ETV Bharat / bharat

Demise of Queen Elizabeth: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି, ଜଣାଇଲେ ସମବେଦନା

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି (PM Modi telephonic talks with UK PM)। ମହାରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଜଣାଇଲେ ସମବେଦନା । ଅଧିକ ପଢନ୍ତୁ

demise of Queen Elizabeth: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, ଜଣାଇଲେ ସମବେଦନା

author img

By

Published : Sep 10, 2022, 7:33 PM IST

ନୂଆଦିଲ୍ଲୀ: ବ୍ରିଟିଶ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ (PM Modi telephonic talks with UK PM) ନରେନ୍ଦ୍ର ମୋଦି । ମୋଦି ବ୍ରିଟେନ ମହାରାଣୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ଆଜି ପୂର୍ବାହ୍ନରେ ଉଭୟଙ୍କ ମଧ୍ୟରେ ଟେଲିଫୋନରେ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି । ଗୁରୁବାର ରାତ୍ରିରେ ମହାରାଣୀ ଏଲିଜାବେଥଙ୍କ ଦେହାନ୍ତ ହୋଇଥିଲା ।

  • Prime Minister Narendra Modi spoke on phone today with British PM Elizabeth Truss; congratulated PM Truss on assuming the office of the Prime Minister of UK. He also appreciated her contributions to the India-UK bilateral relationship in her previous roles: PMO

    (File photos) pic.twitter.com/wWu8Ct0usi

    — ANI (@ANI) September 10, 2022 " class="align-text-top noRightClick twitterSection" data=" ">

୯୬ ବର୍ଷୀୟା ମହାରାଣୀ ବାର୍ଦ୍ଧକ୍ୟ କାରଣରୁ ଅସୁସ୍ଥ ଥିଲେ । ସେ ସ୍କଟଲ୍ୟାଣ୍ଡ ସ୍ଥିତ ରାଜ ପ୍ରସାଦରେ ଥିବା ବେଳେ ଗୁରୁବାର ହଠାତ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଥିଲ । ପରେ ତାଙ୍କୁ ମେଡିକାଲ ସୁପରଭିଜନରେ ରଖି ଚିକିତ୍ସା ଆରମ୍ଭ କରାଯାଇଥିଲା । ସଂଧ୍ୟା ସୁଦ୍ଧା ସେ ଗୁରୁତର ହୋଇପଡିବା ସହ ରାତ୍ରି ପ୍ରାୟ ୧୧ରେ ତାଙ୍କର ମୃତ୍ୟୁ ହୋଇଥିଲା (Queen Elizabeth death) । ମହାରାଣୀଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସାରା ବିଶ୍ବରୁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଶୋକ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ବିଟ କରି ଶୋକ ପ୍ରକାଶ କରିଥିଲେ । ସେ ଆଜି ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ।

ବ୍ରିଟେନ ମହାରାଣୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି

ମହାରାଣୀଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ପ୍ରିନ୍ସ ଚାର୍ଲ୍ସ-ତୃତୀୟ (Charles-III) ଆଜି ଗ୍ରେଟ ବ୍ରିଟେନର ନୂତନ ସମ୍ରାଟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗୁରୁବାର ମା’ ତଥା ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର (Queen Elizabeth II )୯୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ମହାରାଣୀଙ୍କ ଦେହାନ୍ତ ପରେ ତାଙ୍କ ବଡ ପୁଅ ତଥା ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲ୍ସଙ୍କୁ ବ୍ରିଟେନର ନୂତନ ରାଜା ଭାବେ ଘୋଷଣା କରାଯାଇଥିଲା (Charles III declared the King of Britain) । ସେ ଆଜି ଲଣ୍ଡନର ସେଣ୍ଟ ଜେମ୍ସ ରାଜପ୍ରସାଦରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମହାରାଜା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.