ETV Bharat / bharat

ନିଦ ହଜାଇ ଦେଲା ନନ୍ଦିଗ୍ରାମ ବାଜି, ବିଜେପି କର୍ମୀଙ୍କୁ ଫୋନ କଲେ ଦିଦି !

ବିଜେପି ହାୱାରେ ଦବି ଯିବେ କି ଦିଦି । ହାତରୁ ପଶ୍ଚିମବଙ୍ଗ ଖସି ଯିବା ନେଇ ଦିଦିଙ୍କୁ ଘାରିଛି ଭୟ । ଗଡ ବଞ୍ଚାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ କିଛି ଏପରି ଦାବି କରୁଛି ବିଜେପି । ଅଧିକ ପଢନ୍ତୁ...

author img

By

Published : Mar 27, 2021, 5:40 PM IST

Updated : Mar 27, 2021, 6:03 PM IST

ମମତାଙ୍କ କଥିତ ଭାଇରାଲ ଭିଡିଓକୁ ନେଇ ସରଗରମ ବେଙ୍ଗଲ ରାଜନୀତି

କୋଲକାତା: ବିଜେପିର ପ୍ରଚଣ୍ଡ ପ୍ରଚାର ଓ ରଣନୀତିରେ ଦୋହଲି ଯିବ କି ଦିଦିଙ୍କ ଗଡ ? ଖସିଯିବ କି କ୍ଷମତା ? ଚର୍ଚ୍ଚିତ ନନ୍ଦିଗ୍ରାମରୁ ପରାଜୟ ଭୟ ଘାରିଛି କି ଦିଦିଙ୍କୁ ? ଶୁଭେନ୍ଦୁଙ୍କ ଆହ୍ବାନକୁ ଗ୍ରହଣ କରି ଫସିଗଲେ କି ଦିଦି ? ହାରିବା ସ୍ଥିତିରେ ଅଛନ୍ତି କି ମୁଖ୍ୟମନ୍ତ୍ରୀ ମମତା?

କାରଣ ଏବେ ଯେଉଁ କଥିତ ଅଡିଓ ଭାଇରାଲ ହେଉଛି ତାହା ମମତାଙ୍କ ଦମ୍ଭୋକ୍ତି ଓ ରଣନୀତିକୁ ନେଇ ବଢୁଛି ସନ୍ଦେହ । କାରଣ ଯେଉଁ ବିଜେପି ବିରୋଧରେ ମମତା ଶକ୍ତ ଶବ୍ଦ ବ୍ୟବହାର କରି ଭୋଟ ମାଗୁଛନ୍ତି, ସେହି ବିଜେପି କର୍ମୀଙ୍କୁ ଫୋନ କରି ପୁଣି ଅସହାୟ କଣ୍ଠରେ ବିଜୟ ପାଇଁ ସହାୟତା ମାଗୁଛନ୍ତି ।

ଏଥର ପଶ୍ଚିମବଙ୍ଗରେ ବିଜେପି-ଟିଏମସି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଠାରେ ତାଙ୍କର ମୁଖ୍ୟ ଚ୍ୟାଲେଞ୍ଜର ସାଜିଛନ୍ତି ଏକଦା ମୁଖ୍ୟମନ୍ତ୍ରୀଙ୍କ ବିଶ୍ବସ୍ତ ତଥା ପୂର୍ବତନ ରାଜ୍ୟପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଯିଏକି ବର୍ତ୍ତମାନ ବିଜେପି ଟିକେଟରୁ ନନ୍ଦିଗ୍ରାମରେ ନିର୍ବାଚନ ଲଢୁଛନ୍ତି । ନନ୍ଦିଗ୍ରାମ ଶୁଭେନ୍ଦୁ ଅଧିକାରୀଙ୍କ ପୁରୁଣା ଗଡ ହୋଇଥିବାବେଳେ ଏଠାରେ ଦିଦିଙ୍କୁ ଗଡ ବଞ୍ଚାଇବାକୁ ମୁସକିଲ ହୋଇପାରେ । ଫଳରେ ଦିଦି ପୂର୍ବ ମେଦିନାପୁର ବିଜେପିର ଜିଲ୍ଲା ସଭାପତିଙ୍କୁ ନିର୍ବାଚନରେ ସହାୟତା ମାଗୁଥିବା ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଛି ।

ନିଦ ହଜାଇ ଦେଲା ନନ୍ଦିଗ୍ରାମ ବାଜି

ଏହି ଭାଇରାଲ ଅଡିଓରେ, ମୁଖ୍ୟମନ୍ତ୍ରୀ ବାରମ୍ବାର ବିଜେପି କର୍ମୀଙ୍କୁ ପ୍ରଶଂସା କରିବା ସହ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆବେଦନକୁ ସମ୍ମାନର ସହ ମନା କରି ଦେଇଥିଲେ ବିଜେପି କର୍ମୀ ଜଣକ । ସେ ସ୍ପଷ୍ଟ ଭାବରେ କହିଥିଲେ ଯେ କୌଣସି ପରିସ୍ଥିତି ମଧ୍ୟରେ ସେ ଅଧିକାରୀଙ୍କ ସହିତ ବିଶ୍ବାସଘାତକ କରିବେ ନାହିଁ କିମ୍ବା ଦଳକୁ ଧୋକା ଦେବେ ନାହିଁ । କାରଣ ସିପିଆଇରୁ ବାହାରିବା ପରେ ଅଧିକାରୀ ହିଁ ତାଙ୍କୁ ସାହାଯ୍ୟ କରିଥିଲେ ।

ସେପଟେ ଏହି ଘଟଣାରେ ତୃଣମୂଳ କଂଗ୍ରେସର ତପନ ରାୟ ମାଆଙ୍କ ଦେହାନ୍ତ ହୋଇଥିବାରୁ ନିଜର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଅନ୍ୟଜଣେ ନେତା କୁନାଲ ଘୋଷ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୂର୍ବତନ ଟିଏମସି କର୍ମୀଙ୍କୁ ଫୋନ କରିବାରେ କୌଣସି ଭୁଲ ନାହିଁ । ଦଳରେ କୌଣସି ଭୁଲ ବୁଝାବୁଣା ଯୋଗୁଁ ସେ ଦଳ ଛାଡିଥିଲେ । ଅନ୍ୟପଟେ, ଏହି ଅଡିଓ କ୍ଲିପରୁ ମମତା ବାନାର୍ଜୀ ପରାଜୟ ସ୍ବୀକାର କରିଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ଜୟପ୍ରକାଶ ମଜୁମଦାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 27, 2021, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.