ETV Bharat / bharat

ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡିଂକୁ ଭୁଲ କହିଲେ ଚୀନ୍‌ ବୈଜ୍ଞାନିକ - ଦକ୍ଷିଣମେରୁ ଅବତରଣକୁ ଚୀନ ବୈଜ୍ଞାନିକଙ୍କ ଅସ୍ବୀକାର

ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-3 ଲ୍ୟାଣ୍ଡର ‘ବିକ୍ରମ’ ର ଲ୍ୟାଣ୍ଡିଂକୁ ଭୁଲ କହିଲେ ଚୀନର ବରିଷ୍ଠ ମହାକାଶ ବୈଜ୍ଞାନିକ । କହିଲେ ତାହା ଦକ୍ଷିଣ-ଗାଲାର୍ଦ୍ଧ ଥିଲା ମେରୁ ନୁହେଁ । ଅଧିକ ପଢନ୍ତୁ

ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂକୁ ମିଛି କହିଲେ ଚୀନ ବୈଜ୍ଞାନିକ

author img

By ETV Bharat Odisha Team

Published : Sep 30, 2023, 5:14 PM IST

ନୂଆଦିଲ୍ଲୀ: ଭାରତ ନିଜ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-3’ର ଲ୍ୟାଣ୍ଡରକୁ ଚନ୍ଦ୍ରର ଆହ୍ବାନପୂର୍ଣ୍ଣ ଦକ୍ଷିଣ ମେରୁରେ ସଫଳତାର ଲ୍ୟାଣ୍ଡିଂ କରାଇ ଐତିହାସିକ ରେକର୍ଡ କରିଛି । ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ 4ର୍ଥ ଓ ଦକ୍ଷିଣମେରୁରେ ପହଞ୍ଚିବାରେ ବିଶ୍ବର ପ୍ରଥମଦେଶ ଭାବେ ଭାରତ ଖ୍ୟାତି ଅର୍ଜନ କରିଛି । ଏହାକୁ ନେଇ ଭାରତର ଉପଲବ୍ଧିକୁ ନେଇ ସାରା ବିଶ୍ବ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ମାତ୍ର ଏହି ଅଭିଯାନ ଶେଷ ହେବାର ପ୍ରାୟ ଏକ ମାସ ପରେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ଚୀନର ଜଣେ ବରିଷ୍ଠ ମହାକାଶ ବିଜ୍ଞାନୀ । ଭାରତର ଚନ୍ଦ୍ରଯାନ ଯେଉଁଠାରେ ଅବତରଣ କରିଛି ତାହା ଚନ୍ଦ୍ରର ଦକ୍ଷିଣମେରୁ ନୁହେଁ କିମ୍ବା ତାହା କୌଣସି ମେରୁ ଅଞ୍ଚଳ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି ଏହି ଚୀନ ମହାକାଶ ବୈଜ୍ଞାନିକ ।

ଚୀନର ବରିଷ୍ଠ ମହାକାଶ ବିଜ୍ଞାନୀ ତଥା ଚୀନ ପ୍ରଥମ ଚନ୍ଦ୍ର ଅଭିଯାନର ନତୃତ୍ବ ନେଇଥିବା ତଥା ଚୀନ ଏକାଡେମୀ ଅଫ ସାଇନ୍ସର ସଦସ୍ୟ ଥିବା ବିଜ୍ଞାନୀ ଓୟୋଙ୍ଗ ଜିୟୁଆନ ଏକ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା କହିବା ଭୁଲ ହେବ ଯେ, ଭାରତର ମହାକାଶ ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା । ଭାରତୀୟ ଚନ୍ଦ୍ରଯାନ ଯେଉଁଠାରେ ଅବତରଣ କରିଥିଲା ତାହା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧ, ମେରୁ ଅଞ୍ଚଳ ନୁହେଁ । ଏହା କହିବା ସହ ସେ ଭାରତର ଦାବିକୁ ମଧ୍ୟ ଭୁଲ ଓ ମିଛ ବୋଲି ଦର୍ଶାଇବାକୁ ପ୍ରୟାସ କରିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ, ଭାରତର ଲ୍ୟାଣ୍ଡର ପ୍ରାୟତଃ 69 ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିଥିଲା । ଏହି କ୍ଷେତ୍ର ଚନ୍ଦ୍ରମାର ଦକ୍ଷିଣ-ଗୋଲାର୍ଦ୍ଧ (Southern Hemisphere) କ୍ଷେତ୍ର ଅଧୀନରେ ଆସୁଛି । ଏହା ଏକ ମେରୁ ଅଞ୍ଚଳ ନୁହେଁ । ଦକ୍ଷିଣ ମେରୁ ଅଞ୍ଚଳ 88.5 ଓ 90 ଡିଗ୍ରୀ ମଧ୍ୟରେ ଅବସ୍ଥିତ । ଭାରତୀୟ ମହାକାଶ ଯାନ ଯେଉଁଠି ଅବତରଣ କରିଛି ତାହା ବାସ୍ତବରେ ମେରୁ ଅଞ୍ଚଳ ନୁହେଁ ।

ଏହା ମଧ୍ୟ ପଢନ୍ତୁ :- Rover Completed Assignments: ଟାସ୍କ ଶେଷ କରି ସ୍ଲିପମୋଡରେ ପ୍ରଜ୍ଞାନ, 22ତାରିଖକୁ ଅପେକ୍ଷା

ଜୁଲାଇ 14 ତାରିଖ ଅପରାହ୍ନ 2.35 ରେ ଉତକ୍ଷେପଣ ହୋଇଥିବା ଚନ୍ଦ୍ରାଯାନ 3 ଅଗଷ୍ଟ 23 ତାରିଖ ସଂଧ୍ୟା 6ଟା 4ମିନିଟ (ଭାରତୀୟ ସମୟ)ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ଲ୍ୟାଣ୍ଡର ‘ବିକ୍ରମ’ର ସଫଳତାର ସହ ଅବତରଣ କରିଥିଲା । ତାର କିଛି ଘଣ୍ଟା ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ନିଜର 14 ଦିନ କାର୍ଯ୍ୟକାଳ ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସମ୍ପର୍କରେ ବହୁଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲା । ସଲଫର ଓ ଅକ୍ସିଜେନ ସମେତ ଏକାଧିକ ଉପାଦନ ଚନ୍ଦ୍ରପୃଷ୍ଠରେ ଥିବା ନେଇ ସୂଚନା ଆସିବା ପରେ ଏବେ ଚନ୍ଦ୍ରର ଦକ୍ଷିଣ ମେରୁକୁ ନେଇ ଉତ୍କଣ୍ଠା ବଢିଛି । ଏବେ ଉଭୟ ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠରେ ସ୍ଲିପିଂ ମୋଡରେ ରହିଛନ୍ତି । ଏମାନେ ପୁଣି କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.