ETV Bharat / bharat

Diwali 2023: ସୀମାରେ ସେନାଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ, କହିଲେ ପର୍ବ ସେଇଠି ପରିବାର ଥାଏ ଯେଉଁଠି

author img

By ETV Bharat Odisha Team

Published : Nov 12, 2023, 12:17 PM IST

Updated : Nov 12, 2023, 2:28 PM IST

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ । ହିମାଚଳ ପ୍ରଦେଶ ଲେପଚା ଗସ୍ତ କରି ଆମ ସାହାସୀ ସୁରକ୍ଷାକର୍ମୀଙ୍କ ସହ ଆଲୋକର ପର୍ବ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi celebrates Diwali with security forces

ସିମଲା: ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ ଓ ଅଧର୍ମ ଉପରେ ଧର୍ମର ଜୟ ସ୍ବରୁପ ଏହି ପର୍ବକୁ ପାଳନ କରୁଛନ୍ତି ଦେଶବାସୀ । ଆଲୋକର ଏହି ପର୍ବକୁ ନେଇ ସବୁଠି ଉତ୍ସାହ । ଘରେ ଘରେ ଖୁସିର ମହୋଲ । ମିଠା ପିଠାର ଆସର । ଏତେ ବଡ଼ ଉତ୍ସବରେ ଘରଠୁ ଦୂରରେ ରହି ଦେଶକୁ ସୁରକ୍ଷା ଦେଉଛନ୍ତି ସେନା । ସେହି ସାହାସୀ ସେନାଙ୍କ ସହ ଦୀପାବଳି ସେଲିବ୍ରେସନ କରିଛନ୍ତି ପ୍ରଧାନମନ୍ତ୍ରୀ । ହିମାଚଳ ପ୍ରଦେଶର ଲେପାଚ ଗସ୍ତ କରି ସୀମାରେ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ 9 ବର୍ଷ ହେବ ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ମଧ୍ୟ ସୀମା ସୁରକ୍ଷାରେ ଥିବା ସେନାଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ବ ସେଇଠି ହୁଏ ଯେଉଁଠି ପରିବାର ଥାଏ । ମୋ ପାଇଁ ପର୍ବ ସେହିଠି ହୁଏ ଯେଉଁଠି ମୋର ଭାରତୀୟ ସେନା ଅଛନ୍ତି । ଯେଉଁଠି ତୁମେ ସେହିଠି ମୋର ପର୍ବ । 140 କୋଟି ଭାରତୀୟ ତୁମ ପରିବାର । ଦେଶବାସୀ ତୁମ ପାଖରେ ଋଣୀ । ମୋ ପାଇଁ ଯେଉଁଠି ଭାରତୀୟ ସେନା ସେହିଠାରେ ମୋର ପର୍ବ । ପ୍ରଧାନମନ୍ତ୍ରୀ ନଥିବା ପୂର୍ବରୁ ମଧ୍ୟ ମୁଁ ସେନାଙ୍କ ସହ ଦୀପାବଳି ପାଳନ କରିଥାଏ ।

  • #WATCH | Lepcha, Himachal Pradesh: PM Narendra Modi says, " After Independence, these brave hearts (Army personnel) fought so many wars and won the country's heart...In the International Peace Mission, India's global image was improved because of them. Is there any such issue, to… pic.twitter.com/RU6d8D3XDf

    — ANI (@ANI) November 12, 2023 " class="align-text-top noRightClick twitterSection" data=" ">
  • PM Narendra Modi tweets, "Spending Diwali with our brave security forces in Lepcha, Himachal Pradesh has been an experience filled with deep emotion and pride. Away from their families, these guardians of our nation illuminate our lives with their dedication" pic.twitter.com/vDm0rKfghF

ଲେପଚାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି, ଭାରତୀୟ ଯବାନ ଓ ସୁରକ୍ଷାକର୍ମୀ ସହ ମୋର ଦୀପାବଳି ମିଠା ହୋଇଛି । ଆମ ଯବାନଙ୍କ ପାଖରେ ସର୍ବଦା ସେହି ସାହାସ ଭରି ରହିଛି ଯାହାର ପରାକ୍ରମର ପ୍ରତିମାନ ଗଢିଛନ୍ତି । ଆମ ଯବାନ ସବୁଠୁ ଆଗରେ ରହିଛନ୍ତି । ସୀମାରେ ସେମାନ ଦେଶର ସଶକ୍ତ କାନ୍ଥ ବୋଲି ପ୍ରମାଣ କରିଛନ୍ତି । ସ୍ବାଧୀନତା ପରେ ଅନେକ ଯୁଦ୍ଧର ସାମ୍ନା କରିଥିବା ଆମ ଯୋଦ୍ଧା ଦେଶବାସୀଙ୍କ ଦୃଦୟ ଜିତିଛନ୍ତି । ଶତ୍ରୁଠୁ ବିଜୟ ଛଡାଇ ଆଣିଛନ୍ତି । କୌଣସି କ୍ଷେତ୍ର ନାହିଁ ଯେଉଁଠି ସେମାନେ ଦେଶର ସମ୍ମାନ ବଢାଇ ନାହାନ୍ତି । ସଂଙ୍କଟ ସମୟରେ ଆମ ସେନା ଓ ସୁରକ୍ଷା ବଳ ଦେବଦୂତ ସାଜିଛନ୍ତି । ସଂଗ୍ରାମଠୁ ନେଇ ସୁରକ୍ଷା ଯାଏ ଭାରତୀୟ ସେନା ସବୁଠୁ ଆଗରେ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତୀୟ ଯବାନଙ୍କ ପାଇଁ ଆମେ ଗର୍ବିତ । ଆଜି ଦୁନିଆରେ ଯେଉଁଭଳି ସ୍ଥିତି ରହିଛି ଭାରତଠୁ ଆଶା ବଢି ଚାଲିଛି । ଏପରି ଗୁରୁତ୍ବପୂର୍ଣ୍ଣ ସମୟରେ ଭାରତର ସୀମା ସୁରକ୍ଷିତ ରହୁ ଶାନ୍ତିର ବାତାବରଣ ରହୁ ଏଥିରେ ତୁମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତୁମ ସେବା କାରଣରୁ ଭାରତ ପ୍ରଗତି । ଭଗବାନ ରାମ ଥିବା ସ୍ଥାନ ଅଯୋଧ୍ୟା ଭାବେ ଜଣାଶୁଣା ହେଲେ ମୋ ପାଇଁ ଅଯୋଧ୍ୟା ସିଏ ଯେଉଁଠାରେ ଭାରତୀୟ ସେନା ଅଛନ୍ତି । ଏବେ ଆମ ସକଳ୍ପ ବି ଆମର ସାଧନ ବି ଆମର ଓ ହତିଆର ବି ଆମ ହେବ । ସ୍ବପ୍ନ କେବଳ ସ୍ବପ୍ନ ହେବ ନାହିଁ ସିଦ୍ଧିର ଗାଥା ଲେଖାଯିବ ପରାକ୍ରମ ହିଁ ବିକଳ୍ପ ହେବ । ଗତି ଓ ଗରିମାର ସମ୍ମାନ ହେବ । ପ୍ରଚଣ୍ଡ ବିଜୟ ସହ କୋଣ କୋଣରେ ଭାରତର ଜୟଗାନ ହେବ ।''

ପ୍ରତିବର୍ଷ ପରି ଏଥର ମଧ୍ୟ ସେହି ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ହିମାଚଳ ପ୍ରଦେଶର ଲେପାଚ ଗସ୍ତ କରି ସେନାଙ୍କୁ ମିଠା ଖୁଆଇ ଆଲୋକର ଏହି ପର୍ବକୁ ପାଳନ କରିଛନ୍ତି ମୋଦି । ସୀମାବର୍ତ୍ତୀ ଅଞ୍ଚଳ ଲେପଚାରେ ପ୍ରଧାନମନ୍ତ୍ରୀ ସୁରକ୍ଷାବଳଙ୍କୁ ଭେଟିଛନ୍ତି । ପିଏମ୍‌ ମୋଦି ସେନା ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Diwali 2023: ବାଣ ଫୁଟାଇ ଦୀପାବଳି ପାଳିଲେ ସେନାରେ କାର୍ଯ୍ୟରତ ଯବାନ

କ୍ଷମତାକୁ ଆସିବା ପରେ 2014ଠୁ ପ୍ରଧାନମନ୍ତ୍ରୀ ଏଠାକୁ ଆସି ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି । ଚଳିତ ବର୍ଷ ନବମ ଥର ପାଇଁ ସେନାଙ୍କ ସହ ଦୀପାବଳି ପାଳନ କରିଛନ୍ତି । 2014ରେ ପ୍ରଧାନମନ୍ତ୍ରୀ ହେବା ପରେ ଦୀପାବଳି ଅବସରରେ ସିୟାଚିନରେ ମୁତୟନ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଏହା ଦୁନିଆର ସବୁଠୁ ଉଚ୍ଚ ରଣକ୍ଷେତ୍ର । ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ସେନାଙ୍କ ସେନାଙ୍କ ମନୋବଳ ବଢାଇଥାଏ ।

2015ରେ କାର୍ଗିଲ ଯୁଦ୍ଧ ଭୂମିରେ ମୁତୟନ ସେନାଙ୍କ ସହ ଦୀପାବଳି ସେଲିବ୍ରେସନ କରିଥିଲେ ପ୍ରଧାନମନ୍ତ୍ରୀ । କାର୍ଗିଲ ଯୁଦ୍ଧରେ ଭାରତର ବିଜୟର ଏକ ଐତିହାକସିକ ସ୍ଥାନ । 2016ରେ ପ୍ରଧାନମନ୍ତ୍ରୀ ଲଦାଖରେ ମୁତୟନ ସେନାଙ୍କ ସହ ଦୀପାବଳି ପାଳନ କରିଥିଲେ । ଗତବର୍ଷ କାର୍ଗିଲ୍‌ରେ ସେନାଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ । ସଶସ୍ତ୍ରବାହିନୀ ସହିତ ଆଲୋକର ପର୍ବ ପାଳନ କରି ସେମାନଙ୍କ ତ୍ୟାଗ୍‌ ଓ ବଳିଦାନକୁ ସମ୍ମାନ ଦେଇଛନ୍ତି ପିଏମ୍‌ ମୋଦି ।

Last Updated : Nov 12, 2023, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.