ETV Bharat / bharat

Himachal assembly election: ବିଶ୍ବର ଉଚ୍ଚତମ ପୋଲିଂ ବୁଥରେ 98 ପ୍ରତିଶତ ଭୋଟିଂ

author img

By

Published : Nov 12, 2022, 8:40 PM IST

ହିମାଚଳ ପ୍ରଦେଶରେ ଶେଷ ହେଲା ବିଧାନସଭା ନିର୍ବାଚନ ମତଦାନ । ବିଶ୍ବର ଉଚ୍ଚତମ ପୋଲିଂ ବୁଥରେ 98 ପ୍ରତିଶତ ଭୋଟିଂ (Himachal assembly election)। ପ୍ରବଳ ଥଣ୍ଡା ଓ ତୁଷାରପାତ ସତ୍ତ୍ବେ ମଧ୍ୟ ଭୋଟରଙ୍କ ମଧ୍ୟରେ ଉତ୍ସାହ । 8 ତାରିଖରେ ଭୋଟ ଗଣତି ସହ ଜନାଦେଶ । ଅଧିକ ପଢନ୍ତୁ

Himachal assembly election: ପ୍ରବଳ ଥଣ୍ଡା ସତ୍ତ୍ବେ ମଧ୍ୟ ଉତ୍ସାହ, ବିଶ୍ବର ଉଚ୍ଚତମ ପୋଲିଂ ବୁଥରେ 98 ପ୍ରତିଶତ ଭୋଟିଂ

ଶିମଲା: ହିମାଚଳ ପ୍ରଦେଶରେ ଶେଷ ହୋଇଛି ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆଜି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ 68 ଆସନ ପାଇଁ ଭୋଟିଂ ଶେଷ ହୋଇଛି (Himachal assembly election)। ରାଜ୍ୟବ୍ୟାପୀ ମତାଧିକାରା ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି । ଏଥିରୁ ବାଦ ପଡିିନି ବିଶ୍ବର ଉଚ୍ଚତମ ମତଦାନ କେନ୍ଦ୍ର ତାଶିଗଙ୍ଗ (world highest polling station tashigang)। ଏହି ମତଦାନ କେନ୍ଦ୍ରଟି ସମଗ୍ର ବିଶ୍ବରେ ଉଚ୍ଚତମ ପୋଲିଂ ବୁଥ ଭାବେ ରେକର୍ଡ କରିଛି । ତେବେ ଚଳିତଥର ପ୍ରବଳ ଥଣ୍ଡା ଓ ତୁଷାରପାତ ସତ୍ତ୍ବେ ମଧ୍ୟ ଏଠାକାର ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ସଂଧ୍ୟା 5 ଟାରେ ଭୋଟଗ୍ରହଣ ଶେଷ ହୋଇଥବା ବେଳେ ଏଠାରେ 98 ପ୍ରତିଶତ ଭୋଟିଂ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

Himachal assembly election: ବିଶ୍ବର ଉଚ୍ଚତମ ପୋଲିଂ ବୁଥରେ 98 ପ୍ରତିଶତ ଭୋଟିଂ

15,256 ଫୁଟ ଉଚ୍ଚରେ ରହିଛି ଏହି ମତଦାନ କେନ୍ଦ୍ର :

ଏହି ପୋଲିଂ ବୁଥଟି ସମୁଦ୍ର ପତ୍ତନ ଠାରୁ ପ୍ରାୟ 15,256 ଫୁଟ ଉଚ୍ଚରେ ଅବସ୍ଥିତ । ତେଣୁ ଏହା ଭୌଗଳିକ ଦୃଷ୍ଟିକୋଣରୁ ସମଗ୍ର ବିଶ୍ବରେ ଉଚ୍ଚତମ ମତଦାନ କେନ୍ଦ୍ର ବା ପୋଲିଂ ବୁଥର ମାନ୍ୟତା ପାଇଛି । ସାଧାରଣତଃ ବର୍ଷ ସାରା ଏଠାରେ ଥଣ୍ଡା ଅନୁଭବ ହେଉଥିବା ବେଳେ ଶୀତଦିନେ ପ୍ରବଳ ତୁଷାରପାତ ଓ ବିଯୁକ୍ତ ତାପାମାତ୍ରା ଦେଖିବାକୁ ମିଳେ । ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରାୟତଃ ପ୍ରଭାବିତ ମଧ୍ୟ ହୋଇଥାଏ । ଏହାରି ମଧ୍ୟରେ ଆଜି ସେଠାରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ଭୋଟର ।

ତେବେ ଏହି ବୁଥରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ମାତ୍ର 52 । ଚଳିତ ନିର୍ବାଚନ ଅର୍ଥାତ ଆଜି ସେଥିମଧ୍ୟରୁ 51 ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ଜଣେ ଭୋଟର କୌଣସି କାରଣରୁ ଭୋଟ ଦେଇନାହାନ୍ତି । ଏହି ଆନୁପାତିକ ସଂଖ୍ୟାକୁ ହିସାବକୁ ନେଲେ ସେଠାରେ 98.08 ପ୍ରତିଶତ ଭୋଟିଂ ହୋଇଛି । ଭୋଟରଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲା ସ୍ଥାନୀୟ ପ୍ରଶାସନ । ଭୋଟରଙ୍କୁ ପାରମ୍ପାରିକ ଭାବେ ସ୍ୱାଗତ କରିଥିଲେ ଭୋଟିଂ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.