ETV Bharat / bharat

ଦହିହାଣ୍ଡି ଭଙ୍ଗା ଉତ୍ସବ ବେଳେ ଅଘଟଣ: ଲୋକଙ୍କ ଉପରେ ପଡିଲା ଡିଜେ ଲାଇଟ୍, ଏକାଧିକ ଗୁରୁତର

ମନ୍ଦିରରେ ଦହିହାଣ୍ଡି ଭଙ୍ଗା ଉତ୍ସବ ବେଳେ ଅଘଟଣ । ଦହି ହାଣ୍ଡି ଭଙ୍ଗା ସମୟରେ ଲୋକଙ୍କ ଉପରେ ଆଲୁମିନିୟମ ଟ୍ରସ ଖସି ପଡିବାରୁ ଏକାଧିକ ଗୁରୁତର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 9, 2023, 10:45 AM IST

ଦହିହାଣ୍ଡି ଭଙ୍ଗା ଉତ୍ସବ ବେଳେ ଅଘଟଣ
ଦହିହାଣ୍ଡି ଭଙ୍ଗା ଉତ୍ସବ ବେଳେ ଅଘଟଣ
ଦହିହାଣ୍ଡି ଭଙ୍ଗା ଉତ୍ସବ ବେଳେ ଅଘଟଣ

ଜୟପୁର(ରାଜସ୍ଥାନ): ନନ୍ଦୋତ୍ସବ ପାଳନ ବେଳେ ରାଜସ୍ଥାନ ଯୋଧପୁରରେ ଏକ ବଡ ଅଘଟଣ ଘଟିଛି । ଗତକାଲି(ଶୁକ୍ରବାର) ରାତିରେ ଯୋଧପୁର ସ୍ଥିତ ପ୍ରାଚୀନ ଘନଶ୍ୟାମ ମନ୍ଦିରରେ ଦହି ହଣ୍ଡା ଭଙ୍ଗା ଉତ୍ସବ ଚାଲିଥିବା ବେଳେ ଲୋକଙ୍କ ଉପରେ ଆଲୁମିନିୟମ ଡିଜେ ଲାଇଟ ଓ ସ୍ପିକର ଟ୍ରସ୍ ଖସି ପଡିଛି । ଫଳରେ ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ମହାତ୍ମା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଲୁମିନିୟମ ଟ୍ରସରେ ଦହି ହାଣ୍ଡିକୁ ବନ୍ଧା ଯାଇଥିଲା । ଲୋକେ ହାଣ୍ଡି ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ଟ୍ରସର ଗୋଟିଏ ଭାଗ ଭିଡ ଉପରେ ଖସି ପଡିଥିଲା ଏବଂ ଅନେକ ଲୋକେ ଚାପି ହୋଇଯାଇଥିଲେ । ଭୟରେ ଲୋକମାନେ ଚିତ୍କାର କରିବା ସହ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏହି ଅଘଟଣରେ ଏକାଧିକ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ଗଭୀର ଆଘାତ ଲାଗିଥିଲା । ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ପାଇବା ମାତ୍ରେ ଏସିପି ସେଣ୍ଟ୍ରାଲ ଛବି ଶର୍ମା ଘନଶ୍ୟାମ ମନ୍ଦିରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ସେପଟେ ସ୍ଥାନୀୟ ବିଧାୟକ ମନୀଷା ପନୱର ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ଯାଇ ଆହତମାନଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହ ଦୁର୍ଘଟଣା ପରେ ପୋଲିସ ମନ୍ଦିରରୁ ସବୁ ଲୋକଙ୍କୁ ବାହାର କରିଥିଲା ।

ଏହାମଧ୍ୟ ପଢନ୍ତୁ: Hyderabad: ନିର୍ମାଣାଧୀନ କୋଠା ଭୁଶୁଡି 3 ଓଡିଆ ଶ୍ରମିକ ମୃତ, 2 ଗୁରୁତର

ଘନଶ୍ୟାମ ମନ୍ଦିର ପୂଜକ ପୁରୁଷତ୍ତୋମ ଶର୍ମା କହିଛନ୍ତି,''ମନ୍ଦିରରେ ନନ୍ଦୋତ୍ସବ ଆୟୋଜନ ହୋଇଥିଲା । ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ । ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଚାନକ ଆଲୁମିନିୟମ ସ୍ପିକର ଟ୍ରସ ଉପସ୍ଥିତ ଭିଡ ଉପରେ ଖସି ପଡିଥିଲା । କିଛି ଲୋକେ ନିଜ ହାତରେ ଟ୍ରସକୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିଲେ ।'' ଆହତମାନେ ସ୍ଥାନୀୟ ଅଞ୍ଚଳର ଅର୍ଜୁନ, କୈଳାସ ଏବଂ ଜିତେନ୍ଦ୍ର ବୋଲି ପରିଚୟ ମିଳିଛି । ତେବେ ବର୍ତ୍ତମାନ ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ : MP: ଯୌତୁକ ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଲା ସ୍ବାମୀ, ଶଶୁର ଘରକୁ ପଠାଇଲା ଭିଡିଓ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.