ETV Bharat / bharat

ଦେଶର ଶକ୍ତିର ସ୍ଲୋଗାନ ହେଉଛି ଡିଜିଟାଲ ଇଣ୍ଡିଆ: ମୋଦି - ଦେଶର ଶକ୍ତିର ସ୍ଲୋଗାନ

ଆଜି ଡିଜିଟାଲ ଇଣ୍ଡିଆକୁ 6 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମୋଦି । ଏହି ସମୟରେ ମୋଦି କହିଛନ୍ତି ଏକବିଂଶ ଶତାଦ୍ଦୀରେ ଦେଶର ଶକ୍ତିର ସ୍ଲୋଗାନ ହେଉଛି ଡିଜିଟାଲ ଇଣ୍ଡିଆ । ଅଧିକ ପଢନ୍ତୁ...

ଦେଶର ଶକ୍ତିର ସ୍ଲୋଗାନ ହେଉଛି ଡିଜିଟାଲ ଇଣ୍ଡିଆ: ମୋଦି

author img

By

Published : Jul 1, 2021, 3:33 PM IST

ନୂଆଦିଲ୍ଲୀ: ଆଜି ଡିଜିଟାଲ ଇଣ୍ଡିଆକୁ 6 ବର୍ଷ ପୂରଣ ହୋଇଛି । ଏହି ଅବସରରେ ଦିକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧୀକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମୋଦି । ଏହି ସମୟରେ ମୋଦି କହିଛନ୍ତି ଏକବିଂଶ ଶତାଦ୍ଦୀରେ ଦେଶର ଶକ୍ତିର ସ୍ଲୋଗାନ ହେଉଛି ଡିଜିଟାଲ ଇଣ୍ଡିଆ ।

ମୋଦି ଆହୁରି କହିଛନ୍ତି ଯଦି ଉଦ୍ଭାବନ ପାଇଁ ଜିଲ ଅଛି, ତେବେ ଦେଶରେ ଏହା ଖୁବ ଶୀଘ୍ର ଗ୍ରହଣୀୟ ହୋଇଥାଏ । ଏହି କାରଣରୁ ଡିଜିଟାଲ ଇଣ୍ଡିଆ ଭାରତର ସମାଧାନ । ଏହା ଲୋକଙ୍କୁ ଆତ୍ମନିର୍ଭର କରିବାକୁ ଉତ୍ସାହିତ କରିଛି । ଡ୍ରାଇଭିଂ ଲାଇସେନ୍ସ କି ଜନ୍ମ ପ୍ରମାଣପତ୍ର କି ବିଦ୍ୟୁତ ବିଲ ଦେବା କିମ୍ବା ଇନକମ ଟ୍ୟାକ୍ସ ଦେବା ଏହି ସମସ୍ତ କାର୍ଯ୍ୟ ବର୍ତ୍ତମାନ ଡିଜିଟାଲ ଇଣ୍ଡିଆ ଦ୍ବାରା ସହଜ ଓ ସଫଳ ହୋଇଛି । ଏପରିକି ଗାଁ ଗୁଡିକରେ ମଧ୍ୟ ସିଏସସି କେନ୍ଦ୍ର ଦ୍ବାରା ଏହି କାର୍ଯ୍ୟ କରାଯାଉଛି ।

ଦିକ୍ଷା ହେଉଛି ଏକ ପଦକ୍ଷେପ ଯାହା ଶିକ୍ଷକମାନଙ୍କୁ ପିଲାମାନଙ୍କୁ ପାଠପଢାଇବାର କ୍ଷେତ୍ରରେ ବିଦ୍ୟମାନ ଉଚ୍ଚ ମାପନୀୟ ଏବଂ ନମନୀୟ ଡିଜିଟାଲ୍ ଭିତ୍ତିଭୂମିକୁ ବ୍ୟବହାର କରିଥାଏ । ଦିକ୍ଷା ପୋର୍ଟାଲ ଶିକ୍ଷକଙ୍କ ଶିକ୍ଷାଦାନ ଦିଗରେ ସମାଧାନକୁ ସକ୍ଷମ, ତ୍ବରାନ୍ବିତ ଏବଂ ବୃଦ୍ଧି କରିଥାଏ । ଏହା ଶିକ୍ଷକମାନଙ୍କୁ ଶିଖିବା ଏବଂ ତାଲିମ ଦେବାରେ ସାହାଯ୍ୟ କରିଥାଏ ।

ସଫଳ ନ୍ୟୁ ଇଣ୍ଡିଆର କାହାଣୀ ପାଇଁ ଡିଜିଟାଲ ଇଣ୍ଡିଆ ହେଉଛି ଏକ ବଡ ସଫଳତା । ଡିଜିଟାଲ୍ ଇଣ୍ଡିଆ ହେଉଛି ଭାରତକୁ ଏକ ଡିଜିଟାଲ୍ ସଶକ୍ତ ସମାଜ ତଥା ଜ୍ଞାନ ଅର୍ଥନୀତିରେ ପରିଣତ କରିବାର ଏକ ଦୃଷ୍ଟିକୋଣ ସହିତ ଭାରତ ସରକାରଙ୍କ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଏହି ଉଚ୍ଚାଭିଳାଷି କାର୍ଯ୍ୟକ୍ରମ ଜୁଲାଇ 1, 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ।

ଏହି ପଦକ୍ଷେପରେ ଗ୍ରାମାଞ୍ଚଳକୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ନେଟୱାର୍କ ସହିତ ସଂଯୋଗ କରିବାର ଯୋଜନା ଅନ୍ତର୍ଭୁକ୍ତ ହୋଇଛି । ଏହା ତିନୋଟି ମୂଳ ଉପାଦାନକୁ ନେଇ ଗଠିତ ଯଥା ନିରାପଦ ଏବଂ ସ୍ଥିର ଡିଜିଟାଲ ଭିତ୍ତିଭୂମିର ବିକାଶ, ସରକାରୀ ସେବା ଡିଜିଟାଲ୍ ପ୍ରଦାନ ଏବଂ ସର୍ବଭାରତୀୟ ଡିଜିଟାଲ୍ ସାକ୍ଷରତା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.