ETV Bharat / bharat

Dhanbad judge death case: ୨ ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ କରିବ CBI - ସିବିଆଇ

ବହୁଚର୍ଚ୍ଚିତ ଧାନବାଦ ବିଚାରପତି ମୃତ୍ୟୁ ଘଟଣା । ନାର୍କୋ ଟେଷ୍ଟ ପାଇଁ ୨ ଅଭିଯୁକ୍ତଙ୍କୁ ଧରି ଦିଲ୍ଲୀ ଅଭିମୁଖେ CBI । ଅଧିକ ପଢନ୍ତୁ...

Dhanbad judge death case: CBI ୨ ଅଭିଯୁକ୍ତଙ୍କ କରିବ ନାରକୋ ଟେଷ୍ଟ
Dhanbad judge death case: CBI ୨ ଅଭିଯୁକ୍ତଙ୍କ କରିବ ନାର୍କୋ ଟେଷ୍ଟ
author img

By

Published : Aug 12, 2021, 3:35 PM IST

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ବିଚାରପତି ସନ୍ଦେହଜନକ ମୃତ୍ୟୁ ଘଟଣା । ୨ ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ ପାଇଁ ୧୦ ଦିନିଆରେ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଆଣିଛି CBI । ଦିଲ୍ଲୀରେ ସେମାନଙ୍କ ନାର୍କୋ ଟେଷ୍ଟ କରାଯିବ । ପୂର୍ବରୁ ଘଟଣାସ୍ଥଳକୁ ଯାଇ ସିବିଆଇ ସିନ ରିକ୍ରିଏସନ କରିବା ସହିତ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା ।

Dhanbad judge death case: CBI ୨ ଅଭିଯୁକ୍ତଙ୍କ କରିବ ନାର୍କୋ ଟେଷ୍ଟ

ବିଚାରପତି ଉତ୍ତମ ଆନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁରେ ୨ ଅଭିଯୁକ୍ତ ରାହୁଲ ବର୍ମା ଓ ଲକ୍ଷ୍ମଣ ବର୍ମା ସିବିଆଇ ଦ୍ବାରା କୋର୍ଟରେ ଉପସ୍ଥିତ ହୋଇଥିଲେ । ତଦନ୍ତ ପ୍ରକ୍ରିୟା ପାଇଁ ଉଭୟଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ କୋର୍ଟକୁ କହିଥିଲେ । ତଦନ୍ତ ପାଇଁ ୭ ଦିନ ନିହାତି ଆବଶ୍ୟକ ସହିତ ସେମାନଙ୍କୁ ଦିଲ୍ଲୀ ନିଆଯିବ ବୋଲି ସିବିଆଇ କୋର୍ଟକୁ କହିଥିବା ଜଣାପଡିଛି । ଏହାପରେ ଗତ ବୁଧବାର ସିବିଆଇ ଉଭୟ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି ।

କୋର୍ଟ ଗତ ଅଗଷ୍ଟ ୬ ତାରିଖରେ ୫ ଦିନ ପାଇଁ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିଥିଲେ । ଏହି ଅବଧି ଆଜି(ଗୁରୁବାର) ଶେଷ ହେବାକୁ ଥିବା ବେଳେ ପୁଣି ୧୦ ଦିନ ପାଇଁ ସିବିଆଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ସିବିଆଇର ଏକ ସ୍ବତନ୍ତ୍ର ଟିମ SP ଜଗରୁପ ଏସ ସିହ୍ନା ଓ ASP ତଥା ତଦନ୍ତ ଅଧିକାରୀ ବିଜୟ କୁମାର ଶୁକ୍ଲା ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ୩ଟି ଗାଡି ଯୋଗେ କୋର୍ଟରେ ପହଞ୍ଚିଥିଲେ । ଧାନବାଦ ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ ଶିଖା ଅଗ୍ରୱାଲଙ୍କ ଆଗରେ ଉପସ୍ଥିତ କରାଇଥିଲେ । ତେବେ ସତ୍ୟ ବାହାରିବା ପାଇଁ ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ ଆବଶ୍ୟକ ବୋଲି ତଦନ୍ତକାରୀ ଟିମ କୋର୍ଟକୁ କହିଥିଲେ ।

ତେବେ ଏଥିଲାଗି ଅଭିଯୁକ୍ତଙ୍କୁ ଧାନବାଦ ବାହାରକୁ ଯିବାର ଥିବାରୁ ଅତ କମରେ ୧୦ ଦିନ ଆବଶ୍ୟକ ବୋଲି କହିବା ପରେ କୋର୍ଟ ଏଥିଲାଗି ଅନୁମତି ଦେଇଥିଲେ । ତେବେ ସୂଚନା ଥାଉ କି ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ତାଙ୍କୁ ପଛ ପଟୁ ଏକ ଅଟୋ ଆସି ଧକ୍କା ଦେଇଥିଲା । ପ୍ରଥମେ ସମସ୍ତେ ଏହାକୁ ଦୁର୍ଘଟଣା ଭାବୁଥିବା ବେଳେ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଭଳି ସିସିଟିଭି ଫୁଟେଜରୁ ଜଣାପଡୁଛି । ତେବେ ଏହା ଦୁର୍ଘଟଣା କି ହତ୍ୟାକାଣ୍ଡ ଏପର୍ଯ୍ୟନ୍ତ ପ୍ରମାଣ ହୋଇନାହିଁ । ସିବିଆଇ ଘଟଣାର ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.