ETV Bharat / bharat

Delhi Pollution: ବିଷ ପାଲଟୁଛି ଦିଲ୍ଲୀ ବାୟୁ, ୩୬୨ରେ ପହଞ୍ଚିଲା AQI

author img

By

Published : Jan 2, 2022, 8:53 AM IST

ଜାତୀୟ ରାଜଧାନୀରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦୂଷଣ(Delhi Air Pollution) । ଆଜି(ରବିବାର) ସକାଳେ ପୁଣିଥରେ ଅତ୍ୟନ୍ତ ଖରାପ ଶ୍ରେଣୀକୁ ଖସିଛି ଦିଲ୍ଲୀ ବାୟୁ ଗୁଣବତ୍ତା । ଅଧିକ ପଢନ୍ତୁ

Delhi Pollution: ବିଷ ପାଲଟୁଛି ଦିଲ୍ଲୀ ବାୟୁ, ୩୬୨ରେ ପହଞ୍ଚିଲା AQI
Delhi Pollution: ବିଷ ପାଲଟୁଛି ଦିଲ୍ଲୀ ବାୟୁ, ୩୬୨ରେ ପହଞ୍ଚିଲା AQI

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦୂଷଣ(Delhi Air Pollution) । ଦିନକୁ ଦିନ ବିଗୁଡୁଛ ଦିଲ୍ଲୀ ବାୟୁ । ଦିଲ୍ଲୀ-ଏନସିଆରରେ ପୁଣିଥରେ ପ୍ରଦୂଷଣ ସ୍ତର (Delhi Pollution Level)ରେ ବୃଦ୍ଧି ରେକର୍ଡ ହୋଇଛି । ଆଜି(ରବିବାର) ସକାଳେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରେ ବାୟୁମାନ ସୂଚକାଙ୍କ(AQI) 362 ରହିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜଣାପଡିଛି ଯେ, ରାଜଧାନୀର କିଛି ଇଲାକାରେ ପ୍ରଦୂଷଣ ସ୍ତର ଗମ୍ଭୀର, କିଛି ସ୍ଥାନରେ ବହୁତ ଖରାପ ଏବଂ ଆଉ କେତେକ ସ୍ଥାନରେ ଖରାପ ଶ୍ରେଣୀରେ ରହିଛି । ଆଜି ସକାଳେ ଦିଲ୍ଲୀ ପ୍ରଦୂଷଣ ସ୍ତର 362 ରେକର୍ଡ କରାଯାଇଛି । ଯଦି ଏନସିଆର କଥା କହିବା ତେବେ ଗାଜିଆବାଦରେ AQI 386, ନୋଏଡାର AQI 378, ଗୁରୁଗ୍ରାମର AQI 382 ରହିଛି ଯାହାକି ଖରାପ ଶ୍ରେଣୀର ଅନ୍ତର୍ଭୁକ୍ତ ଅଟେ ।

ସରକାରୀ ଏଜେନ୍ସି ଅନୁଯାୟୀ, AQI 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.