ETV Bharat / bharat

ଜୟପୁରରେ 12 ଘଣ୍ଟା ଅଟକିଲା ଦୁଇ ବିମାନ: କାଲି ଖରାପ ପାଗ ଯୋଗୁ ଦିଲ୍ଲୀରୁ ହୋଇଥିଲା ଡାଇଭର୍ଟ - ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର

ଜୟପୁରରେ 12 ଘଣ୍ଟାରୁ ଅଧିକ ସମୟ ଅଟକିଲା ଏୟାର ଇଣ୍ଡିଆର ଦୁଇ ବିମାନ । ଗତକାଲି ସଂଧ୍ୟାରେ ବର୍ଷା ଓ ବଜ୍ରାପାତ କାରଣରୁ ଦିଲ୍ଲୀରୁ ବିଭିନ୍ନ ବିମାନ ବନ୍ଦରକୁ ଡାଇଭର୍ଟ ହୋଇଥିଲେ 16 ଟି ବିମାନ । ଅଧିକ ପଢନ୍ତୁ

ଜୟପୁରରେ 12 ଘଣ୍ଟା ଅଟକିଲା ଦୁଇ ବିମାନ: କାଲି ଖରାପ ପାଗ ଯୋଗୁ ଦିଲ୍ଲୀରୁ ହୋଇଥିଲେ ଡାଇଭର୍ଟ

author img

By ETV Bharat Odisha Team

Published : Nov 28, 2023, 4:52 PM IST

ଜୟପୁର: ବର୍ଷା ଓ ବଜ୍ରପାତ କାରଣରୁ ଗତକାଲି ସଂଧ୍ୟାରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ସମ୍ଭବ ନହେବା କାରଣରୁ 10 ବିମାନ ରାଜସ୍ଥାନର ଜୟପୁର ବିମାନ ବନ୍ଦରକୁ ଡାଇଭର୍ଟ ହୋଇଥିଲେ । ପରବର୍ତ୍ତୀ ସମୟରେ ପାଗରେ ସୁଧାର ଆସିବା ପରେ ସେଗୁଡିକ ମଧ୍ୟରୁ 8 ବିମାନ ଦିଲ୍ଲୀ ଫେରିଥିଲେ । ମାତ୍ର ଅବଶିଷ୍ଟ 2 ବିମାନ ଜୟପୁର ବିମାନ ବନ୍ଦରରେ ପ୍ରାୟ 12 ରୁ 13 ଘଣ୍ଟା ଧରି ଅଟକି ରହିଥିଲା । ପାଗରେ ସୁଧାର ପରେ ଦିଲ୍ଲୀ ବିମାନ ବନ୍ଦର ଟ୍ରାଫିକ କଣ୍ଟ୍ରୋଲ(ଏଟିସି) ଏଗୁଡ଼ିକୁ ଦିଲ୍ଲୀ ଫେରିବା ପାଇଁ କ୍ଲିୟରାନ୍ସ ଦେଇଥିଲେ ସୁଦ୍ଧା ଏହି ଦୁଇ ବିମାନ ଜୟପୁରରୁ ଉଡ଼ାଣ ଭରିନଥିଲା । ଏହାର କାରଣ ଥିଲା, ଦୁଇ ବିମାନର ପାଇଲଟ ଉଡାଣ ଘଣ୍ଟା ଅବଧି ଶେଷ ହୋଇଥିବା କାରଣରୁ ବିମାନ ଉଡ଼ାଇନଥିଲେ ।

ବେସାମରିକ ଉଡ଼ାଣ ନିର୍ଦ୍ଦେଶାଳୟ (ଡିଜିସିଏ)ର ନିୟମାବଳି ଅନୁସାରେ, ଜଣେ ପାଇଲଟଙ୍କର ନିର୍ଦ୍ଦିଷ୍ଟ ଘଣ୍ଟାର ଉଡ଼ାଣ ଅବଧି ରହିଥାଏ । ଏହାପରେ ସେ ବିମାନ ଉଡାଇ ପାରିବେନାହିଁ । ତାଙ୍କୁ କକପିଟ ଛାଡିବାକୁ ପଡିବ । ତେଣୁ ଏହି ଦୁଇ ବିମାନ କ୍ଷେତ୍ରରେ ସେହିପରି ସମସ୍ୟା ଦେଖାଯିବା ଫଳରେ ଏହା 12 ଘଣ୍ଟାରୁ ଅଧିକ ସମୟ ଜୟପୁରରେ ଫସି ରହିଥିଲା । ଏହି ଦୁଇ ଫ୍ଲାଇଟ ମଧ୍ୟରେ କୋଲକାତା-ଦିଲ୍ଲୀ ଏୟାର ଇଣ୍ଡିଆ AI-768 ବିମାନ ଓ ହାଇଦ୍ରାବାଦ-ଦିଲ୍ଲୀ ଏୟାର ଇଣ୍ଡିଆ-AI-541 ବିମାନ ରହିଥିଲା । ଯାତ୍ରୀମାନେ ସାରା ରାତି ଜୟପୁର ବିମାନ ବନ୍ଦର ଟର୍ମିନାଲରେ ଅପେକ୍ଷା କରିବା ପରେ ଆଜି ମଧ୍ୟାହ୍ନରେ ଦିଲ୍ଲୀ ଫେରିଛନ୍ତି ।

ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହଠାତ ପାଗରେ ପରିବର୍ତ୍ତନ ଆସିବା ସହ ବଜ୍ରପାତ ଓ ବର୍ଷା ଆରମ୍ଭ ହୋଇଥିଲା । ଦେଶର ସର୍ବାଧିକ ବ୍ୟସ୍ତବହୁଳ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କିଛି ସମୟ ପାଇଁ ସମସ୍ତ ଉଡ଼ାଣ ବନ୍ଦ ରଖାଯିବା ସହ ଅବତରଣ ସୂଚୀରେ ଥିବା 16ଟି ବିମାନକୁ ବିଭିନ୍ନ ନକଟସ୍ଥ ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଥିଲା । ଏଗୁଡ଼ିକ ମଧ୍ୟରେ ଡୋମେଷ୍ଟିକ୍‌ ଓ ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ ସାମିଲ ଥିଲା । ନିକଟସ୍ଥ ଜୟପୁର ବିମାନ ବନ୍ଦରକୁ ସର୍ବାଧିକ 10ଟି ବିମାନ ଡାଇଭର୍ଟ ହୋଇଥିବା ବେଳେ ଲକ୍ଷ୍ନୌକୁ 3ଟି, ଅମୃତସରକୁ 2ଟି ଓ ଅହମ୍ମଦାବାଦ ବିମାନ ବନ୍ଦରକୁ ଗୋଟିଏ ବିମାନ ଡାଇଭର୍ଟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- କୌଣସି ମୁହୂର୍ତ୍ତରେ ମିଳିପାରେ ସଫଳତା: ଦେଖନ୍ତୁ ଶେଷ ପର୍ଯ୍ୟାୟରେ କେମିତି ରହିଛି ଅପରେସନ

କିଛି ଘଣ୍ଟା ମଧ୍ୟରେ ପାଗରେ ସୁଧାର ଆସିବା ପରେ ଦିଲ୍ଲୀ ଏଟିସି ଏହିସବୁ ବିମାନ ସହ ଯୋଗାଯୋଗ କରି ପୁନଶ୍ଚ ଦିଲ୍ଲୀ ଫେରିବା ପାଇଁ କ୍ଲିୟରାନ୍ସ ମଧ୍ୟ ଦେଇଥିଲା । ମାତ୍ର ଏୟାର ଇଣ୍ଡିଆର ଏହି ଦୁଇ ବିମାନ ସହ ଏପରି ସମସ୍ୟା ଦେଖାଯାଇଥିଲା । ହେଲେ ବିକଳ୍ପ ପାଇଲଟଙ୍କ ମାଧ୍ୟମରେ ବିମାନ ଉଡ଼ାଣ କରିବା ପରିବର୍ତ୍ତେ ଯାତ୍ରୀଙ୍କୁ 12 ଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ କରିଥିଲା ଏୟାର ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.