ETV Bharat / bharat

Bharat Vs India: ମଧ୍ୟପ୍ରଦେଶ ଦେବୀ ଅହଲ୍ୟା ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି, ଡକ୍ୟୁମେଣ୍ଟରେ ଲେଖାଯିବ 'ଭାରତ' - ଇଣ୍ଡିଆ ଓ ଭାରତ ନାଁକୁ ନେଇ ବିବାଦ

ଇଣ୍ଡିଆ ବଦଳରେ 'ଭାରତ' ନାମର ହେବ ବ୍ୟବହାର । ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା ମଧ୍ୟପ୍ରଦେଶର ଦେବୀ ଅହଲ୍ୟା ୟୁନିଭର୍ସିଟି । ଅଧିକ ପଢନ୍ତୁ

Devi Ahilya Vishwavidyalaya
Devi Ahilya Vishwavidyalaya
author img

By ETV Bharat Odisha Team

Published : Sep 15, 2023, 10:55 PM IST

Updated : Sep 16, 2023, 10:38 AM IST

ଡକ୍ୟୁମେଣ୍ଟରେ ଲେଖାଯିବ ଭାରତ

ଭୋପାଳ: 'ଇଣ୍ଡିଆ' ଓ 'ଭାରତ' ନାଁକୁ ନେଇ ବିବାଦ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଦେବୀ ଅହଲ୍ୟା ୟୁନିଭର୍ସିଟିର ବଡ଼ ନିଷ୍ପତ୍ତି । ଏଣିକି ବିଶ୍ବବିଦ୍ୟାଳୟର ଦସ୍ତାବିଜରେ ଇଣ୍ଡିଆ ବଦଳରେ ବ୍ୟବହାର ହେବ ଭାରତ । ଅଫିସିଆଲ ଡକ୍ୟୁମେଣ୍ଟ ଓ କୌଣସି ଯୋଗାଯୋଗ କରିବା ଲାଗି ଇଣ୍ଡିଆ ବଦଳରେ 'ଭାରତ' ଲେଖାଯିବ । ଗତକାଲି (ଗୁରୁବାର) ବିଶ୍ବବିଦ୍ୟାଳୟ କାର୍ଯ୍ୟକାରୀ କାଉନସିଲ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

'ଭାରତ' ନାମକୁ ଉଭୟ ମୌଖିକ ଓ ଲିଖିତ ଯୋଗାଯୋଗ ଲାଗି ବ୍ୟବହାର କରାଯିବ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିନା ଦ୍ବିଧାରେ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ଜଣାପଡ଼ିଛି । ଏନେଇ ଦେବୀ ଅହଲ୍ୟା ବିଶ୍ବବିଦ୍ୟାଳୟର କୂଳପତି ରେଣୁ ଜୈନ କହିଛନ୍ତି, "ପୂର୍ବରୁ ଆମେ 'ଭାରତ' ନାମକୁ ବ୍ୟବହାର କରିବା ଲାଗି ତର୍ଜମା କରୁଥିଲୁ । ଆଜି ଆଲୋଚନା ସମୟରେ ସମସ୍ତ ସଦସ୍ୟ ଏହାକୁ ସ୍ବୀକାର କରିଛନ୍ତି । ଏହାସହିତ ହିନ୍ଦୀ ଭାଷାକୁ ପ୍ରାଥମିକତା ଦେବା ଉପରେ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି । ଭାରତ ନାମ ଦେଶର ପାରମ୍ପରିକ ନାମକୁ କେବଳ ପ୍ରୋତ୍ସାହିତ କରିବ ନାହିଁ, ବରଂ ଦେଶର ସୁସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଦୃଢୀଭୂତ କରିବ ।"

ଏହା ବି ପଢନ୍ତୁ- Bharat vs India Row: ବଦଳିଲା ପ୍ରଧାନମନ୍ତ୍ରୀଙ୍କ ନେମ୍ ପ୍ଲେଟ, ଇଣ୍ଡିଆ ନୁହେଁ ଲେଖାହେଲା ଭାରତ

କୁଳପତି ରେଣୁ ଜୈନ ଆହୁରି କହିଛନ୍ତି ଯେ ଭାରତ ନାମଟି ଦେଶର ସଂସ୍କୃତିର ପ୍ରତୀକ । ଦେଶରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଲାଗି ହିନ୍ଦୀ ଭାଷାର ବ୍ୟବହାର ହେବ । ଏହାସହିତ ବିଶ୍ବବିଦ୍ୟାଳୟର ଅଧୀନରେ ଥିବା ଅନ୍ୟ ମହାବିଦ୍ୟାଳୟରେ ମଧ୍ୟ ଯୋଗାଯୋଗ ଲାଗି ହିନ୍ଦୀ ଭାଷାର ବ୍ୟବହାର କରାଯିବ । ଯେଉଁଠି ଆବଶ୍ୟକ ସେଠାରେ ଇଂରାଜୀ ଭାଷାର ମଧ୍ୟ ବ୍ୟବହାର କରାଯିବ । ବିଶ୍ବବିଦ୍ୟାଳୟରେ ସମସ୍ତ ଅଧିକାରୀଙ୍କ ନେମପ୍ଲେଟକୁ ମଧ୍ୟ ପରିବର୍ତ୍ତନ କରାଯିବ । ଯେତେବେଳେ ଭାରତ ନାମକୁ ଦେଶ ବଡ଼ ବଡ଼ ଇଭେଣ୍ଟ ଲାଗି ବ୍ୟବହାର କରିଛି, ତେବେ ବିଶ୍ବବିଦ୍ୟାଳୟ କାହିଁକି କରିପାରିବ ନାହିଁ ।

ଏହା ବି ପଢନ୍ତୁ- 'President of Bharat': ଇତିହାସ ହେବ 'ଇଣ୍ଡିଆ' ନାଁ ! ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରୁ ବଡ ସଙ୍କେତ

ସୂଚନା ଥାଉ କି ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଆଗରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଥିଲା । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ବିଦେଶୀ ଅତିଥିଙ୍କ ଲାଗି ନୈଶ୍ୟ ରାତ୍ରି ଭୋଜନ ଆୟୋଜିତ ହୋଇଥିଲା । ଏଥିଲାଗି ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାଯାଇଥିଲା । ଏହି ନିମନ୍ତ୍ରଣ ପତ୍ରକୁ ନେଇ 'ଭାରତ ଇଣ୍ଡିଆ ବିବାଦ' ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଅହଲ୍ୟା ବିଶ୍ବବିଦ୍ୟାଳୟକୁ NAAC ପକ୍ଷରୁ A+ ମାନ୍ୟତା ପ୍ରଦାନ କରାଯାଇଛି । ଏହି ବିଶ୍ବବିଦ୍ୟାଳୟ ଅଧୀନରେ ପ୍ରାୟ ୨୦୦ଟି ମହାବିଦ୍ୟାଳୟ ରହିଛି । ଏହା ଇନ୍ଦୋରଠାରେ ରହିଛି । ଅଷ୍ଟଦଶ ଶତାବ୍ଦୀ ବେଳେ ମରାଠା ସାମ୍ରାଜ୍ୟର ଶାସକ ଅହିଲ୍ୟା ବାଇ ହୋଲକାରଙ୍କ ନାମାନୁସାରେ ଏହି ବିଶ୍ବବିଦ୍ୟାଳୟର ନାମକରଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2023, 10:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.