ETV Bharat / bharat

Amarnath Yatra: ଦୁଇ ସପ୍ତାହରେ ୨୦ ହଜାର ତୀର୍ଥଯାତ୍ରୀ କଲେ ପଞ୍ଜିକରଣ

author img

By

Published : Apr 28, 2022, 1:56 PM IST

ଅମରନାଥ ଯାତ୍ରା ପାଇଁ ଗତକାଲି (ବୁଧବାର) ସୁଦ୍ଧା ୨୦ ହଜାରରୁ ଅଧିକ ଭକ୍ତ ପଞ୍ଜୀକୃତ କରିଛନ୍ତି । ଜୁନ୍ ୩୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅମରନାଥ ଯାତ୍ରା । ଅଧିକ ପଢନ୍ତୁ

Amarnath Yatra: ଦୁଇ ସପ୍ତାହରେ ପଞ୍ଜୀକରଣ କଲେ ୨୦ ହଜାର ତିର୍ଥଯାତ୍ରୀ

ଶ୍ରୀନଗର: ଅମରନାଥ ଯାତ୍ରା ପାଇଁ ଏପ୍ରିଲ 11ରୁ ଆରମ୍ଭ ହୋଇଛି ପଞ୍ଜିକରଣ । ଗତକାଲି (ବୁଧବାର) ସୁଦ୍ଧା ୨୦ ହଜାରରୁ ଅଧିକ ଭକ୍ତ ପଞ୍ଜୀକୃତ କରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜୁନ୍ ୩୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅମରନାଥ ଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ଅନୁଷ୍ଠିତ ହେଉଥିବାରୁ ଦୁଇ ସପ୍ତାହ ମଧ୍ୟରେ ୨୦ ହଜାର ୫୯୯ ଭକ୍ତ ଦର୍ଶନ ପାଇଁ ପଞ୍ଜିକୃତ କରିଛନ୍ତି ।

ଦକ୍ଷିଣ କାଶ୍ମୀରର 3,880 ମିଟର ଉଚ୍ଚରେ ଅବସ୍ଥିତ ହିମାଳୟ ଗୁମ୍ଫା ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ତୀର୍ଥଯାତ୍ରୀ ଶ୍ରୀନ ବୋର୍ଡ ୱେବସାଇଟ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନରେ ପଞ୍ଜିକୃତ କରୁଛନ୍ତି । ତେବେ ଚଳିତ ବର୍ଷ ତିନି ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଯାତ୍ରା କରିପାରନ୍ତି ବୋଲି ଆଶା ରଖିଛନ୍ତି ଶ୍ରୀ ଅମରନାଥଜୀ ଶ୍ରୀନ ବୋର୍ଡର ସିଇଓ । ତେବେ ତୀର୍ଥଯାତ୍ରୀଙ୍କ ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଅମରାନାଥରେ ଦୁଇଟି ସ୍ପେସିଆଲ କାଉଣ୍ଟର, ୪ଟି ଏଟିଏମ ଓ ଦୁଇଟି ମାଇକ୍ରୋ ATMର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଅଧିକାରୀ ।

ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଅଗଷ୍ଟରେ ଧାରା 370 ଉଠିବା ହେବା ପୂର୍ବରୁ ଅମରନାଥ ଯାତ୍ରାକୁ ମଧ୍ୟଭାଗରେ ବାତିଲ କରାଯାଇଥିଲା । କୋରୋନା ମହାମାରୀ ହେତୁ ଗତ ଦୁଇ ବର୍ଷ ଧରି ଏହି ଯାତ୍ରା ବନ୍ଦ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.