ETV Bharat / bharat

Delhi Violence: ଡ୍ରୋନ ସର୍ଭିଲାନ୍ସରେ ସମଗ୍ର ଜାହାଙ୍ଗୀରପୁରୀ ଅଞ୍ଚଳ, ପିସ୍ ମାର୍ଚ୍ଚ କଲା ପୋଲିସ

author img

By

Published : Apr 19, 2022, 7:25 PM IST

ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇଲା ପୋଲିସ । ଡ୍ରୋନ ସର୍ଭିଲାନ୍ସରେ ସମଗ୍ର ଅଞ୍ଚଳ । ପିସ୍ ମାର୍ଚ୍ଚରେ ଶାନ୍ତି ରକ୍ଷା ପାଇଁ ନିବେଦନ କଲା ପୋଲିସ । ତଦନ୍ତ ଜାରି ରଖିଛି ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ । ଅଧିକ ପଢନ୍ତୁ

Delhi violence: ଡ୍ରୋନ ସର୍ଭିଲାନ୍ସରେ ଜାହାଙ୍ଗୀରପୁରୀ ଅଞ୍ଚଳ, ପିସମାର୍ଚ୍ଚ କଲା ପୋଲିସ

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ହିଂସା ପ୍ରପିଡୀତ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଛି ଦିଲ୍ଲୀ ପୋଲିସ । ସମଗ୍ର ଅଞ୍ଚଳକୁ ଡ୍ରୋନ ସର୍ଭିଲାନ୍ସରେ ରଖାଯାଇଛି । ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜାମା ମସଜିଦ ଓ ହଜ ଗାଜି ଏରିଆରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୋଲିସ ଆଜି ମଧ୍ୟ ଉକ୍ତ ଅଞ୍ଚଳରେ ପିସ୍ ମାର୍ଚ୍ଚ କରି ଶାନ୍ତି ରକ୍ଷା ପାଇଁ ନିବେଦନ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଜିଲ୍ଲା ପୋଲିସ ଅଧୀକ୍ଷକ ସ୍ବେତା ଚୌହାନ ।

ସେଣ୍ଟ୍ରାଲ ଜିଲ୍ଲା ଅଧୀନରେ ଆସୁଥିବା ସମସ୍ତ ଥାନା ଅଧୀନ ସମସ୍ତ ଅନୁଷ୍ଠାନ ଓ କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ ଅମନ କମିଟି ଗଠନ କରାଯାଇଛି । ପୋଲିସ ମଧ୍ୟ ଫ୍ଲାଗମାର୍ଚ୍ଚ କଲା ବେଳେ ଶାନ୍ତି ବଜାୟ ରଖିବା ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ନିବେଦନ କରୁଛି । ଗତକାଲି ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ ଘଟଣାସ୍ଥଳ ପରିଦର୍ଶନ କରିବା ବେଳେ ମଧ୍ୟ ତଦନ୍ତକାରୀ ଅଧିକରୀଙ୍କ ଉପରକୁ ପଥର ମାଡ ହୋଇଥିଲା । ସ୍ଥିତିରେ ପୂର୍ବାପେକ୍ଷା ସୁଧାର ଆସିଥିଲେ ସୁଦ୍ଧା ବ୍ୟାପକ ପୋଲିସ ଫୋର୍ସ ମୁତନୟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା 23 ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଫରଓ୍ବାର୍ଡ କରାଯାଇ ସାରିଲାଣି । ତଦନ୍ତ ଜାରି ରହିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଘଟଣା ନେଇ ଗୁଇନ୍ଦା ବିଭାଗକୁ ରିପୋର୍ଟ ମାଗିଛି । ଘଟଣାର ଦିଲ୍ଲୀ CAA ବିରୋଧୀ ହିଂସାର ସମ୍ପର୍କ ଅଛି କି ନାହିଁ ତାର ମଧ୍ୟ ଖିଅ ଖୋଜିବାରେ ଲାଗିଛି ତଦନ୍ତକାରୀ ଟିମ । ଗତକାଲି ସନ୍ଧ୍ୟାରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ଓ ଗୁଇନ୍ଦା ଅଧିକାରୀଙ୍କ ସହ ମଧ୍ୟ ସମୀକ୍ଷା ବୈଠକ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.