ETV Bharat / bharat

ସ୍ୱାତୀ ମାଲିୱାଲଙ୍କୁ ମିଳିଲା ଦୁଷ୍କର୍ମ ଧମକ, ବିଗ୍‌ବସ୍‌ରୁ ସାଜିଦ ଖାନ୍‌ଙ୍କୁ ବାହାର କରିବାକୁ ଲେଖିଥିଲେ ଚିଠି

author img

By

Published : Oct 12, 2022, 8:33 PM IST

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ମିଳିଲା ଦୁଷ୍କର୍ମ ଧମକ । ବିଗ୍‌ବସ୍‌ରୁ ଫିଲ୍ମ ନିର୍ମାତା ସାଜିଦ ଖାନ୍‌ଙ୍କୁ ସୋ'ରୁ ବାହାର କରିବା ପାଇଁ କେନ୍ଦ୍ର ପ୍ରସାରଣ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ସ୍ବାତୀ । ଅଧିକ ପଢ଼ନ୍ତୁ

Delhi women commission chairperson Swati Maliwal got rape threaten
ସ୍ବାତୀ ମାଲିୱାଲଙ୍କୁ ମିଳିଲା ଦୁଷ୍କର୍ମ ଧମକ, ବିଗ୍‌ବସ୍‌ରୁ ସାଜିଦ ଖାନ୍‌ଙ୍କୁ ବାହାର କରିବାକୁ ଲେଖିଥିଲେ ଚିଠି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ମିଳିଲା ଦୁଷ୍କର୍ମ ଧମକ । ଟେଲିଭିଜନ ପ୍ରୋଗ୍ରାମ ବିଗ୍‌ବସ୍‌ରୁ ଫିଲ୍ମ ନିର୍ମାତା ସାଜିଦ ଖାନ୍‌ଙ୍କୁ ସୋ'ରୁ ବାହାର କରିବା ପାଇଁ ପ୍ରସାରଣ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ସ୍ବାତୀ । ଏହାପରେ ତାଙ୍କୁ ଇନ୍‌ଷ୍ଟାଗ୍ରାମରୁ ଧମକ ମିଳିବାରେ ଲାଗିଛି । ଏହାକୁ ନେଇ ଟ୍ବିଟ୍‌ କରି ସ୍ବାତୀ ସୂଚନା ପ୍ରଦାନ କରିଛନ୍ତି ।

ସ୍ବାତୀ ମାଲିୱାଲ ଟ୍ବିଟ୍‌ କରି ଲେଖିଛନ୍ତି, "ସାଜିଦ ଖାନ୍‌ଙ୍କୁ ବିଗ୍‌ବସ୍‌ରୁ ବାହାର କରିବା ପାଇଁ କେନ୍ଦ୍ର ପ୍ରସାରଣ ମନ୍ତ୍ରଣାଳୟକୁ ଚିଠି ଲେଖିଛି । ଏହାପରଠୁ ମୋତେ ଇନ୍‌ଷ୍ଟାଗ୍ରାମରେ ଦୁଷ୍କର୍ମ ଧମକ ମିଳିବାରେ ଲାଗିଛି । ଏଥିରୁ ସ୍ପଷ୍ଟ ମୋତେ କାମ କରିବାରୁ ରୋକାଯାଉଛି । ଏହାକୁ ନେଇ ମୁଁ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛି । ଏତଲା ଦାଖଲ ହୋଇଛି । ପୋଲିସ ଏହାର ଯାଞ୍ଚ କରି ଦୋଷୀଙ୍କୁ ଗିରଫ କରୁ ।"

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଗତ ଅକ୍ଟୋବର ୧୦ ତାରିଖରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖି ସାଜିଦ ଖାନ୍‌ଙ୍କୁ ରିୟଲିଟି ସୋ' ବିଗ୍‌ ବସ୍‌ରୁ ବାହାର କରିବାକୁ ଦାବି କରିଥିଲେ । କାରଣ ସାଜିଦ ଖାନ୍‌ଙ୍କ ବିରୋଧରେ ଅନେକ ଅଭିନେତ୍ରୀ ଓ ମଡେଲଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି । ଏଭଳି ସ୍ଥିତିରେ ତାଙ୍କୁ କୌଣସି ରିୟଲିଟି ସୋ'ରେ ସ୍ଥାନ ଦେବା ଠିକ୍‌ ନୁହେଁ ବୋଲି ଚିଠିରେ ଦର୍ଶାଇଥିଲେ ସ୍ବାତୀ ।

ମି' ଠୁ(MeToo) ଅଭିଯାନ ବେଳେ ସାଜିଦ ଖାନ୍‌ଙ୍କ ବିରୋଧରେ ୧୦ ଜଣ ଅଭିନେତ୍ରୀ ବା ମଡେଲ ଯୌନ ନିର୍ଯାତନାର ଅଭିଯୋଗ ଆଣଥିଲେ । ଅଭିଯୋଗ ମୁତାବକ ହାଉସଫୁଲ୍‌ ୪ ଓ ହମ୍‌ଶକଲରେ ରୋଲ୍‌ ପାଇବାକୁ ଆସିଥିବା କିଛି ନାବାଳିକାଙ୍କୁ ଅଡିଶନ ନାମରେ ନିର୍ବସ୍ତ୍ର ହେବାକୁ କହିଥିଲେ ସାଜିଦ ଖାନ୍‌ । ଏଭଳି ଅଭିଯୋଗ ରହିଥିବା ବ୍ୟକ୍ତି ବିଶେଷଙ୍କୁ ରିୟଲିଟି ସୋ'ରେ ସ୍ଥାନ ନଦେବାକୁ ଚିଠି ଲେଖିବା ପରେ ସ୍ବାତୀ ମାଲିୱାଲ୍‌ଙ୍କୁ ଦୁଷ୍କର୍ମ ଧମକ ମିଳିଛି । ଏହାକୁ ନେଇ ତଦନ୍ତ ଦାବି କରିଛନ୍ତି ସ୍ବାତୀ ମାଲିୱାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.