ମୁମ୍ବାଇ: ପ୍ରସିଦ୍ଧ ସିରିଡ଼ି ସାଇବାବାଙ୍କ ମନ୍ଦିରର (Siridi Sai Baba Temple) ଦାନ ହୁଣ୍ଡି ଖୋଲା ଯାଇଛି । ଚଳିତ ବର୍ଷ ପ୍ରାୟ 400 କୋଟି ଟଙ୍କା ଦାନ କରିଛନ୍ତି ଭକ୍ତ (Devotees donated nearly Four Hundred Crores to Saichara during this Year) । ଜାନୁଆରୀ 1 ଠାରୁ ଡିସେମ୍ବର 26 ତାରିଖ ମଧ୍ୟରେ ସିରିଡ଼ି ସାଇବାବାଙ୍କୁ ଦାନ ହୋଇଥିବା ଆୟର ଆକଳନ ହୋଇଛି । ଦାନ ବାକ୍ସରୁ ପ୍ରାୟ 394 କୋଟି 28 ଲକ୍ଷ 36 ହଜାର ଟଙ୍କା ଆୟ କରିଛି ମନ୍ଦିର ଟ୍ରଷ୍ଟ । ଡିସେମ୍ବର 31 ସୁଦ୍ଧା ସୁଦ୍ଧା ଏହା 400 କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।
![Devotees donates Rs 400 crores to Shirdi Saibaba in 2022](https://etvbharatimages.akamaized.net/etvbharat/prod-images/shirdisaibabadonationsfortheyear_28122022211719_2812f_1672242439_173.jpg)
ଏହା ମଧ୍ୟ ପଢ଼ନ୍ତୁ: Terrorist attack alert: ନୂଆବର୍ଷରେ ହୋଇପାରେ ଆତଙ୍କୀ ହମଲା, ପଞ୍ଜାବରେ ଆଲର୍ଟ
ଡିସେମ୍ବର 26 ପର୍ଯ୍ୟନ୍ତ ସିରିଡ଼ି ସାଇବାବାଙ୍କ ମନ୍ଦିରକୁ ହୋଇଥିବା ଦାନର ବିବରଣୀ, ଦକ୍ଷିଣା ପେଟିରେ 165 କୋଟି 55 ଲକ୍ଷ ଓ ଦାନ କାଉଣ୍ଟରରୁ 72 କୋଟି 26 ଲକ୍ଷ 27 ଟଙ୍କା ଆୟ ହୋଇଛି । ସେହିପରି ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ 40 କୋଟି 74 ଲକ୍ଷ, ଅନଲାଇନରେ 81 କୋଟି 79 ଲକ୍ଷ, ଚେକ ଏବଂ ଡିଡି ଜରିଆରେ 18 କୋଟି 65 ଲକ୍ଷ, ମନି ଅର୍ଡରରେ 1 କୋଟି 88 ଲକ୍ଷ ଟଙ୍କା ପ୍ରାପ୍ତ ହୋଇଛି । ଏହା ବ୍ୟତୀତ 25 କିଲୋ 578 ଗ୍ରାମ (11 କୋଟି 87 ଲକ୍ଷ) ସୁନା ଏବଂ 326 କିଲୋ 38 ଗ୍ରାମ (1 କୋଟି 51 ଲକ୍ଷ) ରୂପା ସିରିଡ଼ି ସାଇଙ୍କୁ ଦାନ କରିଛନ୍ତି ଭକ୍ତ । ସାଇ ସଂସ୍ଥାନ (Sai Sansthan) ଟ୍ରଷ୍ଟର ବୈଦେଶିକ ମୁଦ୍ରା ଆକାଉଣ୍ଟ ଜରିଆରେ ମଧ୍ୟ କୋଟିକୋଟି ଟଙ୍କା ଦାନ ହୋଇଛି । ପ୍ରତିବର୍ଷ ଏହି ମାଧ୍ୟମରେ ପ୍ରାୟ 15ରୁ 20 କୋଟି ଟଙ୍କା ମିଳିଥାଏ । ଅନୁଷ୍ଠାନ ପ୍ରତିଷ୍ଠା ହେବାର ପ୍ରଥମ ବର୍ଷ ତଥା 1922ରେ 2238 ଟଙ୍କା ଦାନ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Heeraben Modi Passes Away: ୧୦୦ ବର୍ଷ ବୟସରେ ମୋଦିଙ୍କ ମାଆଙ୍କ ଦେହାନ୍ତ
100 ବର୍ଷ ପରେ ଦୈନିକ ଏକ କୋଟିରୁ ଅଧିକ ଅର୍ଥ ଦାନ କରାଯାଏ । ଭକ୍ତଙ୍କ ଦ୍ବାରା ମିଳୁଥିବା ଦାନ ଅର୍ଥ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲାଗିଥାଏ । ସାଇ ସଂସ୍ଥାନର ଟ୍ରଷ୍ଟ ଅଧିନରେ ଥିବା ସାଇନାଥ ହସ୍ପିଟାଲରେ ମଧ୍ୟ ଏହି ଅର୍ଥ ବିନିଯୋଗ କରାଯାଉଥିବା ସୂଚନା ମିଳିଛି । ଏଥିସହ ଟ୍ରଷ୍ଟ ପକ୍ଷରୁ ମାଗଣାରେ ଖାଦ୍ୟ ଦିଆଯାଏ । ପ୍ରତିବର୍ଷ ପ୍ରାୟ ଦେଢ କୋଟି ଭକ୍ତ ଏଥିରୁ ଉପକୃତ ହୁଅନ୍ତି । ଭକ୍ତମାନଙ୍କୁ ଆବାସ ଯୋଗାଇ ଦିଆଯାଉଛି । ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଏହି ଅନୁଷ୍ଠାନ ସାହାଯ୍ୟ ଯୋଗାଇ ଥାଏ ।