ETV Bharat / bharat

ସଂଘ ପ୍ରଶଂସାରେ ଶତମୁଖ ଦିଗବିଜୟ

author img

By

Published : Sep 30, 2021, 10:38 PM IST

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମାଲୋଚକ ରହିଆସିଥିବା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବଦଳିଲା ହୃଦୟ । ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୁଣଗାନ କରିବା ସହ ସଂଘର ପ୍ରଶଂସାରେ ଶତମୁଖ ହୋଇଛନ୍ତି ଦିଗବିଜୟ । ଅଧିକ ପଢନ୍ତୁ...

ସଂଘ ପ୍ରଶଂସାରେ ସତମୁଖ ଦିଗବିଜୟ
ସଂଘ ପ୍ରଶଂସାରେ ସତମୁଖ ଦିଗବିଜୟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମାଲୋଚକ ରହିଆସିଥିବା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବଦଳିଲା ହୃଦୟ । ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୁଣଗାନ କରିବା ସହ ସଂଘର ପ୍ରଶଂସାରେ ଶତମୁଖ ହୋଇଛନ୍ତି ଦିଗବିଜୟ ।

ନର୍ମଦା ପରିକ୍ରମା ଯାତ୍ରା ସମୟର ଘଟଣା ଓ ଅନୁଭବ ବିଷୟ ବଖାଣିଛନ୍ତି ଦିଗବିଜୟ । ସେଠାରେ ତାଙ୍କ ଅନୁଭବ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ପାଇଁ ସଭାର ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଅମିତ ଶାହ ଓ ସଂଘର ପ୍ରଶଂସା କରିଛନ୍ତି ଦିଗବିଜୟ ।

ଦିଗବିଜୟ କହିଛନ୍ତି, ନର୍ମଦା ପରିକ୍ରମା ସମୟରେ ବନ ବିଭାଗ ଅଧିକାରୀ ଆମ ପାଇଁ ବ୍ୟବସ୍ଥା କରିଥିଲେ । ଜଙ୍ଗଲରେ କୌଣସି ସୁବିଧା ନଥିଲା । ତେବେ ଦିଗବିଜୟ କହିଛନ୍ତି ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବନ ବିଭାଗ କର୍ମଚାରୀ କହିଥିଲେ କି ଶାହାଙ୍କ ନିର୍ଦ୍ଦେଶ ରହିଛି ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଯେପରି ଦିଗବିଜୟଙ୍କୁ କୌଣସି ଅସୁବିଧା ନହୁଏ, ଏଥିପ୍ରତି ଧ୍ୟାନ ରଖିବାକୁ ଶାହାଙ୍କ ରହିଥିଲା ନିର୍ଦ୍ଦେଶ ବୋଲି କହିଛନ୍ତି ସେ । ଏହିପରି ନର୍ମଦା ପରିକ୍ରମା ସମୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତ୍ତା ମଧ୍ୟ ଅନେକ ସହଯୋଗ କରିଥିଲେ । ମୁଁ ସର୍ବଦା ସଂଘର ସମାଲୋଚକ ରହିଆସିଛି, ତଥାପି ସ୍ବୟଂ ସେବକମାନେ ମୋର ସହାୟତା କରିଥିଲେ ବୋଲି କହିଛନ୍ତି କଂଗ୍ରେସ ନେତା ।

ଆଜିକାଲି ଅନେକ କଂଗ୍ରେସ ନେତା ବିଜେପିର ପ୍ରଶଂସା କରୁଛନ୍ତି । ହେଲେ ଯଭଳି ବୟାନ ଦିଗବିଜୟ ସିଂ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.