ETV Bharat / bharat

ଦିଲ୍ଲୀ ଦଙ୍ଗା: ଜଣେ ବ୍ୟକ୍ତିଙ୍କ ବିରୋଧରେ 4 ମାମଲା, ଖାରଜ ହେଲା ଜାମିନ ଆବେଦନ

author img

By

Published : Dec 25, 2020, 5:44 PM IST

ଦିଲ୍ଲୀ ଦଙ୍ଗାରେ ଜଡିତ 4ଟି ମାମଲାରେ ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଅଧିକ ପଢନ୍ତୁ...

Delhi riots: Court dismisses man's bail pleas in 4 cases
ଦିଲ୍ଲୀ ଦଙ୍ଗା: ବ୍ୟକ୍ତିଙ୍କ 4 ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ସହ ଜଡିତ ଚାରିଟି ମାମଲାରେ ଜଣେ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରିଛନ୍ତି । ତେବେ ଉକ୍ତ ବ୍ୟକ୍ତି ଦଙ୍ଗାରେ ସାମିଲ ଥିବାର ଜଣେ ବ୍ୟକ୍ତି ସାକ୍ଷୀ ରହିଛନ୍ତି ଏବଂ ଦଙ୍ଗାରେ ଜଡିତ ଥିବା ସମୟରେ ସିସିଟିଭିରେ ଉକ୍ତ ଦୃଶ୍ୟ କଏଦ ଥିବା କୋର୍ଟ କହିଛନ୍ତି ।

କରୱାଲ ନଗର ଅଞ୍ଚଳରେ ଦଙ୍ଗା ମାମଲାରେ ପ୍ରବୀଣ ଗିରିଙ୍କ ଜାମିନ ଆବେଦନକୁ ଅତିରିକ୍ତ ଅଧିବେଶନର ବିଚାରପତି ବିନୋଦ ଯାଦବ ଖାରଜ କରିଛନ୍ତି । ଜାମିନ ଆବେଦନକାରୀଙ୍କୁ ସାକ୍ଷୀ କଲ୍ୟାଣ ସିଂ ଦଙ୍ଗା ଘଟାଇଥିବା ଦଳର ସଦସ୍ୟ ଭାବରେ ଚିହ୍ନଟ କରିଛନ୍ତି ଏବଂ ଏହି ଘଟଣାରେ ସକ୍ରିୟ ଭାବେ ସେ ଜଡିତ ରହିଥିବା ଉକ୍ତ ବ୍ୟକ୍ତି କହିଥିବା କୋର୍ଟ ଡିସେମ୍ବର 21 ତାରିଖରେ ଆଦେଶ ପାସ କଲା ବେଳେ କହିଥିଲେ । ଦଙ୍ଗା ଘଟିଥିବା ସ୍ଥାନରେ ଥିବା ରିୟାଜ ମଲିକଙ୍କ ଦୋକାନ ସିସିଟିଭି କ୍ୟାମେରାରେ ଆବେଦନକାରୀଙ୍କୁ କଏଦ କରାଯାଇଛି ବୋଲି କୋର୍ଟ କହିଛନ୍ତି ।

ସିସିଟିଭି ଫୁଟେଜରେ ସେ ଜିନିଷପତ୍ର ଭାଙ୍ଗୁଥିବାର ଦୃଶ୍ୟକୁ କଏଦ କରାଯାଇଛି । ତେବେ ସିସିଟିଭିରେ ଉକ୍ତ ବ୍ୟକ୍ତି ପିନ୍ଧିଥିବା ପୋଷାକକୁ ମଧ୍ୟ ତାଙ୍କ ବାସଭବନରୁ ଜବତ କରାଯାଇଛି । ଆବେଦନକାରୀଙ୍କୁ ମିଛ ମାମାଲାରେ ଫସାଯାଉଥିବା ତାଙ୍କ ଓକିଲ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ନିକଟରେ ହାଜର ହୋଇଥିବା ସ୍ବତନ୍ତ୍ର ସରକାରୀ ଓକିଲ ନିତିନ ରାୟ ଶର୍ମା ଅଭିଯୁକ୍ତ ଦଙ୍ଗା ଘଟାଇଥିବା ଦଳର ସକ୍ରିୟ ସଦସ୍ୟ ବୋଲି ସେ ଦାବି କରିଛନ୍ତି ।

ତେବେ ଚଳିତ ବର୍ଷ ଫେବୃଆରୀ 24 ତାରିଖରେ ନାଗରିକତା ଆଇନକୁ ସମର୍ଥନ କରୁଥିବା ଦଳ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ 53 ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ 200 ଲୋକ ଆହତ ହୋଇଥିଲେ । ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.