ETV Bharat / bharat

ଭାରତରେ ଉଡୁଥିବା ବୋଇଂ 737-8 ମାକ୍ସ ବିମାନ ସୁରକ୍ଷିତ, ଆମେରିକାରେ ମଝି ଆକାଶରେ ଉଡିଯାଇଥିଲା ଡୋର

author img

By ETV Bharat Odisha Team

Published : Jan 8, 2024, 4:25 PM IST

Boeing 737-8 Max planes: ଭାରତରେ ଉଡୁଥିବା ସମସ୍ତ ବୋଇଂ 737-8 ମାକ୍ସ ବିମାନ ସୁରକ୍ଷିତ । ଆମେରିକାରେ ମଝି ଆକାଶରେ ଡୋର ଉଡିଯିବା ପରେ ଭାରତରେ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲା DGCA । ଅଧିକ ପଢନ୍ତୁ

ଶେଷ ହେଲା ବୋଇଂ 737-8 ମାକ୍ସ ବିମାନର ଚେକିଂ, ଆମେରିକାରେ ମଝି ଆକାଶରେ ଉଡିଯାଇଥିଲା ଡୋର

ନୂଆଦିଲ୍ଲୀ: ଆମେରିକାରେ ଆଲାସ୍କା ଏୟାରଲାଇନ୍ସର ଏକ ବିମାନର ମଝି ଆକାଶରେ ଡୋର ଭାଙ୍ଗି ଉଡିଯିବା ଘଟଣା ପରେ ଭାରତରେ ବ୍ୟବହୃତ ହେଉଥିବା ବୋଇଂ 737-8 ମାକ୍ସ (Boeing 737-8 Max) ବର୍ଗର ବିମାନର ଡୋର ଓ ଏମରଜେନ୍ସି ଏକଜିଟ ସିଷ୍ଟମର ବୈଷୟିକ ଯାଞ୍ଚ କରିବା ପାଇଁ ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (ଡିଜିସିଏ) ନିର୍ଦ୍ଦେଶ ଦେଇଥିଲା । ଭାରତରେ ଘରୋଇ ବିମାନ କମ୍ପାନୀମାନେ ବ୍ୟବହାର କରୁଥିବା ଏହି ମଡେଲର ବିମାନର ସୁରକ୍ଷା ଯାଞ୍ଚ କରି ଡିଜିସିଏକୁୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା । ତେବେ ଏହି ପ୍ରକ୍ରିୟା ଆଜି ଶେଷ ହୋଇଛି । ଭାରତରେ ଉଡାଣ ସେବା ଯୋଗାଉଥିବା କୌଣସି ବିମାନରେ ସୁରକ୍ଷା ସମ୍ପର୍କିତ ବୈଷୟିକ ତ୍ରୁଟି ସାମ୍ନାକୁ ଆସିନି ।

ଆଜି ଏହି ଯାଞ୍ଚ ସମ୍ପର୍କରେ ଡିଜିସିଏ ଏକ ବିବୃତ୍ତି ଜାରି କରିଛି । ଏହି ବୈଷୟିକ ଯାଞ୍ଚ ସଫଳତାର ସହ ଶେଷ ହୋଇଛି । ଭାରତରେ ଏୟାର ଇଣ୍ଡିଆ ଏକ୍ସପ୍ରେସରେ 4ଟି, ସ୍ପାଇସଜେଟରେ 8ଟି, ଆକାଶ ଏୟାରଲାଇନ୍ସରେ 20 ଟି ବର୍ଗର ବିମାନ (Boeing B737-8 Max) ବିମାନ ବ୍ୟବହୃତ ହେଉଛି । ଏହି ବିମାନ ଗୁଡିକରେ ଡୋର ଅନ୍ୟ ଜରୁରୀ ଏକଜିଟ ବ୍ୟବସ୍ଥା ସଠିକ ଭାବରେ କାର୍ଯ୍ୟ କରୁଥିବା ଯାଞ୍ଚ ରିପୋର୍ଟ କହୁଛି ।

ଏହା ମଧ୍ୟ ପଢନ୍ତୁ :- 50 ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା, ଆଜି ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ଜାନୁଆରୀ 5 ତାରିଖରେ ଆମେରିକାର ପୋର୍ଟଲ୍ୟାଣ୍ଡ ବିମାନ ବନ୍ଦରରୁ କାର୍ଲିଫର୍ଣ୍ଣିଆ ଅଭିମୁଖେ ଉଡାଣ ଭରିଥିବା ଅଲସ୍କା ଏୟାରଲାଇନ୍ସର ଏକ ବିମାନରେ ମଝି ଆକାଶରେ ପଛ ଡୋର ଭାଙ୍ଗି ଉଡିଯାଇଥିଲା । କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ବିମାନଟି ପୋର୍ଟଲ୍ୟାଣ୍ଡ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । ବିମାନରେ 174 ଜଣ ଯାତ୍ରୀ ଥିଲେ । ହେଲେ ମଝି ଆକାଶରେ ବିମାନର ଡୋର ଭାଙ୍ଗି ଉଡିଯିବା ଘଟଣା ସାରା ବିଶ୍ବରେ ବିମାନଯାତ୍ରୀଙ୍କୁ ଆଶଙ୍କିତ କରିଥିଲା । ଭାରତରେ ମଧ୍ୟ ଏକାଧିକ ଏୟାରଲାଇନ୍ସ ଏହି ମଡେଲର ବିମାନ ସେବା ଯୋଗାଉଥିବା କାରଣରୁ ଭାରତରେ ମଧ୍ୟ ଚିନ୍ତା ବଢିଥିଲା । ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ ସମସ୍ତ ଏୟାରଲାଇନ୍ସମାନଙ୍କୁ ଏହି ବର୍ଗର ବିମାନରେ ଡୋର ଓ ଏକଜିଟ ସିଷ୍ଟମ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଭାରତରେ କୌଣସି ପ୍ରକାର ବୈଷୟିକ ତ୍ରୁଟି ସାମ୍ନାକୁ ଆସିନି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.