ETV Bharat / bharat

Lok Sabha: ଲୋକସଭାରେ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌-2023 ଆଗତ

author img

By

Published : Aug 3, 2023, 3:46 PM IST

ଲୋକସଭାରେ ଆଗତ ହେଲା ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌-2023 । ଆଗତ କଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧକ ପଢ଼ନ୍ତୁ

Digital Personal Data Protection Bill: ଲୋକସଭାରେ ହେଲା ଆଗତ

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌-2023 । ଆଜି(ଗୁରୁବାର) କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍କୁ‌ ଲୋକସଭାରେ ଆଗତ କରିଛନ୍ତି । ଏହାକୁ ବିରୋଧୀ ଦଳମାନେ ବିରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ବିଲ୍‌ ନାଗରିକଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷା ଗୋପନୀୟତାକୁ ଉଲ୍ଲଙ୍ଘନ କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଚଳିତ ଅଧିବେଶନରେ ଏହି ବିଲ୍‌ ଆଗତ ହେବା ନେଇ ପ୍ରକ୍ରିୟା ଜାରି ରହିଥିଲା । ଆଜି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ବିଲ୍‌ ଆଗତ କରିବା ପରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବା ଆରମ୍ଭ କରିଥିଲେ । ଏହି ବିଲ ନାଗରିକଙ୍କ ଗାପନୀୟତା ଉଲଙ୍ଘନ କରିବ ବୋଲି ଅଭିଯୋଗ କରିଥିଲେ । ଏହାକୁ ଗୃହରେ ଆଗତ କରିବା ପୂର୍ବରୁ ସ୍କୃଟିିନି ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଯିବାର ଆବଶ୍ୟକତା ରହିଥିବା ସେମାନେ ଦାବି କରିଥିଲେ ।

ବିରୋଧୀଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ବୈଷ୍ଣବ କହିଥିଲେ, ଏହି ବିଲ୍‌ ଏକ ଅର୍ଥ ସଂକ୍ରାନ୍ତୀୟ ବିଲ୍‌ ନୁହେଁ । ତେଣୁ ଏହାକୁ ଗୃହରେ ଆଗତ କରିବା ପୂର୍ବରୁ ସ୍କୃଟିନି ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଯିବାର ଆବଶ୍ୟକତା ନାହିଁ । ଏହି ବିଲ୍‌ ସମ୍ପର୍କରେ ବିରୋଧୀ ଚାହୁଁଥିବା ସମସ୍ତ ଆଲୋଚନା ଗୃହରେ ମଧ୍ୟ ହୋଇପାରିବ । ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ପ୍ରକ୍ରିୟାକରଣ ପାଇଁ ବିଲ୍ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ପ୍ରଦାନ କରିବ । ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ଏବଂ ତଥ୍ୟକୁ ଆଇନଗତ ଭାବେ ବ୍ୟବହାର ପ୍ରକ୍ରିୟାକୁ ଏହି ବିଲ୍‌ ସ୍ୱୀକୃତି ଦେବ ।

ଏହା ମଧ୍ଯ ପଢନ୍ତୁ :-Digital Data Protection Bill: କେତେ ସୁରକ୍ଷିତ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, କାହିଁକି ଭାରତରେ ଲାଗୁ ହେବା ଜରୁରୀ ?

ଦେଶରେ ବର୍ତ୍ତମାନ ଡିଜିଟାଲ ଡାଟା ସୁରକ୍ଷା ସମ୍ପର୍କିତ ନିୟମାବଳୀ କାର୍ଯ୍ୟକାରିତା ଅଭାବରୁ ସାଇବର ଠକମାନେ ଏହି ସମ୍ପର୍କିତ ଅପରାଧକୁ ଏକ ସହଜ ଦିଗ ଭାବେ ବାଛି ନେଲେଣି । ଗତ 5ବର୍ଷ ଧରି ସରକାର ବ୍ୟକ୍ତିଗତ ସୂଚନା ସୁରକ୍ଷା ଅଧିନିୟମ(Personal Information Protection Act) ନେଇ ବିଚାର ବିମର୍ଶ ଜାରି ରଖିଥିଲେ । ଗତବର୍ଷଠାରୁ କେନ୍ଦ୍ର ସରକାର ଡିଜିଟାଲ ଡାଟା ସୁରକ୍ଷା ବିଧେୟକ (DDP) ନେଇ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତି ଜାରି ରଖିଥିଲେ ଓ ଏ ସମ୍ପର୍କରେ ବିଭିନ୍ନ ବୈଷୟିକ ସଂସ୍ଥା ଓ ସଂଗଠନଠାରୁ ପରାମର୍ଶ, ପ୍ରସ୍ତାବ ମଧ୍ୟ ମାଗିଥିଲେ । ପୂର୍ବରୁ କ୍ୟାବିନେଟରେ ଅନୁମୋଦନ ପାଇ ସାରିଥିବା ଏହି ବିଧେୟକ ଆଜି ସଂସଦରେ ଆଗତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.