାହାକୁ ନେଇ ଅଡୁଆ ସ୍ଥିତି ବଢିବାରେ ଲାଗିଛି ।’’

ଏହାବି ପଢନ୍ତୁ- Rozgar Mela: ମଙ୍ଗଳବାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବ କୁମାର ସ୍ପଷ୍ଟ ଭାବେ କହିଛନ୍ତି, ‘‘ମୋର ନେତୃତ୍ବରେ ଦଳ 135 ସିଟ ଜିତିଛି । ମୁଁ ଏକାକି ଚାଲିବା ବ୍ୟକ୍ତି । ମୁଁ ବିଶ୍ବାସ କରେ ଯେଉଁ ବ୍ୟକ୍ତି ଏକାକି ଚାଲନ୍ତି, ଯାହାଙ୍କ ପାଖରେ ଦକ୍ଷତା ଅଛି ସେହି ହିଁ ବହୁମତ ସୃଷ୍ଟି କରିପାରିବେ । ଯେତେବେଳେ 2019 ରେ ଆମ ବିଧାୟକ ମାନେ ପାର୍ଟି ଛାଡିଥିଲେ, ସରକାର ଭାଙ୍ଗିଥିଲା ସେତେବେଳେ ବି ମୁଁ ହିମ୍ମତ ହରାଇନଥିଲି । 135 ବିଧାୟକ ବିଜୟୀ ହେବା ଅର୍ଥ ମୋ ପ୍ରତି ସେମାନଙ୍କ ସମର୍ଥନ ରହିଛି । ଦଳୀୟ ବିଧାୟକ ଗୋଟିଏ ଲାଇନ ପ୍ରସ୍ତାବ ପାରିତ କରି ସେମାନଙ୍କ ମତ ଜଣାଇଛନ୍ତି । ବିଜୟୀ ବିଧାୟକ ମୋ ସହ ଅଛନ୍ତି । କଂଗ୍ରେସ ନେତୃତ୍ବ ଏହା ଜାଣିଛନ୍ତି ।’’

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ସିଦ୍ଧରମୈୟା ଦିଲ୍ଲୀ ପହଞ୍ଚିସାରିଛନ୍ତି । ଏକ ସ୍ବତନ୍ତ୍ର ବିମାନ ଯୋଗେ ସିଦ୍ଦରମୈୟା ଦିଲ୍ଲୀ ପହଞ୍ଚି ଦଳର ବରିଷ୍ଠ ନେତା ମାନଙ୍କୁ ସାକ୍ଷାତ କରିବାକୁ ଉଦ୍ୟମ କରୁଛନ୍ତି । ଦଳର କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ସୁଶିଲ ସିନ୍ଧେ କହିଛନ୍ତି ଆବଶ୍ୟକ ହେଲେ ଉଭୟ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡାକି ଆଲୋଚନା କରାଯିବ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରବିବାର ସଂଧ୍ୟାରେ ବେଙ୍ଗାଲୁରୁରେ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ନିଷ୍ପତି ନେବାକୁ ଅଧିକାର ଦିଆଯାଇଛି । ଖଡଗେ କିନ୍ତୁ ବିଭିନ୍ନ ଦିଗକୁ ନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ତେବେ ଦେଖିବାର କଥା କଂଗ୍ରେସ କେଉଁ ଫର୍ମୁଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.