ETV Bharat / bharat

Cold Wave: ହାଡଭଙ୍ଗା ଶୀତରେ ଥରୁଛି ଉତ୍ତର ଭାରତ, କଲବଲ କରୁଛି ଘନ କୁହୁଡି

author img

By

Published : Jan 9, 2023, 8:57 AM IST

ଦେଶରେ ଜାରି ରହିଛି ଶୀତ ପ୍ରକୋପ । ଖସୁଛି ପାରଦ ବଢ଼ୁଛି ଶୀତ । ଦେଶର ବିଭିନ୍ନ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ, ଘନ କୁହୁଡ଼ି ଦାଉରେ ଅସ୍ତବ୍ୟସ୍ତ ହେଲାଣି ଧନଜୀବନ । ଦିଲ୍ଲୀ ସମେତ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ଜିରୋ ଭିଜିବିଲିଟି ରେକର୍ଡ । ଅଧିକ ପଢ଼ନ୍ତୁ

ଦେଶରେ ଜାରି ରହିଛି ଶୀତ ପ୍ରକୋପ
ଦେଶରେ ଜାରି ରହିଛି ଶୀତ ପ୍ରକୋପ

ନୂଆଦିଲ୍ଲୀ: ଜାଡରେ ଥରୁଛି ଦେଶ । ଦେଶର ବିଭିନ୍ନ ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଥିବା ବେଳେ, ଶୀତ ଦାଉରେ ଅସ୍ତବ୍ୟସ୍ତ ହେଲାଣି ଧନଜୀବନ । ଉତ୍ତର ଭାରତ ଏବଂ ମଧ୍ୟ ଭାରତରେ କାଲୁଆ ପାଗ ସହ ଘନ କୁହୁଡ଼ି ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀର ତାପମାତ୍ରା ୧ ଡିଗ୍ରୀ ଏବଂ ଏହାଠୁ କମ୍ ରେକର୍ଡ କରାଯାଇଛି । ଏହାସହ ଦିଲ୍ଲୀ ସମେତ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ଜିରୋ ଭିଜିବିଲିଟି ରେକର୍ଡ କରାଯାଇଛି । ଭାରତ ପାଣିପାଗ ବିଭାଗ (ଆଇଏମଡି)ର ତଥ୍ୟ ଅନୁଯାୟୀ ଉତ୍ତର ଭାରତରେ କୁହୁଡିର ଘନତା ବଢିବାରେ ଲାଗିଛି । ରବିବାର ରାତି ୧୧.୩୦ରେ IMD ଦ୍ବାର ପ୍ରକାଶିତ ତଥ୍ୟ ଅନୁଯାୟୀ ପଞ୍ଜାବର ଭଟିଣ୍ଡାରେ 'ଜିରୋ' ଦୃଶ୍ୟମାନତା ରେକର୍ଡ କରାଯାଇଛି ।

ପଞ୍ଜାବର ଅମ୍ବାଲା, ହିସର, ବହରାଇଚ୍ ଏବଂ ଗୟା ପରି ସ୍ଥାନଗୁଡିକରେ ଭିଜିବିଲିଟିର ମାନ ୫୦ ମିଟରରୁ ତଳେ ରହିଥିଲା । ସେହିପରି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଭିଜିବିଲିଟି ୧୦୦ ମିଟର ରେକର୍ଡ ହୋଇଥିବାବେଳେ ପାଲାମରେ ୪୦୦ ମିଟରର ଭିଜିବିଲିଟି ଥିବା ରିପୋର୍ଟ ଦେଇଛି IMD । ଶନିବାର ଦିନ ଆଇଏମଡି ପୂର୍ବାନୁମାନ କରିଛି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ଥଣ୍ଡା ଲହର ଏବଂ ଘନ କୁହୁଡି ଜାରି ରହିବ ।

ଏହା ମଧ୍ୟ ପଢନ୍ତୁ:Cold wave in north India: ଦିଲ୍ଲୀ ଓ ଝାଡଖଣ୍ଡରେ ସ୍କୁଲ ବନ୍ଦ

ପାଣିପାଗ ବିଭାଗ ରାଜସ୍ଥାନ, ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତର ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଶୀତଳ ତରଙ୍ଗ ଜାରି ରହିବ। ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପଶ୍ଚିମ ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତର ମଧ୍ୟପ୍ରଦେଶର ଅନେକ ଅଂଶରେ ଘନ କୁହୁଡି ସମ୍ଭାବନା ରହିଛି । ଶ୍ରୀନଗର ଏବଂ ଜାମ୍ମୁ କାଶ୍ମୀରର ଅନ୍ୟ କେତେକ ସ୍ଥାନ ରାତିରେ ଶୀତ ରେକର୍ଡ ଭାଙ୍ଗୁଛି ।

ତେବେ ହାଡଭଙ୍ଗା ଶୀତକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଦ୍ୟାଳୟ ଗୁଡୁକରେ ଶୀତକାଳୀନ ଛୁଟିର ସମୟ ସୀମାକୁ ବୃଦ୍ଧି କରିଛନ୍ତି ସରକାର । ଦିଲ୍ଲୀ ରେ ଜାନୁଆରୀ ୯ରୁ ବୃଦ୍ଧି କରି ଜାନୁଆରୀ ୧୫ ପର୍ଯ୍ୟନ୍ତ କରାଯାଇଥିବା ନେଇ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟର ଏକ ସର୍କୁଲାରରେ କୁହାଯାଇଛି । ଦେଶର ରଜଧାନୀ ଦିଲ୍ଲୀରେ ପାରଦ ତଳକୁ ଖସିବାରେ ଲାଗିଛି । ରବିବାର ଦିନ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା, ଯାହା ଦୁଇ ବର୍ଷ ମଧ୍ୟରେ ଜାନୁଆରୀରେ ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ରହିଛି ।

ଉତ୍ତରପ୍ରଦେଶରେ ମଧ୍ୟ ଶୀତଳ ତରଙ୍ଗ ଜାରି ରହିଛି । ଲକ୍ଷ୍ନୌ ସମେତ ଅନେକ ଜିଲ୍ଲାର ସ୍କୁଲ ଜାନୁଆରୀ ୧୪ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ବାରା ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଅତ୍ୟଧିକ ଶୀତ ଏବଂ ଘନ କୁହୁଡିକୁ ଦୃଷ୍ଟିରେ ରଖି ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଜାନୁୟାରୀ ୯ ରୁ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.