ETV Bharat / bharat

Gujarat poll: ଟିକେଟ ଦେଲାନି କଂଗ୍ରେସ, ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟିକା - ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟିକା

ପୂର୍ବତନ ବିଧାୟିକାଙ୍କୁ ଟିକେଟ ଦେଲାନି କଂଗ୍ରେସ । ବିଜେପିରେ ହେଲେ ସାମିଲ । ସ୍ବାଧୀନ ନାମଙ୍କନ କରି କରିଥିଲେ ପ୍ରତ୍ୟାହାର । ଆଜି ବିଜେପିରେ ସାମିଲ ପରେ ଟିକେଟ ମିଳିବା ଚର୍ଚ୍ଚା । ଅଧିକ ପଢନ୍ତୁ

ଟିକେଟ ଦେଲାନି କଂଗ୍ରେସ, ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟିକା

author img

By

Published : Nov 22, 2022, 8:44 PM IST

ଗାନ୍ଧୀନଗର: ପୂର୍ବତନ ବିଧାୟିକାଙ୍କୁ ଟିକେଟ ଦେଲାନି କଂଗ୍ରେସ । ଚଳିତ ନିର୍ବାଚନରେ ଟିକେଟ ନଦେବାରୁ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟିକା କାମିନି ବା ରାଥୋର । ଦେଗାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ବିଧାୟିକା ହୋଇଥବା କାମିନି ନିକଟରେ ସେ ଟିକେଟ କନ୍ଦଳ ପାଇଁ ଦଳରୁ ଇସ୍ତଫା ଦେଇଥିଲେ । ଆଜି ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ବିଜେପି ତାଙ୍କୁ ନିର୍ବାଚନ ପ୍ରତିଦ୍ବନ୍ଦୀତା କରାଇବା ନେଇ ଚର୍ଚ୍ଚା ହେଉଛି ।

କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ସ୍ବାଧୀନ ଭାବେ ମଧ୍ୟ ନମାଙ୍କନ ଦାଖଲ କରିଥିଲେ । ପରେ ସେ ନାମାଙ୍କନ ପ୍ରତ୍ୟାହାର କରିବା ପରେ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଥିଲା । ସେ ଆଜି ବିଜେପିରେ ସାମିଲ ହେବା ପରେ ତାଙ୍କୁ ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢାଇପାରେ ବୋଲି ଚର୍ଚ୍ଚା ହେଉଛି । ଏକାଧିକ ଆସନ ପାଇଁ ଭାରତୀୟ ଜନତା ପାର୍ଟି ତାର ପ୍ରାର୍ଥୀ ତାଲିକା ଘଷଣା କାରିସାରିଥିବା ବେଳେ ଅବଶିଷ୍ଟ ଅଳ୍ପ କିଛି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି ।

182 ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ପାଇଁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । ଡିସେମ୍ବର 1 ଓ 5 ତାରିଖରେ ଭୋଟିଂ ହେବାକୁ ଯାଉଥିବା ବେଳେ 8 ତାରିଖରେ ଭୋଟଗଣତି ଓ ଜନାଦେଶ ପ୍ରକାଶ ପାଇବ । ଭାରତୀୟ ଜନତା ପାର୍ଟି ସରକାରରେ ଥିବା ବେଳେ ପୂର୍ବାପେକ୍ଷା ଅଧିକ ଆସନରେ କ୍ଷମତା ବଜାୟ ରଖିବା ପାଇଁ ଟାର୍ଗେଟ ରଖିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.