ETV Bharat / bharat

ଦିଶା ରବି ଗିରଫ ମାମଲା: ଦିଲ୍ଲୀ ପୋଲିସକୁ ମହିଳା କମିଶନଙ୍କ ନୋଟିସ

author img

By

Published : Feb 16, 2021, 3:19 PM IST

ଦିଶା ରବି ଗିରଫ ମାମଲାରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ମହିଳା ଆୟୋଗ । ଅଧିକ ପଢନ୍ତୁ...

ଦିଶା ରବି ଗିରଫ ମାମଲା: ଦିଲ୍ଲୀ ପୋଲିସକୁ ମହିଳା କମିଶନଙ୍କ ନୋଟିସ
ଦିଶା ରବି ଗିରଫ ମାମଲା: ଦିଲ୍ଲୀ ପୋଲିସକୁ ମହିଳା କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ଦିଶା ରବି ଗିରଫ ମାମଲାରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି ମହିଳା ଆୟୋଗ । ଆଇନ ପ୍ରକ୍ରିୟାର ଉଲ୍ଲଂଘନ କରି ଦିଲ୍ଲୀ ପୋଲିସ ଦିଶାକୁ ଗିରଫ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ଆୟୋଗ ।

ସେପଟେ ଦିଲ୍ଲୀ ପୋଲିସ ଜୁମ୍‌ ଆପକୁ ଚିଠି ଲେଖି ଟୁଲକିଟ୍‌ ତିଆରି ପାଇଁ ଜାନୁଆରୀ 11ରେ ଆୟୋଜିତ ଅନଲାଇନ ବୈଠକରେ ସାମିଲ ଅଭିଯୁକ୍ତଙ୍କ ସମ୍ପର୍କରେ ରିପୋର୍ଟ ମାଗିଛି । ପୋଲିସ ପକ୍ଷରୁ ଅଭିଯୋଗ ହୋଇଛି ଯେ ଗଣତନ୍ତ୍ର ଦିବସରେ ଆୟୋଜିତ ପରେଡ ସମୟରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସାର କିଛି ଦିନ ପୂର୍ବରୁ ଜୁ୍ମ୍‌ ଆପରେ ବୈଠକ ହୋଇଥିଲା । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ ଆକ୍ଟିଭିଷ୍ଟ ଦିଶା ରବି, ମୁମ୍ବାଇର ଆଇନଜୀବୀ ନିକିତା, ପୁଣେର ଇଞ୍ଜିନିୟର ଶାନ୍ତନୁ ସମେତ 70 ଜଣ ସାମିଲ ହୋଇଥିଲେ ।

ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଦିଲ୍ଲୀ ପୋଲିସ ଭିଡିଓ କନଫେରେନ୍ସ ପାଇଁ ବ୍ୟବହୃତ ଜୁମ ଆପକୁ ଚିଠି ଲେଖି 11 ଜାନୁଆରୀରେ ଅନଲାଇନ ବୈଠକରେ ସାମିଲ ହୋଇଥିବା ଲୋକଙ୍କ ସମ୍ପର୍କରେ ରିପୋର୍ଟ ମାଗିଛି । ତେବେ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗାଲୁରୁର 21 ବର୍ଷିୟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିସାରିଛି । ଦିଶା ରବି ଫ୍ରାଇଡେ ଫର୍ ଫ୍ୟୁଚର୍ କ୍ୟାମ୍ପେନର ପ୍ରତିଷ୍ଠାତା । ଫେବୃଆରୀ 4ରେ ଦିଲ୍ଲୀ ପୋଲିସ ଟୁଲକିଟ୍ ସମ୍ବନ୍ଧରେ ଏକ ମାମଲା ଦାୟର କରିଥିଲା ।

ଦିଲ୍ଲୀ ପୋଲିସର ସାଇବର ସେଲ ଦ୍ବାରା ଟୁଲକିଟ୍ ମାମଲାର ଯାଞ୍ଚ କରାଯାଉଛି। ଏଥିପାଇଁ ଅନେକ ସାଇବର ସେଲ୍ ଦଳ ନିୟୋଜିତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଦିଶା ରବି ଏହି ମାମଲାରେ ଜଣେ ଲିଙ୍କ୍ । ପ୍ରାରମ୍ଭିକ ଅନୁସନ୍ଧାନରେ ଦିଶା କହିଛନ୍ତି ଯେ ସେ ଟୁଲକିଟରେ କିଛି ଜିନିଷ ଏଡିଟ୍ କରିଥିଲେ ​​ଏବଂ ଏହାପରେ ଏଥିରେ କିଛି ଜିନିଷ ଯୋଡିଥିଲେ ​​ଏବଂ ଆଗକୁ ସେୟାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.