ETV Bharat / bharat

Cyrus Mistry accidental death: ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ

author img

By

Published : Sep 4, 2022, 10:30 PM IST

ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ (Cyrus Mistry accidental death) ମାମଲାର ତଦନ୍ତ କରିବ ମହାରାଷ୍ଟ୍ର ପୋଲିସ । ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଅଧିକ ପଢନ୍ତୁ

Cyrus Mistry accidental death: ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସCyrus Mistry accidental death: ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ
Cyrus Mistry accidental death: ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: କାର ଦୁର୍ଘଟଣାରେ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ଯକ୍ଷ ସାଇରସ୍ ମିସ୍ତ୍ରୀଙ୍କ ଆକସ୍ମିକ ମୃତ୍ୟୁ (Cyrus Mistry accidental death) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟ ପୋଲିସ ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇ ନିକଟବର୍ତ୍ତୀ ପାଲଘରରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣାରେ ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମିସ୍ତ୍ରୀଙ୍କ ସହ ମୋଟ ୪ଜଣ ଏକ ମର୍ସିଡିଜ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଗାଡିଟି ଦୃତ ଗତିରେ ଥିବା କାରଣରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରୁଛି ପୋଲିସ । ମିସ୍ତ୍ରୀଙ୍କ ଆକଷ୍ମିକ ମୃତ୍ୟୁରେ ଶିଳ୍ପ ଜଗତ ସ୍ତବ୍ଧ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ତେବେ ଏହାରି ମଧ୍ୟରେ ମହାରାଷ୍ଟ୍ର ପୋଲିସର ଦୁର୍ଘଟଣା ମାମଲାର ତଦନ୍ତ କରିବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।

ଏହା ମଧ୍ୟ ପଢନ୍ତୁ:-TATA ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ

ଦୁର୍ଘଟଣା ଘଟିଥିବା ସ୍ଥାନୀୟ ପାଲଘର ପୋଲିସ ଅଧୀକ୍ଷକ ବାଲାସାହେବ ପାଟିଲଙ୍କ ଅନୁଯାୟୀ, ମିସ୍ତ୍ରୀ ଓ ତାଙ୍କ ୩ ସହଯୋଗୀ MH-47-AB-6705 ନମ୍ବର ବିଶିଷ୍ଟ ଏକ ମର୍ସିଡିଜ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିଲେ । ତେବେ ଅପରାହ୍ନ ପ୍ରାୟ ସାଢେ ତିନିଟା ବେଳେ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମିସ୍ତ୍ରୀଙ୍କ ସମେତ ୨ଜଣ ପ୍ରାଣ ହରାଇଥିବା (Cyrus Mistry accidental death) ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରାଥମିକ ଭାବେ କାର୍‌ଟି ଓଭର ସ୍ପିଡିଂ କାରଣରୁ ଭାରସାମ୍ୟ ହରାଇ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଥିଲେ ସୁଦ୍ଧା ତଦନ୍ତ ପରେ ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆସିବା ନେଇ ପୋଲିସ କହିଛି ।

ସାଇରସ ମିସ୍ତ୍ରୀ ଦେଶର ପ୍ରତିଷ୍ଠିତ ଉଦ୍ୟୋଗ ସମୂହ ଟାଟା ସନ୍ସର ୬ଷ୍ଠ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୧୨ ଟାଟା ଗ୍ରୁପ ଅଧ୍ୟକ୍ଷ ଭାବେ ରତନ ଟାଟା ଅବସର ଗ୍ରହଣ ପରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ସାଇରସ ମିସ୍ତ୍ରୀ । ପରେ ୨୦୧୬ରେ ତାଙ୍କୁ ପଦରୁ ଅବ୍ୟାହତି ଦେଇଥିଲା ଟାଟା ଗ୍ରୁପ ପରିଚାଳନା ବୋର୍ଡ । ସେବେଠାରୁ ଏନ.ଚନ୍ଦ୍ରଶେଖରନ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.