ETV Bharat / bharat

ଆୟ ବର୍ହିଭୂତ ସମ୍ପତ୍ତି ମାମଲା, ଆଜି CBI ନିକଟରେ ହାଜର ହେବେ ଶିବକୁମାର

author img

By

Published : Nov 25, 2020, 1:08 PM IST

ଆୟ ବର୍ହିଭୂତ ସମ୍ପତ୍ତି ମାମଲାର ପଚରାଉଚରା ପାଇଁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ଡି.କେ ଶିବକୁମାର ବୁଧବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସାମ୍ନାରେ ହାଜର ହେବେ । ଅଧିକ ପଢନ୍ତୁ...

ସିବିଆଇରେ ହାଜର ହେବେ  ଶିବକୁମାର
ସିବିଆଇରେ ହାଜର ହେବେ ଶିବକୁମାର

ବେଙ୍ଗାଲୁରୁ: ଆୟ ବର୍ହିଭୂତ ସମ୍ପତ୍ତି ମାମଲାର ପଚରାଉଚରା ପାଇଁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ଡି.କେ ଶିବକୁମାର ବୁଧବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସାମ୍ନାରେ ହାଜର ହେବେ । ଆୟକର ବିଭାଗ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ବାରା 74.93 କୋଟି ମୂଲ୍ୟର ଆନୁପାତିକ ସମ୍ପତ୍ତି ଥିବା ଅଭିଯୋଗରେ ଶିବକୁମାର ବହୁ ମାମଲାର ସାମ୍ନା କରୁଛନ୍ତି ।

ଏହାପୂର୍ବରୁ ସିବିଆଇ ନଭେମ୍ବର 23 ରେ ଶିବକୁମାରଙ୍କୁ ଡକାଇଥିଲା କିନ୍ତୁ ସେ ଆଉ ଏକ ତାରିଖ ମାଗିଥିଲେ । ଅକ୍ଟୋବର 5 ରେ କର୍ଣ୍ଣାଟକ, ଦିଲ୍ଲୀ ଏବଂ ମୁମ୍ବାଇ ସମେତ 14 ଟି ସ୍ଥାନରେ ସିବିଆଇ ଚଢାଉ କରିଥିଲା । ଚଢାଉ ପରେ 57 ଲକ୍ଷ ନଗଦ ଟଙ୍କା ଏବଂ ସମ୍ପତ୍ତି ଦଲିଲ, ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା, କମ୍ପ୍ୟୁଟର ହାର୍ଡ ଡିସ୍କ ଇତ୍ୟାଦି ଅନେକ ଦଲିଲ ଜବତ ହୋଇଛି । ଚଳିତ ବର୍ଷ ମାର୍ଚ୍ଚରେ କଂଗ୍ରେସର କର୍ଣ୍ଣାଟକ ରାଜ୍ୟ ୟୁନିଟର ମୁଖ୍ୟ ଭାବରେ ନିଯୁକ୍ତ ଡି.କେ ଶିବକୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.