ETV Bharat / bharat

Delhi Rains: ବନ୍ୟା ସ୍ଥିତି ସୃଷ୍ଟି ହେବନାହିଁ କହିଲେ କେଜ୍ରିଓ୍ବାଲ

author img

By

Published : Jul 10, 2023, 10:05 PM IST

ଦିଲ୍ଲୀରେ ଫୁଲୁଛି ଯମୁନା । ବନ୍ୟା ଓ ସହରର ଜଳବନ୍ଦୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ ବନ୍ୟା ସ୍ଥିତି ନଥିବା କହି କଲେ ଆଶ୍ବସ୍ତ । ଅଧିକ ପଢନ୍ତୁ

Delhi rains: ପୂର୍ବାକଳନ କହୁଛି ବନ୍ୟା ସ୍ଥିତି ସୃଷ୍ଟି ହେବ ନାହିଁ କହିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଗତ 48 ଘଣ୍ଟାର ଲଗାଣ ବର୍ଷାରେ ରାଜଧାନୀ ଦିଲ୍ଲୀ ବେହାଲ ହୋଇପଡିଛି । ବର୍ଷା ଦୀର୍ଘ 40 ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ସହରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏବେ ବର୍ଷା ପରିମାଣ ହ୍ରାସ ପାଇବା ପରେ ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଦିଲ୍ଲୀବାସୀଙ୍କୁ ଏକ ଆଶ୍ବସ୍ତିକର ସୂଚନା ଦେଇଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଦିଲ୍ଲୀରେ ବନ୍ୟା ସ୍ଥିତି ସୃଷ୍ଟି ନହେବା ନେଇ ଆକଳନ ପ୍ରକାଶ ପାଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ।

ଦିଲ୍ଲୀରେ ଲଗାଣ ବର୍ଷାରେ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା, ଯାତାୟତ ପ୍ରଭାବିତ ହେବା ସହ ଯମୁନା ନଦୀରେ ଜଳସ୍ତର ବଢିବା ନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ସ୍ଥିତି ସମୀକ୍ଷା କରିଥିଲେ । ପରେ ସେ ଏକ ପ୍ରେସମିଟେରେ ଏହି ସୂଚନା ଦେଇ କହିଛନ୍ତି, ଯମୁନା ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହେବ । ଜଲସ୍ତର 206 ମିଟିରରେ ପହଞ୍ଚିବା ପରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ । ହେଲେ ବର୍ତ୍ତମାନ ସ୍ଥିତିରେ ପାଣିପାଗ ବିଶେଷଜ୍ଞଙ୍କଠାରୁ ମିଳୁଥିବା ସୂଚନା ଅନୁସାରେ,ଦିଲ୍ଲୀରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରାୟତଃ ନାହିଁ ।

ଆହୁରି ମଧ୍ୟ ସେ କହିଛନ୍ତି, ସ୍ଥିତି ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । 24 ଘଣ୍ଟା ମଧ୍ୟରେ 153 ମିଲି ମିଟର ବର୍ଷା ହେବା ଦିଲ୍ଲୀ ପାଇଁ ଏକ ଅପ୍ରତ୍ୟାଶିତ ଘଟଣା ଥିଲା । ଯାହା ଦୀର୍ଘ 40 ବର୍ଷର ରେକର୍ଡ ଭାଙ୍ଗିଛି । ସହରର କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି, ହେଲେ କିଛି ଘଣ୍ଟା ମଧ୍ୟରେ ଜଳବନ୍ଦୀ ସମସ୍ୟା ଦୂର ହୋଇଯିବ । ବିଶେଜ୍ଞଙ୍କ କହିବା ଅନୁସାରେ, ଦିଲ୍ଲୀରେ ବନ୍ୟା ସୃଷ୍ଟି ହେବା ଆଶଙ୍କା ନାହିଁ । ଦିଲ୍ଲୀ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯମୁନାର ଜଳସ୍ତର ବୃଦ୍ଧି ପାଇଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ପ୍ରକ୍ରିୟା ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ :-ବର୍ଷାରେ ଭାସୁଛି ଉତ୍ତର ଭାରତ, ଏକାଧିକ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ଲଗାଣ ବର୍ଷା ପରେ ଯମୁନା ନଦୀର ଜଳସ୍ତରରେ ବୃଦ୍ଧି ଘଟିଛି । ହରିୟାଣାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଯମୁନା ଫୁଲିବାରେ ଲାଗିଛି । ସଦ୍ୟତମ ବନ୍ୟା ବୁଲେଟିନ ଅନୁସାରେ, ପୁରୁଣା ରେଲଓ୍ବେ ବ୍ରିଜ ନିକଟରେ ଗତକାଲି ଜଳସ୍ତର 203.18 ମିଟର ଥିବା ବେଳେ ଆଜି (ସୋମବାର) ଏହା ବୃଦ୍ଧି ପାଇ 203.58 ମିଟରରେ ପହଞ୍ଚିଛି । ଏହି ସ୍ଥାନରେ ବିପଦ ସଙ୍କେତ 204.5 ମିଟର ରହିଛି । ଯାହାକି ଆଉ ମାତ୍ର ଏକ ମିଟରରୁ କମ ରହିଛି । ହେଲେ ବର୍ଷା ପରିମାଣରେ ହ୍ରାସ ଘଟିବାରୁ ଜଳସ୍ତର କ୍ରମଶଃ ହ୍ରାସ ପାଇବା ସହ ସମ୍ଭାବ୍ୟ ବନ୍ୟା ସ୍ଥିତି ଟଳିବା ନେଇ ବିଶେଷଜ୍ଞ କହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.