ETV Bharat / bharat

Delhi Air Quality: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, 2 ଦିନ ଯାଏ ସ୍କୁଲ ବନ୍ଦ

author img

By ETV Bharat Odisha Team

Published : Nov 3, 2023, 9:50 AM IST

ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ଦୂଷିତ ବାୟୁ । ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଥିବାରୁ ଦୁଇ ଦିନ ଯାଏ ସ୍କୁଲ ଛୁଟି । ଅଧିକ ପଢନ୍ତୁ

EDelhi primary schools to remain closed  Delhi air quality turns severe
Delhi primary schools to remain closed Delhi air quality turns severe

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ଦୂଷିତ ବାୟୁ । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବାରୁ ଦୁଇ ଦିନ ପର୍ଯ୍ୟନ୍ତ ସମସ୍ତ ପ୍ରାଥମିକ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ଏନେଇ ଦିଲ୍ଲୀ ସରାକାରଙ୍କ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଥିଲା ।

ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ବାୟୁର ଗୁଣବତ୍ତା ନିମ୍ନମାନର ରହିବା ସହ ଘନ କୁହୁଡିରେ ଢାଙ୍କି ହୋଇଛି ଜାତୀୟ ରାଜଧାନୀ । କିଛି ଦିନ ହେବ ସକାଳୁ ସକାଳୁ ଅଧିକାଂଶ ସ୍ଥାନ ଧୂଳି ଧୂଆଁରେ ଛାଇ ରହୁଛି । ଫଳରେ ଦୃଶ୍ୟମାନ ହେଉନି ରାସ୍ତାଘାଟ । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ(ସିପିସିବି)ର ସଦ୍ୟତମ ରିପୋର୍ଟ ମୁତାବକ, ଆଜି ଦିଲ୍ଲୀର ମୁଣ୍ଡକାରେ ଏୟାର କ୍ବାଲିଟି ଇନଡେକ୍ସ(ଏକ୍ୟୁଆଇ) ସର୍ବାଧିକ 498 ରେକର୍ଡ କରାଯାଇଛି । ଯାହା ଗମ୍ଭୀର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଟେ । ସେହିପରି ଲୋଦି ରୋଡରେ 438, ଜାହାଙ୍ଗୀରପୁରୀରେ 491 , ଆର.କେ ପୁରମ ଅଞ୍ଚଳରେ ଏବଂ ଆଇଜିଆଇ ବିମାନ ବନ୍ଦରରେ ଯଥାକ୍ରମେ 486 ଏବଂ 473 ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Air Pollution Effects: ମଧୁମେହର କାରଣ ସାଜୁଛି ବାୟୁ ପ୍ରଦୂଷଣ !

ବାୟୁ ଗୁଣାବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଦିଲ୍ଲୀରେ ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଯଦି ବାୟୁ ଗୁଣାବତ୍ତାରେ କୌଣସି ପରିବର୍ତ୍ତନ ନ ଆସେ ତେବେ ପଦକ୍ଷେପ ସ୍ବରୂପ ଦିଲ୍ଲୀରେ ଚାରି ଚକିଆ ଯାନ ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇପାରେ । ଆଗକୁ ଦୀପାବଳି ଆସୁଥିବା ବେଳେ ପ୍ରଦୂଷଣର ମାତ୍ରା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ-Air turns silent killer: ବାୟୁ ପ୍ରଦୂଷଣ ଯୋଗୁଁ ହୋଇପାରେ ସ୍ତନ କର୍କଟ

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-5 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଏ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.