ETV Bharat / bharat

ଫି ନ ଦେବାରୁ ସ୍କୁଲରେ ବନ୍ଦୀ ହେଲେ ଛାତ୍ରଛାତ୍ରୀ - ଦିଲ୍ଲୀରେ ସ୍କୁଲ ଛାତ୍ରଛାତ୍ରୀ ବନ୍ଦୀ

ସ୍କୁଲ ଫି ନ ଦେବାରୁ ୩ ଘଣ୍ଟା କାଳ ବନ୍ଦୀ ହେଲେ ଛାତ୍ରଛାତ୍ରୀ । ରାଜଧାନୀ ଦିଲ୍ଲୀର ରୋହିଣୀ ସେକ୍ଟର ୯ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ

ଫି ନ ଦେବାରୁ ସ୍କୁଲରେ ବନ୍ଦୀ ହେଲେ ଛାତ୍ରଛାତ୍ରୀ

author img

By

Published : Sep 7, 2022, 8:54 AM IST

ନୂଆଦିଲ୍ଲୀ: ସ୍କୁଲ ଫି ପୈଠ ନ କରିବା ଯୋଗୁଁ ବନ୍ଦୀ ହେଲେ ଛାତ୍ରଛାତ୍ରୀ(Delhi School locks up students over fee dues) । ସ୍କୁଲ କର୍ତ୍ତୃପକ୍ଷ ଛୋଟ ଛୋଟ ପିଲାଙ୍କୁ ଦୀର୍ଘ ୩ ଘଣ୍ଟା କାଳ ସ୍କୁଲ କୋଠରୀରେ ବନ୍ଦୀ କରି ରଖିଲେ । ଜାତୀୟ ରାଜଧାନୀ ଦିଲ୍ଲୀର ରୋହିଣୀ ସେକ୍ଟର ୯ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେକ୍ଟର ୯ରେ ଥିବା ଜିଡି ଗୋଏଙ୍କା ବିଦ୍ୟାଳୟରେ ବକୈୟ ସ୍କୁଲ ଫି ପାଇଁ କୁନି କୁନି ଛାତ୍ରଛାତ୍ରୀଙ୍କୁ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ମୁତାବକ, ବନ୍ଦୀ ଛାତ୍ରଛାତ୍ରୀ କୋରୋନା ସଂକ୍ରମଣ ସମୟର ସ୍କୁଲ ଫି ଜମା କରିନଥିଲେ । ଏହାକୁ ନେଇ ଦୀର୍ଘ ଦିନ ହେଲାଣି ଅଭିଭାବକ ଏବଂ ସ୍କୁଲ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିଲା । ଶେଷରେ ମଙ୍ଗଳବାର ଦିନ ପିଲାଙ୍କ ପରୀକ୍ଷା ଥିବାବେଳେ ତାଙ୍କୁ ପରୀକ୍ଷା ଦେବାକୁ ବାରଣ କରାଯିବା ସହ ଏକ କୋଠରୀ ମଧ୍ୟରେ ବନ୍ଦ କରିଦିଆଯାଇଥିଲା । ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ''ପିଲାଙ୍କୁ କୋଠରୀରେ ବନ୍ଦ କରି ସେମାନଙ୍କୁ ନିର୍ଯାତନା ଦିଆଯାଇଛି । ପରିସ୍ରା ପାଇଁ ଛଡା ନଯିବା ସହ ପାଣି ପିଇବାକୁ ମଧ୍ୟ ଦିଆଯାଇ ନାହିଁ ।'' ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ମନମୁଖୀ କାର୍ଯ୍ୟ ସମ୍ପର୍କରେ ଅଭିଭାବକମାନେ ଥାନାରେ ଅଭିଯୋଗ କରିଥିଲେ । ହେଲେ ସ୍କୁଲଟି କୌଣସି ପ୍ରଭାବଶାଳୀ ନେତାଙ୍କ ପତ୍ନୀ ଚଳାଉଥିବାରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

ତେଣୁ ବାଧ୍ୟ ହୋଇ ଅଭିଭାବକମାନେ କୋର୍ଟର ଆଶ୍ରୟ ନେଇଛନ୍ତି । ସେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଏହାକୁ କେନ୍ଦ୍ରକରି ସ୍କୁଲ ପ୍ରଶାସନ ଉକ୍ତ ଅଭିଭାବକଙ୍କ ପିଲାଙ୍କୁ ହଇରାଣ ଏବଂ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆସିଛି । ତେବେ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ସ୍କୁଲ ପ୍ରଶାସନ ମନା କରିଦେଇଛି । ଅନ୍ୟପଟେ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକମାନେ ଅଡି ବସିଛନ୍ତି ।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ବର ଘାଟିକିଆ ସ୍ଥିତ ଏକ ଘରୋଇ ସ୍କୁଲରେ ମଧ୍ୟ ସମାନ ଘଟଣା ପ୍ରକାଶ ପାଇଥିଲା । ସ୍କୁଲ ଫି ନ ଦେବା ଯୋଗୁଁ ୫ ଘଣ୍ଟା ଧରି ୩୪ ଜଣ ଛାତ୍ରଛାତ୍ରୀଙ୍କୁ ବନ୍ଦୀ କରି ରଖାଯାଇଥିଲା । ଏହି ଘଟଣାକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.