ETV Bharat / bharat

ଆଜିଠୁ ଦିଲ୍ଲୀରେ ଅନଲକ; ଖୋଲିବ ଦୋକାନ ବଜାର - ଆଜିଠୁ ଦିଲ୍ଲୀରେ ଅନଲକ

ଆଜି ଠାରୁ(ସୋମବାର) ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ 3.0 । କଟକଣା ଭିତରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି । ଅଧିକ ପଢନ୍ତୁ...

ଆଜିଠୁ ଦିଲ୍ଲୀରେ ଅନଲକ
ଆଜିଠୁ ଦିଲ୍ଲୀରେ ଅନଲକ
author img

By

Published : Jun 14, 2021, 7:26 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କ୍ରମଶଃ ହ୍ରାସ ପାଇଛି । ଆଜିଠାରୁ(ସୋମବାର) ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ 3.0 । କଟକଣା ଭିତରେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି ।

ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିଲା । ଏ ନେଇ ଲକଡାଉନ ବି ବଢି ବଢି ଚାଲିଥିଲା । ସଂକ୍ରମଣ ହାର କମିବା କ୍ଷଣି ଦିଲ୍ଲୀରେ ଖୋଲିବାକୁ ଲାଗିଲା ତାଲା । ବର୍ତ୍ତମାନ ଦିନେ ଛାଡି ଦିନେ ଦୋକାନ ଖୋଲୁଥିଲା ହେଲେ ଆଜିଠାରୁ ସପ୍ତାହକ ସାତ ଦିନ ଦୋକାନ, ମଲ ହୋଟେଲ ସବୁ ଖୋଲା ରହିବ । ଏଥିପାଇଁ ଦିନ 10ଟାରୁ ରାତି 8ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି ।

ରେସ୍ତୋରାଁରେ 50 ପ୍ରତିଶତ ଗ୍ରାହକଙ୍କୁ ଅନୁମତି ମିଳିଛି । ସମସ୍ତ ସରକାରୀ ଅଫିସ କର୍ମଚାରୀଙ୍କୁ ଅନୁମତି ମିଳିଛି । ମାତ୍ର ଘରୋଇ ଅଫିସର 50 ପ୍ରତିଶତ କର୍ମଚାରୀଙ୍କୁ ଅନୁମତି । ଏହା ସହିତ 50 ପ୍ରତିଶତ ଯାତ୍ରୀରେ ମେଟ୍ରୋ ଓ ବସ ଚାଲିବ । ସ୍କୁଲ, କଲେଜ, ଜିମ ସ୍ପା ଓ ସୁଇମିଂ ବନ୍ଦ ରହିବ । ଧାର୍ମିକ, ସାମାଜିକ, ସାଂସ୍କୃତିକ ଓ ସମାବେଶ ଉପରେ ରୋକ ବଳବତ୍ତର ରହିଛି । ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏପ୍ରିଲ 19ରୁ ଦିଲ୍ଲୀରେ ଲକଡାଉନ ଘୋଷଣା କରିଥିଲେ କେଜ୍ରିୱାଲ ସରକାର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.