ETV Bharat / bharat

Land for Job Scam: ଲାଲୁଙ୍କ ବଢିଲା ଅଡୁଆ, ଅକ୍ଟୋବର ୪ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ - ଲାଲୁ ପ୍ରସାଦ ଯାଦବଙ୍କୁ ସମନ

ଚାକିରି ବଦଳରେ ଜମି ଘୋଟାଲା ମାମଲା । ଲାଲୁ ପ୍ରସାଦ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟର ସମନ । ଅଧିକ ପଢନ୍ତୁ

Lalu Prasad Yadav
Lalu Prasad Yadav
author img

By ETV Bharat Odisha Team

Published : Sep 22, 2023, 7:12 PM IST

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଘୋଟାଲା ମାମଲା । ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ଅନ୍ୟ ଅଭିଯୁକ୍ତଙ୍କୁ ଶୁକ୍ରବାର ସମନ ଜାରି କଲେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ । ଅଭିଯୁକ୍ତମାନଙ୍କୁ ଆସନ୍ତା ଅକ୍ଟୋବର ୪ ତାରିଖରେ ହାଜର ହେବା ଲାଗି ନିର୍ଦ୍ଦେଶ ରହିଛି । ସ୍ବତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ବାରା ଏକ ନୂତନ ଚାର୍ଜସିଟ ଦାଖଲ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଏହି ସମନ ଜାରି କରାଯାଇଛି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା ଅକ୍ଟୋବର ୪ ତାରିଖରେ ସମସ୍ତ ୧୭ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ସେପ୍ଟେମ୍ବର ୧୨ରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ନେଇଥିବା ସିବିଆଇ କୋର୍ଟକୁ ସୂଚନା ଦେଇଥିଲୋ । ଜୁଲାଇ ୩ରେ ସିବିଆଇ ଦ୍ବାରା ଦାଖଲ ହୋଇଥିବା ଦ୍ବିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ, ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପଶ୍ଚିମ କେନ୍ଦ୍ରୀୟ ରେଳବାଇର ତତ୍କାଳୀନ ଜିଏମ୍ (WCR) ସମେତ ମୋଟ ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଏହା ବି ପଢନ୍ତୁ- Land For Job Scam: ଲାଲୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ ପ୍ରଥମ ଥର ଲାଗି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପୂର୍ବ ଚାର୍ଜସିଟରେ ତେଜସ୍ବୀଙ୍କ ବିରୋଧରେ କୌଣସି ଅଭିଯୋଗ ରହିନଥିଲା । ସିବିଆଇର ନୂଆ ଚାର୍ଜସିଟରେ ଲାଲୁ ପ୍ରସାଦ ଯାଦବଙ୍କ ସମେତ ପତ୍ନୀ ଓ ପୁଅର ନାମ ରହିଥିଲା । ସୂଚନା ଥାଉ କି ୨୦୨୨ ମେ ୧୮ ତାରିଖରେ ଲାଲୁ ପ୍ରସାଦ ଯାଦବ, ପତ୍ନୀ, ୨ ଝିଅ, ଘରର ଚାକର ଓ କିଛି ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା ।

ଏହା ବି ପଢନ୍ତୁ- Land for Job Scam: ୨୪ ସ୍ଥାନରେ ରେଡ୍, ଲାଲୁଙ୍କ ପରିବାର ପାଖରୁ ୧କୋଟି ନଗଦ ଟଙ୍କା ଜବତ

ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ମସିହା ଯାଏଁ ମନମୋହନ ସିଂ ସରକାରରେ ରେଳମନ୍ତ୍ରୀ ଦାୟିତ୍ବରେ ଥିଲେ । ସେହି ସମୟରେ ସେ ରେଳ ବିଭାଗରେ ଚାକିରି ଦେବା ପାଇଁ ଲାଞ୍ଚ ଭାବେ ବହୁ ଆଶାୟୀଙ୍କଠାରୁ ଜମି ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଲାଲୁଙ୍କ ସମେତ ପତ୍ନୀ ରାବ୍ରି ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଳବାଇର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୭ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା । ସିବିଆଇକୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.