ETV Bharat / bharat

DELHI AIR QUALITY: ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁ

author img

By

Published : Feb 18, 2022, 10:56 AM IST

ରାଜଧାନୀ ଦିଲ୍ଲୀରେ ପୁଣି ବିଗିଡିଲା ବାୟୁର ଗୁଣବତ୍ତା । ଆଜି(ଶୁକ୍ରବାର) ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଅଧିକ ପଢନ୍ତୁ

DELHI AIR QUALITY: ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁ
DELHI AIR QUALITY: ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ । କିଛି ଦିନର ବ୍ୟବଧାନ ପରେ ପୁଣି ବିଗିଡିଲା ଦିଲ୍ଲୀ ବାୟୁ । ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧିକୁ ନେଇ ଚିନ୍ତାରେ ଦିଲ୍ଲୀବାସୀ । ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି ।

ଦିଲ୍ଲୀରେ ବାୟୁର ଗୁଣବତ୍ତା ସକାଳ ୮ଟା ସୁଦ୍ଧା ୨୩୨ ରେକର୍ଡ କରାଯାଇଛି । ସେହିପରି ଦିଲ୍ଲୀ ୟ୍ୟୁନିଭରସିଟିରେ ୨୭୩, ଲୋଧୀ ରୋଡରେ ୨୦୧, ନୋଇଡାରେ ୨୦୮, ମଥୁରା ରୋଡରେ ୨୬୨ ଏବଂ ଦିଲ୍ଲୀ ବିମାନ ବନ୍ଦରର ୩ ନମ୍ବର ଗେଟରେ ୨୪୯ ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-5 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.