ETV Bharat / bharat

Digital India Week 2022: ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jul 4, 2022, 9:38 AM IST

ଆଜି (ସୋମବାର) ଗୁଜୁରାଟ ଗସ୍ତର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାନ୍ଧୀନଗରରେ ଡିଜିଟାଲ ଇଣ୍ଡିଆ ସପ୍ତାହ 2022ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି ଡିଜିଟାଲ ଇଣ୍ଡିଆ ସପ୍ତାହର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ଆଜି (ସୋମବାର) ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାନ୍ଧୀନଗରରେ ଡିଜିଟାଲ ଇଣ୍ଡିଆ ସପ୍ତାହ 2022ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଜରିଆରେ ଟେକ୍ନୋଲୋଜିର ଉପଲବ୍ଧତାକୁ ବଢାଇବା, ଜୀବନର ସହଜତାକୁ ସୁନିଶ୍ଚିତ କରିବା ଏବଂ ଷ୍ଟାର୍ଟଅପ୍ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକାଧିକ ଡିଜିଟାଲ୍ ପଦକ୍ଷେପ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଡିଜିଟାଲ୍ ଇଣ୍ଡିଆ ସପ୍ତାହ ପାଇଁ ଥିମ୍ ହେଉଛି 'ନୂଆ ଭାରତର ଟେକେଡ' । ଡିଜିଟାଲ ସପ୍ତାହ 6 ତାରିଖ ଯାଏ ଚାଲିବ ।

ଡିଜିଟାଲ ଇଣ୍ଡିଆ ସପ୍ତାହରେ ବିଭିନ୍ନ ପ୍ଲାର୍ଟଫର୍ମର ଶୁଭାରମ୍ଭ ହେବ । (Digital India Bhashini) ଭାରତୀୟ ଭାଷାକୁ ସମୃଦ୍ଧ କରିବା ପାଇଁ ଭାଷା ଦାନ ପଦକ୍ଷେପ ନିଆଯାଇଛି । ସେ ନେଇ ଜିଜିଟାଲ ଭାଷାନିର ଶୁଭାରମ୍ଭ ହେବ । ଅଭିନବ ଷ୍ଟାର୍ଟଅପ ପାଇଁ ଆଗାମୀ ପିଢିର ସମର୍ଥନ ପାଇଁ Digital India GENESISର ଶୁଭାରମ୍ଭ ହେବ । ଏହି ଯୋଜନାରେ 750 କୋଟି ଖର୍ଚ୍ଚ ହେବ । ଏହାବାଦ ‘Indiastack.global’ର ଶୁଭାରମ୍ଭ ହେବ ।

ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ‘MyScheme’ ସେବା ଅନୁସନ୍ଧାନରେ ଏକ ପ୍ଲାର୍ଟଫର୍ମ ଉତ୍ସର୍ଗ କରିବେ । ଏହି ପ୍ଲାଟଫର୍ମ ଯାହା ସରକାରୀ ଯୋଜନାରେ ପ୍ରବେଶକୁ ସୁଗମ କରିବ । ଏହା ସହିତ ‘Meri Pehchaan’ ରାଷ୍ଟ୍ରୀୟ ଏକକ ସାଇନ ଇନ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଚିପସ ଟୁ ଷ୍ଟାର୍ଟ ଅପ ପ୍ରୋଗ୍ରାମ ଜରିଆରେ 30 ଗୋଟି ସଂସ୍ଥାର ଉଦଘାଟନ କରିବେ । ଡିଜିଟାଲ ଇଣ୍ଡିଆର ପରିବର୍ତ୍ତନ ଉପଲବ୍ଧି ଉଫରେ ଏକ ଇବୁକ ଲଞ୍ଚ କରିବେ ।

ଡିଜିଟାଲ ଇଣ୍ଡିଆ ଦ୍ବାରା ଦେଶରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହୋଇଛି । 2021ରେ ଗ୍ଲୋବାଲ ରିୟଲ-ଟାଇମ ଡିଜିଟାଲ ପୈଠକ 40ପ୍ରତିଶତ ଭାରତରେ ହୋଇଛି । ଆର୍ଥିକ ବର୍ଷ 2021-22ରେ ୟୁପିଆଇ ଜରିଆରେ 1 ଟ୍ରିଲିୟନ ଡଲାରରୁ ଅଧିକ ଡିଜିଟାଲ କାରବାର ହୋଇଛି । ଯାହାଦ୍ବାରା ଇଜି ଅଫ ଲିଭିଂକୁ ପ୍ରୋସାହନ ମିଳିଛି । ଦିକ୍ଷା ମାଧ୍ୟମରେ ଅନଲାଇନ ପାଠପଢା ସମ୍ଭବ ହୋଇଛି। ସ୍ବଚ୍ଛ ଓ ଭ୍ରଷ୍ଟାଚାର ମୁକ୍ତ ସରକାରୀ କ୍ରୟ ପାଇଁ ଜିଇଏମ ପୋର୍ଟାଲ ହୋଇଛି । କୋୱିନ ଆପ ସହାୟତାରେ ସହଜରେ କୋଭିଡ ଟୀକାକରଣ ସହଜ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.