ETV Bharat / bharat

Rahul Gandhi Disqualification: ବିଜେପି-କଂଗ୍ରେସ ମଧ୍ୟରେ ଟ୍ବିଟର ୱାର୍‌ - ଟ୍ବିଟର ୱାର୍‌

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଛି । ଏହାପରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି ଟ୍ବିଟର ୱାର । ଅଧିକ ପଢନ୍ତୁ

Rahul Gandhi Disqualification
Rahul Gandhi Disqualification
author img

By

Published : Mar 31, 2023, 6:11 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ଆକ୍ରମଣାତ୍ମକ ହୋଇଉଠିଛି ପାର୍ଟି । କଂଗ୍ରେସର ଅନେକ ନେତା ଲଗାତାର ଭାବେ ବିଜେପି ସରକାରକୁ ଟାର୍ଗେଟ ଆସୁଥିବା ବେଳେ ଏବେ ଦେଖିବାକୁ ମିଳିଛି ଟ୍ବିଟର ୱାର୍‌ । ବିଜେପି ଓ କଂଗ୍ରେସ ମଧ୍ୟରେ ଟ୍ବିଟରରେ ମୁଣ୍ଡ ଟେକିଛି ବାକ୍‌ ଯୁଦ୍ଧ । ରାହୁଲ ଗାନ୍ଧୀଙ୍କୁ ସଂସଦରୁ ହଟାଇ ଗଣତନ୍ତ୍ରର ହତ୍ୟା ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଅଭିଯୋଗ କରିବା ପରେ ତାଙ୍କୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ଜର୍ମାନୀ ବୈଦେଶିକ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ନେଇ ମନ୍ତବ୍ୟ ରଖିଥିଲେ । ଏ ନେଇ ତାଙ୍କୁ ଧନ୍ୟବାଦ ଜଣାଇ ବିଜେପିକୁ ଟାର୍ଗେଟ କରିଥିଲେ ଦିଗବିଜୟ । ସେ ତାଙ୍କୁ ଧନ୍ୟବାଦ ଜଣାଇ ଟ୍ବିଟ୍‌ କରି ଲେଖିଥିଲେ, "ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ହଟାଇବା ଦ୍ବାରା ଭାରତରେ ଗଣତନ୍ତ୍ର କିପରି ବିପର୍ଯ୍ୟସ୍ତ ହୋଇପଡୁଛି ସେଥିପ୍ରତି ଧ୍ୟାନ ଦେଇଥିବାରୁ ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟ ଓ ରିଚାର୍ଡ ୱାକରଙ୍କୁ ଧନ୍ୟବାଦ ।" ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ସମାନ କଥାକୁ ଟ୍ବିଟ କରି କହିଥିଲେ ।

  • .@digvijaya_28 Ji & Congress hit a new low yet again. After disrespecting the judiciary, sentiments of communities, the valour of our armed forces...they are now seeking support for themselves from other countries.

    Indian National Congress is now Foreign National Congress !!! https://t.co/pm3fChJrI3

    — Jyotiraditya M. Scindia (@JM_Scindia) March 30, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Delhi Liquor Scam: ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ

ଏହା ଉପରେ ପାଲଟା ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ ଦିଗବିଜୟଙ୍କ ଟ୍ବିଟକୁ ନେଇ ଲେଖିଛନ୍ତି, "ଇଣ୍ଡିଆ ନ୍ୟାସନାଲ କଂଗ୍ରେସ ଏବେ ଫରେନ୍‌ ନ୍ୟାସନାଲ କଂଗ୍ରେସରେ ପରିଣତ ହୋଇଛି । କଂଗ୍ରେସ ଦେଶର ନ୍ୟାୟପାଳ, ସମ୍ପ୍ରଦାୟର ଭାବାବେଗ ଓ ଭାରତୀୟ ସେନାକୁ ଅପମାନିତ କରିବା ପରେ ଏବେ ନିଜର ସମର୍ଥନ ଲାଗି ଅନ୍ୟ ଦେଶର ସାହାରା ଖୋଜୁଛି । ଏଥିଲାଗି ଭାରତୀୟ ଜାତୀୟ କଂଗ୍ରେସ ଏବେ ବିଦେଶ ଜାତୀୟ କଂଗ୍ରେସ ଭାବେ ପରିଣତ ହୋଇଛି । " ସେପଟେ ଅନେକ ବିଜେପି ନେତା ମଧ୍ୟ ଦିଗବିଜୟଙ୍କୁ ଟାର୍ଗେଟ କରିଛନ୍ତି ।

  • Thank you Rahul Gandhi for inviting foreign powers for interference into India’s internal matters. Remember, Indian Judiciary can't be influenced by foreign interference. India won't tolerate 'foreign influence' anymore because our Prime Minister is:- Shri @narendramodi Ji 🇮🇳 pic.twitter.com/xHzGRzOYTz

    — Kiren Rijiju (@KirenRijiju) March 30, 2023 " class="align-text-top noRightClick twitterSection" data=" ">

ଦେଶର ଆଭ୍ୟନ୍ତରୀଣ ମାମଲାରେ କଂଗ୍ରେସ ବିଦେଶର ହସ୍ତକ୍ଷେପ ଲୋଡୁଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦିଗବିଜୟଙ୍କ ଟ୍ବିଟ ଉପରେ କେନ୍ଦ୍ରମନ୍ତରୀ କିରନ ରିଜଜୁ ପ୍ରତିକ୍ରିୟା ରଖି କହିଛନ୍ତି, " ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀଙ୍କ ହସ୍ତକ୍ଷେପ ଲୋଡୁଥିବାରୁ ରାହୁଲ ଗାନ୍ଧୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମନେ ରଖନ୍ତୁ, ଭାରତର ନ୍ୟାୟିକ ବ୍ୟବସ୍ଥା କୌଣସି ବିଦେଶୀ ହସ୍ତକ୍ଷେପରେ ପ୍ରଭାବିତ ହେବ ନାହିଁ । ଭାରତ କୌଣସି ବୈଦେଶିକ ପ୍ରଭାବକୁ ଆଦୌ ବରଦାସ୍ତ କରିବ ନାହିଁ, କାରଣ ଆମ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ।"

ସୂଚନା ଥାଉ କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ସମସ୍ତ ମୋଦି ସରନେମ ବ୍ୟକ୍ତି ଚୋର କାହିଁକି ? ଏପରି କହି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କା ଟାର୍ଗେଟ କରିଥିଲେ । ଏହାପରେ ତାଙ୍କ ବିରୋଧରେ ସୁରଟ ସେସନ କୋର୍ଟରେ ମାମଲା ରୁଜୁ ହୋଇଥିଲା । ସୁରଟ କୋର୍ଟ ଏହା ଉପରେ ରାୟ ଶୁଣାଇ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ରାୟ ଆସିବାର ଦିନକ ପରେ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ରାହୁଲ ଗାନ୍ଧୀଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.