ଗୌହ୍ବାଟୀ: ରାଗିଂ ଉପରେ ରୋକ୍ ଲଗାଇବା ଦେଶ ରୋକ୍ ଲଗାଇବାକୁ ଦେଶ ନାନା ଆଇନ୍ କାନୁନ ତଥା ଆଣ୍ଟି ରାଗିଂ ସେଲ୍ । ଏହାସତ୍ତ୍ବେ ବିଭିନ୍ନ ସମୟରେ ରାଗିଂର ଶିକାର ହେଉଛିନ୍ତି ଛାତ୍ର । ବର୍ତ୍ତମାନ ଆସାମର ଡିବୃଗଡ଼ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ରରେ ଜଣେ ଛାତ୍ର ଅତି ଦୟନୀୟ ରାଗିଂର ଶିକାର ହୋଇଛନ୍ତି । ଛାତ୍ରଙ୍କୁ ତାଙ୍କ ସିନିଅର ଛାତ୍ର ରାଗିଂ ନାମରେ ହଷ୍ଟେଲ ବିଲ୍ଡିଂର ଦ୍ବିତୀୟ ମହଲାରୁ ଡେଇଁବାକୁ ବାଧ୍ୟ କରିଛନ୍ତି । ବିଲ୍ଡିଂ ତଳକୁ ଡେଇଁବା ପରେ ବର୍ତ୍ତମାନ ଛାତ୍ର ଜଣକ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ।
ଡିବୃଗଡ଼ ବିଶ୍ବବିଦ୍ୟାଳୟ ପଦ୍ମନାଥ ଗୋହେନ୍ ବରୁଆ ହଷ୍ଟେଲ୍ରେ ରହୁଥିଲେ ପ୍ରଥମ ବର୍ଷ ସ୍ନାତ୍ତକ ଛାତ୍ର ଆନନ୍ଦ ଶର୍ମା । କିଛି ସିନିଅର ଛାତ୍ର ଗତ ନଭେମ୍ବର ୨୬ ତାରିଖ ରାତିରେ ଆନନ୍ଦଙ୍କୁ ରାଗିଂ କରିଥିଲେ । ଏହାପରେ ତାଙ୍କୁ ହଷ୍ଟେଲ୍ର ଦ୍ବିତୀୟ ମହଲାରୁ ଡେଇଁବାକୁ ବାଧ୍ୟ କରାଇଥିଲେ । ଭୟରେ ଆନନ୍ଦ ତଳକୁ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆସାମର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଛି ।
ଆନନ୍ଦଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି । ସେପଟେ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୧୮ ଜଣ ସନିଅର ଛାତ୍ରଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ଡିବୃଗଡ଼ ବିଶ୍ବବିଦ୍ୟାଳୟରୁ ବିଦା କରାଯାଇଛି । ଏହାକୁ ନେଇ ଆସାମର ଶିକ୍ଷା ବିଭାଗ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ତାସହିତ ଅଭିଯୁକ୍ତ ଛାତ୍ରଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।
ସେପଟେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାକୁ ନେଇ ଏକ ଜରୁରୀକାଳୀନ ବୈଠକ ଡକା ଯାଇଛି । ତୁରନ୍ତ ଅଭିଯୁକ୍ତଙ୍କୁ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।