ETV Bharat / bharat

ଆରମ୍ଭ ହୋଇସାରିଛି ସୀମା ପୁନଃନିର୍ଦ୍ଧାରଣ, ଖୁବଶୀଘ୍ର ଜମ୍ମୁ କାଶ୍ମୀରରେ ନିର୍ବାଚନ: ଶାହା - କାଶ୍ମୀରରେ ନିର୍ବାଚନ ନେଇ ଶାହାଙ୍କ ସୂଚନା

ଜମ୍ମୁୁ କାଶ୍ମୀରରେ ଆରମ୍ଭ ହୋଇସାରିଛି ସୀମା ପୁନଃନିର୍ଦ୍ଧାରଣ । ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୂଚନା । ପୂର୍ବ ନେତୃତ୍ବ ଉପରେ କଲେ ସିଧା ଆକ୍ରମଣ । ଅଧିକ ପଢନ୍ତୁ

ଆରମ୍ଭ ହୋଇ ସାରିଛି ସୀମା ପୁନଃନିର୍ଦ୍ଧାରଣ, ଖୁବ ଶୀଘ୍ର ଜମ୍ମୁ କଶ୍ମୀରରେ ନିର୍ବାଚନ: ଶାହ

author img

By

Published : Jan 22, 2022, 5:05 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏହି ପ୍ରକ୍ରିୟା ଶେଷ ହେବା ପରେ ଖୁବଶୀଘ୍ର ଜମ୍ମୁ କାଶ୍ମୀରରେ ନିର୍ବାଚନ ହେବା ସହ ରାଜ୍ୟ ପାହ୍ୟା ମଧ୍ୟ ଫେରାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି (ଶନିବାର) ଜାମ୍ମୁ କାଶ୍ମୀରରେ ଜିଲ୍ଲା ଉତ୍ତମ ଶାସନ ସୂଚକାଙ୍କ (the District Good Governance Index ) ଉନ୍ମୋଚନ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଶାହା ଏହି ସୂଚନା ଦେଇଛନ୍ତି ।

ଶାହା କହିଛନ୍ତି, ଜମ୍ମୁ ଓ କାଶ୍ମୀରରେ ସ୍ଥିତି ଶାନ୍ତ ପଡିବା ସହ ଜୀବନ ଯାତ୍ରା ସ୍ବାଭାବିକ ହେବା ମାତ୍ରେ ଏହାର ରାଜ୍ୟ ପାହ୍ୟା ଫେରାଇ ଦିଆଯିବା ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବେ । ତେବେ ରାଜ୍ଯ ପାହ୍ୟା ପୁନଃ ମିଳିବା ପୂର୍ବରୁ ଘାଟିରେ ସୀମା ପୁନଃନିର୍ଦ୍ଧାରିତ ହେବ । ଯାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ତେବେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଘାଟିରେ ସ୍ବଚ୍ଛ ତଥା ଅବାଧ ନିର୍ବାଚନ ହେବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି ଶାହ କହିଛନ୍ତି ।

ଏହି ଅବସରରେ କାଶ୍ମୀରର ପୂର୍ବ ନେତୃତ୍ବଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଭୁଲି ନାହାନ୍ତି ଶାହା । ସେ କହିଛନ୍ତି କାଶ୍ମୀରର କିଛି ସ୍ଥାନୀୟ ରାଜନୈତିକ ଦଳ ନିଜର ସ୍ବାର୍ଥ ସାଧାନ ପାଇଁ କାଶ୍ମୀରର ଯୁବକଙ୍କୁ ପଥଭ୍ରଷ୍ଟ କରିବାରେ ଲାଗିଛନ୍ତି । ତେବେ ଏସବୁ ଛଳନାକୁ ଘାଟିର ଯୁବଗୋଷ୍ଠୀ ବୁଝିବା ଆବଶ୍ୟକ ବୋଲି ଶାହ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଗଣତନ୍ତ୍ର ତୃଣମୂଳ ସ୍ତରରେ ପହଞ୍ଚିଛି । ଘାଟିରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସୁଯୋଗ ଓ ସମ୍ଭାବନା ରହିଛି । ପର୍ଯ୍ୟଟନର ବିକାଶ ଦିଗରେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଘାଟିର ଯୁବକମାନେ ଏହି ବିକାଶର ସାରଥୀ ସାଜନ୍ତୁ ।

ଶାହା ଘାଟିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ଦେଇ କହିଛନ୍ତି, ଘାଟି ବର୍ତ୍ତମାନ ପରିବର୍ତ୍ତନର ଧାରା ମଧ୍ୟରେ ଆଗକୁ ବଢିବାରେ ଲାଗିଛି । 2019 ପରେ ଘାଟିର ରାଜନୈତିକ ପଟ୍ଟଚିତ୍ରରେ ମଧ୍ୟ ବଡ ପରିବର୍ତ୍ତନ ଦୃଶ୍ୟମାନ ହେଉଛି । ପୂର୍ବରୁ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ 87 ଜଣ ବିଧାୟକ ଥିଲେ ଏବଂ କେବଳ ନିର୍ଦ୍ଦିଷ୍ଟ ତିନୋଟି ପରିବାର କାଶ୍ମୀରବାସୀଙ୍କୁ କ୍ରମାଗତ ଶାସନ କରିଆସୁଥିଲେ । ତେବେ ବର୍ତ୍ତମାନ ସେଠାରେ 30,000 ଜନ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି । ଏହି ନିର୍ଦ୍ଦିଷ୍ଟ ରାଜନୈତିକ ପରିବାର ଗୁଡିକ 370 ରଦ୍ଦ ହେବା ପରେ ଜମ୍ମୁ କାଶ୍ମୀରରେ ଅବସ୍ଥା ବିଗିଡି ଯାଇଛି ବୋଲି ବାରମ୍ବାର ଚିତ୍କାର କରି ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସ ଜାରି ରଖିଥିବା କହିଛନ୍ତି । କିନ୍ତୁ ବର୍ତ୍ତମାନର କାଶ୍ମୀର ଯୁବଗୋଷ୍ଠୀ ସେ ଅଭିସନ୍ଧିକୁ ବୁଝିବାରେ ସଫଳ ବୋଲି ଶାହ କହିଛନ୍ତି ।

ଶାହ ୩୭୦ ପରବର୍ତ୍ତୀ ସମୟର ଉପଲବ୍ଧି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଘାଟିରେ ପୂର୍ବାପେକ୍ଷା 40 ପ୍ରତିଶତ ହିଂସାରେ ଏବଂ ହତ୍ୟାରେ 87 ପ୍ରତିଶତ ହ୍ରାସ ଘଟିଛି । ତେବେ ଏହି ପରିବାରମାନେ ଯେତେବେଳେ କାଶ୍ମୀରର ଶାସନରେ ବସିଥିଲେ ହିଂସା, ହତ୍ୟା ଓ ଅରାଜକତା ରୋକିବାରେ କାହିଁକି ବିଫଳ ହୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶାହା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ ଯୋଜନାରୁ ଲୋକମାନେ ସିଧାସଳଖ ଲାଭ ପାଉଛନ୍ତି । କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ଜମ୍ମୁ କାଶ୍ମୀର ଭାରତର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସ୍ଥାନ ପାଇଛି । ଜମ୍ମୁ କାଶ୍ମୀରକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ସ୍ଥାନ ଦେବାରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ବକୁ ପ୍ରଶଂସା କରିବା ସହ ସିହ୍ନାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ଶାହା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.