ଦିଲ୍ଲୀ: ଜଣେ 10 ବର୍ଷୀୟା ନାବାଳିକା ଘରୋଇ ସହାୟିକାକୁ ନିର୍ଯାତନା ଦେଇ ଆସୁଥିଲେ ମହିଳା ପାଇଲଟ ଓ ସ୍ବାମୀ । ଏପରି ଅଭିଯୋଗ କରି ଦମ୍ପତିଙ୍କୁ କିଛି ଲୋକେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ଭିଡରୁ ଦମ୍ପତିଙ୍କୁ ଉଦ୍ଧାର କରି ଥାନାକୁ ନେଇଛି । ଏକ ମାମଲା ରୁଜୁ କରି ତଦନ୍ତ ମଧ୍ୟ ଆରମ୍ଭ ହୋଇଥିବା ପୋଲିସ କହଛି । ଦମ୍ପତିଙ୍କୁ ଆକ୍ରମଣ କରାଯାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳାଜଣଙ୍କ ଏକ ଘରୋଇ ଏୟାରଲାଇନ୍ସରେ ଜଣେ ପାଇଲଟ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ସ୍ବୀମୀ ଉକ୍ତ ଏୟାରଲାଇନ୍ସରେ ଗ୍ରାଉଣ୍ଡ କ୍ର୍ୟୁ ମେମ୍ବର ଭାବେ କାର୍ଯ୍ୟରତ ଥିବା ଜଣାପଡିଛି । ଦିଲ୍ଲୀର ଦ୍ବାରକା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ଅନୁସାରେ, କିଛି ଲୋକେ ଦମ୍ପତିଙ୍କ ଘର ନିକଟରେ ଏକାଠି ହୋଇଥିଲେ । ସେମାନେ ଦମ୍ପତିଙ୍କୁ ବାହାରକୁ ଡାକିବା ସହ ଯୁକ୍ତିତର୍କ ଓ ପରେ ଆକ୍ରମଣ କରିଥିଲେ । ଦମ୍ପତି ସେମାନଙ୍କୁ ବୁଝାସୁଝା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଘଟଣାର କିଛି ସମୟ ପରେ ପୋଲିସ ପହଞ୍ଚିଥିଲା । ଦମ୍ପତିଙ୍କୁ ଭିଡରୁ ଉଦ୍ଧାର କରି ସ୍ଥାନୀୟ ଥାନାକୁ ନେଇଥିଲା ।
ତେବେ ପୋଲିସ ପହଞ୍ଚି ଉତ୍ୟକ୍ତ ଭିଡ଼ ନିକଟରୁ ଦମ୍ପତିଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଛି । ସେହିପରି ସମ୍ପୃକ୍ତ ନାବାଳିକା ସହୟିକାଙ୍କୁ ମଧ୍ୟ ପୋଲିସ ହସ୍ପିଟାଲ ନେଇ ଡାକ୍ତରୀ ମାଇନା ପାଇଁ ପଠାଇଛି । ନାବାଳିକାଙ୍କ ଶରୀରରେ କିଛି ଆଘାତ ଓ ପୋଡ଼ା ଦାଗ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ଦ୍ବାରକା ଡିସିପି ଏମ.ହର୍ଷବର୍ଦ୍ଧନଙ୍କ ସୂଚନା ଅନୁସାରେ,ଡାକ୍ତରୀ ପରୀକ୍ଷା ପରେ ନାବାଳିକାଙ୍କୁ କେଉଁ ପ୍ରକାର ଶାରୀରିକ ନିର୍ଯାତନା ଦିଆଯାଇଛି, ତାହା ସ୍ପଷ୍ଟ ହେବ ।
ଏହା ମଧ୍ୟ ପଢନ୍ତୁ:- ସୀମା ଡେଇଁଲା ପାଶବିକତା: 80 ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ, ଯୁବକ ଅଟକ
ଏୟାର ଲାଇନ୍ସ ଦମ୍ପତି ଏହି 10 ବର୍ଷୀୟା ନାବାଳିକାକୁ ଘରୋଇ ସହାୟିକା ଭାବ କର୍ଯ୍ୟରେ ନିୟୋଜିତ କରିଥିଲେ । ତେବେ ସେମାନେ ଏହି ନାବାଳିକାକୁ ନିୟମିତ ଶାରିରୀକ ନିର୍ଯାତନା ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଆକ୍ରମଣ କରିଛନ୍ତି । ସେ ସମ୍ପର୍କରେ ମଧ୍ୟ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଏହି ମାମଲାରେ ଦମ୍ପତିଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରିଛି । ଭାରତୀୟ ଦଣ୍ଡିବିଧି ଆଇନର ଶିଶୁ ଶ୍ରମ ନିରୋଧ ଆଇନ ଅନସାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ