ETV Bharat / bharat

ସପରିବାର ବାରଣାସୀରେ ରାଷ୍ଟ୍ରପତି, କାଶୀ ବିଶ୍ବନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

author img

By

Published : Mar 13, 2021, 9:35 PM IST

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପରିବାର ସହିତ ବାରାଣାସୀ ଆସିବା ପରେ ରାଷ୍ଟ୍ରପତି ଶ୍ରୀ କାଶୀ ବିଶ୍ବନାଥ ମନ୍ଦିରରେ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ....

ସପରିବାର ବାରଣାସୀରେ ପହଞ୍ଚିଲେ ରାଷ୍ଟ୍ରପତି, କାଶୀ ବିଶ୍ବନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

ଲକ୍ଷ୍ନୌ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପରିବାର ସହିତ ବାରାଣାସୀ ଆସିବା ପରେ ରାଷ୍ଟ୍ରପତି ଶ୍ରୀ କାଶୀ ବିଶ୍ବନାଥ ମନ୍ଦିରରେ ଦର୍ଶନ କରିଛନ୍ତି । ବାବା ବିଶ୍ବନାଥଙ୍କୁ ପୂଜାର୍ଚ୍ଚନା କରିବା ନିର୍ମାଣାଧୀନ ବିଶ୍ବନାଥ କରିଡର ଯାଞ୍ଚ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଏହି କାଶି ଗସ୍ତବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବା ସହ ପୁରା ଯୋଜନା ବିଷୟରେ ରାଷ୍ଟ୍ରପତିଙ୍କୁ ସୂଚନା ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହା ପରେ ରାଷ୍ଟ୍ରପତି ଦାଶସ୍ବାମୀ ଘାଟରେ ଆୟୋଜିତ ହେବାକୁ ଥିବା ନିୟମିତ ଗଙ୍ଗା ଆଳତୀରେ ପହଞ୍ଚିଥିଲେ ଯେଉଁଠାରେ ସେ 1 ଘଣ୍ଟାରୁ ଅଧିକ ସମୟ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ମାନେ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ତାଙ୍କ ସହ ସମ୍ପୁର୍ଣ୍ଣ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.