ETV Bharat / bharat

ଭ୍ଯାକ୍ସିନ ନେବା ସତ୍ତ୍ବେ ଭାଇରସ ବିପଦ, ୮୬% ରୋଗୀଙ୍କୁ ଶିକାର କରିଛି ଡେଲ୍‌ଟା

author img

By

Published : Jul 16, 2021, 7:56 PM IST

Updated : Jul 16, 2021, 8:26 PM IST

କୋଭିଡ ଭ୍ୟାକ୍ସିନର ୨ଟି ଡୋଜ ନେବା ପରେ ମଧ୍ୟ ଶିକାର କରୁଛି ଡେଲ୍‌ଟ ଭ୍ୟାରିଆଣ୍ଟ । ଏନେଇ ICMR ଓ NIV ଅଧ୍ୟୟନରୁ ଜଣାପଡିଛି । ଅଧିକ ପଢନ୍ତୁ...

ଭ୍ଯାକ୍ସିନ ନେବା ସତ୍ତ୍ବେ ଭାଇରସ ବିପଦ, ୮୬% ରୋଗୀଙ୍କୁ ଶିକାର କରିଛି ଡେଲ୍‌ଟା
ଭ୍ଯାକ୍ସିନ ନେବା ସତ୍ତ୍ବେ ଭାଇରସ ବିପଦ, ୮୬% ରୋଗୀଙ୍କୁ ଶିକାର କରିଛି ଡେଲ୍‌ଟା

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ତୃତୀୟ ଲହରୀର ଆଶଙ୍କା । କୋରୋନାର ପ୍ରଭାବ ହ୍ରାସ କରିବାକୁ ଟୀକାକରଣର ଗତି ବଢାଇଦିଆଯାଇଛି । ହେଲେ କୋଭିଡ ଭ୍ୟାକ୍ସିନର ୨ଟି ଡୋଜ ନେବା ପରେ ମଧ୍ୟ ଶିକାର କରୁଛି ଡେଲ୍‌ଟ ଭ୍ୟାରିଆଣ୍ଟ । ଏନେଇ ICMR ଓ NIV ଅଧ୍ୟୟନରୁ ଜଣାପଡିଛି ।

ଆଇସିଏମଆର ଓ ଏନଆଇଭି ରିପୋର୍ଟ ଅନୁଯାୟୀ, କୋରୋନା ଭ୍ୟାକ୍ସିନ ନେବା ପରେ ଯେଉଁମାନେ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୬ ପ୍ରତିଶତଙ୍କ ମଧ୍ୟରେ କୋଭିଡ ୧୯ର ଡେଲ୍‌ଟା ଭ୍ୟାରିଆଣ୍ଟ ମିଳିଛି । ହେଲେ ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତି ସଂଖ୍ୟା କମିଥିବା ଜଣାପଡିଛି ।

ଭ୍ୟାକ୍ସିନ ନେବା ପରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୯.୮ ପ୍ରତିଶତଙ୍କ ହସ୍ପିଟାଲରେ ଭର୍ତ୍ତି କରାଇବାର ଆବଶ୍ୟକତା ପଡିଛି । ସେହିପରି ମୃତ୍ୟୁ ହାର ମଧ୍ୟ ମାତ୍ର ୦.୪ ପ୍ରତିଶତ ରହିଛି ।

ଅନୁସନ୍ଧାନ ପାଇଁ ମହାରାଷ୍ଟ୍ର, କେରଳ, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ନିଆଯାଇଥିଲା ନମୁନା । ଅଧ୍ୟୟନ ପାଇଁ ଯେଉଁ ନମୁନା ସଂଗ୍ରହ କରାଯାଇଥିବା ସେଥିମଧ୍ୟରୁ ୬୦୪ ଜଣ ରୋଗୀ କୋଭିସିଲ୍ଡ ଟିକା ନେଇଥିଲେ । ଅନ୍ୟପକ୍ଷେ ୭୧ ଜଣଙ୍କୁ ଦିଆଯାଇଥିଲା କୋଭାକ୍ସିନ ।

୧୭ ରାଜ୍ୟରୁ ୬୭୭ ଜଣଙ୍କ ନମୁନା ନିଆଯାଇଥିଲା । ସମସ୍ତେ ଦୁଇ କିମ୍ବା ଅତିକମରେ ଗୋଟିଏ ଡୋଜ ଟିକା ନେଇସାରିଥିଲେ । ଏଥିମଧ୍ୟରୁ ୮୬.୦୯ ପ୍ରତିଶତଙ୍କଠାରେ ଡେଲ୍‌ଟା ଭ୍ୟାରିଆଣ୍ଟର ସଂକ୍ରମଣ ପରିଲକ୍ଷିତ ହୋଇଛି । ସେପଟେ କିଛି ରୋଗୀଙ୍କଠାରେ ମିଳିଛି କପ୍ପା ଭ୍ୟାରିଆଣ୍ଟ ।

Last Updated : Jul 16, 2021, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.