ETV Bharat / bharat

ଘରୋଇ କ୍ଲିନିକରେ ମହଙ୍ଗା ଚିକିତ୍ସା, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : Jul 27, 2021, 5:03 PM IST

ଦେଶରେ ସ୍ବାସ୍ଥ୍ୟସେବା ସ୍ଥିତିକୁ ନେଇ ଏକ ମାମଲାର ଯାଚିକା ଉପରେ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଘରୋଇ କ୍ଲିନିକରେ ମହଙ୍ଗା ଚିକିତ୍ସା, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ
ଘରୋଇ କ୍ଲିନିକରେ ମହଙ୍ଗା ଚିକିତ୍ସା, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ମହାମାରୀ କୋରୋନା କାଳରେ ଦୁର୍ବଳ ସରକାରୀ ସ୍ବାସ୍ଥ୍ୟ ସେବା ପରିବର୍ତ୍ତେ ଘରୋଇ ହସ୍ପିଟାଲ ଉପରେ ଅଧିକ ନିର୍ଭର କରୁଛନ୍ତି ରୋଗୀ ଓ ସେମାନଙ୍କ ପରିବାର । ହେଲେ ସଙ୍କଟ ସମୟରେ ଲୋକଙ୍କ ଦୁଃଖରୁ ମୋଟା ଅଙ୍କର ଲାଭ ଉଠାଉଛନ୍ତି ଘରୋଇ ହସ୍ପିଟାଲ । ଦେଶରେ ସ୍ବାସ୍ଥ୍ୟ ସେବା ସ୍ଥିତିକୁ ନେଇ ଏକ ମାମଲାର ଯାଚିକା ଉପରେ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ଯାଚିକାରେ ଘରୋଇ ହସ୍ପିଟାଲରେ ମହଙ୍ଗା ଚିକିତ୍ସା ମାମଲା ଉଠାଯାଇଛି । ଏହାସହିତ ଛୋଟ କ୍ଲିନିକରେ ବିନା ବିଶେଷଜ୍ଞ ଡାକ୍ତର ଓ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ଭର୍ତ୍ତି କରାଇବା ବିଷୟ ମଧ୍ୟ ଯାଚିକାରେ ଉଲ୍ଲେଖ ରହିଛି ।

୨୦୧୦ରେ ଗଠିତ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ(ରେଜିଷ୍ଟ୍ରେସନ ଆଣ୍ଡ୍‌ ରେଗୁଲେସନ) ଆକ୍ଟକୁ ବର୍ତ୍ତମାନସୁଦ୍ଧା ସମ୍ପୂର୍ଣ୍ଣ ଲାଗୁ କରାନଯିବାକୁ ନେଇ ପ୍ରଶ୍ନ ଉଠାଯାଇଛି । ଏହି ଆଇନରେ ଚିକିତ୍ସାରେ ଏକ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଓ ଫିସ୍‌ର କଥା କୁହାଯାଇଛି । ଏହାସହିତ ଜଡିତ ନିୟମର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ହେଲେ ଏହାକୁ ସୂଚୀତ କରାଯାଇନାହିଁ ।

୧୧ ରାଜ୍ୟ ଓ ୬ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆକ୍ଟକୁ ମାନିଛନ୍ତି । ଅନ୍ୟ ରାଜ୍ୟଗୁଡିକ ଅଲଗା ଆଇନ ଗଠନ କରିଦେଇଛନ୍ତି । ଏହି ସମସ୍ତ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ବୋଝ ପକାଉଥିବା ଯାଚିକା କର୍ତ୍ତା ଉଲ୍ଲେଖ କରିଛନ୍ତି ।

ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ନେତୃତ୍ବାଧିନ ଖଣ୍ଡପୀଠ ଯାଚିକାର ଶୁଣାଣି କରି ଆବେଦନକାରୀଙ୍କ ଚିନ୍ତା ସହ ସହମତ ହୋଇଛନ୍ତି । ସେ କହିଛନ୍ତି, ଏହି ପ୍ରସଙ୍ଗକୁ କେନ୍ଦ୍ର ଏବଂ ରାଜ୍ୟମାନେ ଦେଖିବା ଆବଶ୍ୟକ। ଆମକୁ ଏକ ବ୍ୟବହାରିକ ଉପାୟ ଅବଲମ୍ବନ କରିବାକୁ ପଡିବ। ଘରୋଇ ଡାକ୍ତରଖାନା ଏବଂ କ୍ଲିନିକଗୁଡିକର ପଞ୍ଜୀକରଣ ପାଇଁ ନିୟମାବଳୀ ରହିଆସିଛି। ହେଲେ ଛୋଟ କ୍ଲିନିକ ଏବଂ ଲ୍ୟାବଗୁଡିକ ମଧ୍ୟ ଏହା ଦେଖିବା ଆବଶ୍ୟକ। ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିପାରିବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.