ETV Bharat / bharat

ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା, ଭାଙ୍ଗିଲା 121ବର୍ଷର ରେକର୍ଡ

author img

By

Published : Sep 12, 2021, 1:45 PM IST

Updated : Sep 12, 2021, 2:11 PM IST

ଜାତୀୟ ରାଜଧାନୀ ଦିଲ୍ଲୀରେ ଛେଚୁଚି ବର୍ଷା । ଶନିବାର ୩୮୦.୨ମିମି ବର୍ଷା ସହିତ ଦ୍ବିତୀୟ ଥର ପାଇଁ ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି । ଅଧିକ ପଢନ୍ତୁ...

ରାଜଧାନୀରେ ଦିଲ୍ଲୀରେ ପ୍ରବଳ ବର୍ଷା, ଭାଙ୍ଗିଲା 77ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପ୍ରବଳ ବର୍ଷା । ଶନିବାର ୩୮୦.୨ମିମି ବର୍ଷା ସହିତ ଦ୍ବିତୀୟ ଥର ପାଇଁ ଶନିବାର ସର୍ବାଧିକ ବର୍ଷା ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି । ଶେଷ ଥର ପାଇଁ ୭୭ବର୍ଷ ପୂର୍ବେ ୧୯୪୪ରେ କେବଳ ସେପ୍ଟେମ୍ବର ମାସ ପାଇଁ ସବଦରଜଙ୍ଗ ଏହା ସର୍ବୋଚ୍ଚ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି

ସେପ୍ଟେମ୍ବର ମାସ ପାଇଁ ସର୍ବାଧିକ ବୃଷ୍ଟିପାତ ହୋଇଥିବା 1944, 2021, 1914, 1945 ଏବଂ 1933ରେ ଯାଥାକ୍ରମେ 417.3 ମିଲିମିଟର, 380.2 ମିଲିମିଟର, 360.9 ମିଲିମିଟର, 359.2 ମିଲିମିଟର ଏବଂ 341.9 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ତୁଳନାରେ ଜାତୀୟ ରାଜଧାନୀରେ ସମୁଦାୟ ବୃଷ୍ଟିପାତ ସଫଦରଜଙ୍ଗରେ 1,136.8 ମିଲିମିଟର ହୋଇଛି । ଏହ ପୂର୍ବରୁ 1933 ମସିହାରେ ଦିଲ୍ଲୀରେ 1,420.3 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।

ଆଜି (ରବିବାର) ମଧ୍ୟ ଦିଲ୍ଲୀ ସମେତ ଏନସିଆରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଇଏମଡି । ସେପ୍ଟେମ୍ବର 17 ରୁ 18 ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ । ଜାତୀୟ ରାଜଧାନୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନ ଜଳବନ୍ଦୀ ହୋଇଛି । ଫଳରେ ଯାତ୍ରୀ ପ୍ରଭାବିତ ହେବା ସହିତ ଟ୍ରାଫିକ ସମସ୍ୟା ଦେଖା ଦେଇଛି ।

ବର୍ଷା କାରଣରୁ ଇନ୍ଦିରା ଗାନ୍ଧୀ ବିମାନବନ୍ଦର (ଟର୍ମିନାଲ୍ -3) ମଧ୍ୟ ଜଳମୟ ହୋଇ ଅନେକ ବିମାନ ଉଡାଣ ଉପରେ ପ୍ରଭାବ ପକାଇଥିଲା । ବିସ୍ତାରା, ସ୍ପାଇସଜେଟ୍ ଏବଂ ଇଣ୍ଡିଗୋ ଟୁଇଟ୍ କରି ବିମାନସେବା ବିଳମ୍ବ ହେବା ନେଇ ଟ୍ବିଟ କରି ସୂଚନା ଦେଇଛି ।

@IANS

Last Updated : Sep 12, 2021, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.