ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଆଜି(ମଙ୍ଗଳବାର) ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକ(NewsClick) ଅଫିସରେ ଚଢାଉ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ନ୍ୟୁଜ ଅଫିସ ସମେତ ଏଥିରେ କାର୍ଯ୍ୟରତ ସାମ୍ୱାଦିକ ଓ କର୍ମଚାରୀମାନଙ୍କ ଘରେ ଚଢାଉ ଚାଲିଛି । ବିଦେଶୀ ଅଂଶଧନ ବିନିମୟ ଅଧିନିୟମ ଉଲ୍ଲଂଘନ କରି ବିଦେଶୀ ପାଣ୍ଠି ପାଇବା ଅଭିଯୋଗରେ ଦିଲ୍ଲୀ, ଏନସିଆର ସମେତ ପାଖାପାଖି 30ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଉଛି ।
-
#WATCH दिल्ली: न्यूज़क्लिक कार्यालय पर छापेमारी चल रही है।
— ANI_HindiNews (@AHindinews) October 3, 2023 " class="align-text-top noRightClick twitterSection" data="
न्यूज़क्लिक से जुड़े विभिन्न परिसरों पर वर्तमान में 30 से अधिक स्थानों पर छापेमारी चल रही है, अभी तक कोई गिरफ्तारी नहीं हुई है। pic.twitter.com/Ka8llOYEjq
">#WATCH दिल्ली: न्यूज़क्लिक कार्यालय पर छापेमारी चल रही है।
— ANI_HindiNews (@AHindinews) October 3, 2023
न्यूज़क्लिक से जुड़े विभिन्न परिसरों पर वर्तमान में 30 से अधिक स्थानों पर छापेमारी चल रही है, अभी तक कोई गिरफ्तारी नहीं हुई है। pic.twitter.com/Ka8llOYEjq#WATCH दिल्ली: न्यूज़क्लिक कार्यालय पर छापेमारी चल रही है।
— ANI_HindiNews (@AHindinews) October 3, 2023
न्यूज़क्लिक से जुड़े विभिन्न परिसरों पर वर्तमान में 30 से अधिक स्थानों पर छापेमारी चल रही है, अभी तक कोई गिरफ्तारी नहीं हुई है। pic.twitter.com/Ka8llOYEjq
ବେଆଇନ ଭାବେ ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଦିଲ୍ଲୀ ପୋଲିସର ରେଡ୍ କରିଛି । ଏହି ରେଡରେ ପାଖାପାଖି 100 ଅଧିକାରୀ ସାମିଲ ଅଛନ୍ତି । ଏଥିରେ ଅର୍ଦ୍ଧସାମରିକ ଫୋର୍ସ ମଧ୍ୟ ସାମିଲ ଅଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଡିଜିଟାଲ ନ୍ୟୁଜ ଓ୍ବେବସାଇଟ ନ୍ୟୁଜକ୍ଲିକ ଅଫିସ ଉପରେ ଚଢାଉ କରିବା ସହ ଏହାର କିଛି କର୍ମଚାରୀ ଓ ସାମ୍ୱାଦିକମାନଙ୍କୁ ପଚରାଉଚରା କରିଛି । ରେଡ ସମୟରେ ପୋଲିସ ମୋବାଇଲ, ଲ୍ୟାପଟପ, କମ୍ପ୍ୟୁଟର ସମେତ ଅନେକ ଇଲେକ୍ଟ୍ରୋନିକ ଡିଭାଇସ ଜବତ କରିଛି । ହାର୍ଡ ଡିକ୍ସ ଡେଟା ମଧ୍ୟ ଜବତ କରିଥିବା ମଧ୍ୟ ସୂଚନା ରହିଛି ।
ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (UAPA) ଆଧାରରେ ମାମଲା ଦାୟର କରାଯାଇଛି । ଏବେ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି । କିଛି ସାମ୍ୱାଦିକମାନଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନ ନିଆଯାଇଥିବା ସୂଚନା ରହିଛି । କହିରଖୁଛୁ କି, ଚୀନ ନୀତିର ପ୍ରଚାର ପ୍ରସାର ପାଇଁ ନ୍ୟୁଜକ୍ଲିକ ପୋର୍ଟାଲ ପାଣ୍ଠି ପାଉଥିବା କିଛି ଦିନ ତଳେ ଅଭିଯୋଗ ହୋଇଥିଲା ।
ଏହାମଧ୍ୟ ପଢନ୍ତୁ.. ମୋଷ୍ଟ ଓ୍ବାଣ୍ଟେଡ୍ ଶାହନବାଜ ଗିରଫ, ଦିଲ୍ଲୀରେ ବଡ ଆତଙ୍କୀ ଆକ୍ରମଣର କରୁଥିଲା ଯୋଜନା
2021ରେ ନ୍ୟୁଜ କ୍ଲିକ ଓ ଏହାର ଫଣ୍ଡିଂ ଉତ୍ସଗୁଡିକର ଯାଞ୍ଚ କରାଯାଇଥିଲା । ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ବିଭାଗ ଏହି ମାମଲାରେ ଯାଞ୍ଚ କରିଥିଲା । ସେହି ସମୟରେ ମନି ଲଣ୍ଡରିଂ ମାମଲା ଦାୟର କରିବା ସହ ନ୍ୟୁଜ କ୍ଲିକର ସମ୍ପତ୍ତି ମଧ୍ୟ ଆଟାଚ କରିଥିଲା ଇଡି । ଟିକସ ଫାଙ୍କିବା ଅପରାଧରେ 2021ରେ ଇନକମ ଟ୍ୟାକ୍ସ ଅଧିକାରୀ ମଧ୍ୟ ନ୍ୟୁଜକ୍ଲିକ ଅଫିସରେ ତଲାସି ନେଇଥିଲେ ।
ଅନ୍ୟପଟେ ଏହି ମାମଲାକୁ ନେଇ କେନ୍ଦ୍ର ସୂଚନା ପ୍ରସାରଣ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପୋଲିସ ନିଜର କାମ କରୁଛି । ଯଦି କେହି ଭୁଲ କରିଥିବେ ତ ତାଙ୍କ ଉପରେ ଯାଞ୍ଚ ଏଜେନ୍ସି କାମ କରିବ । ଯାଞ୍ଚ ଏଜେନ୍ସୀ ସ୍ବାଧିନ ଅଟେ ଓ ସେ ନିଜର କାମ ନିୟମ ମଧ୍ୟରେ କରିଥାଏ । ତେବେ କିଛି ଦିନ ପୂର୍ବେ ସଂସଦରେ ମଧ୍ୟ ନ୍ୟୁଜକ୍ଲିକ ପ୍ରସଙ୍ଗ ଉଠାଇଥିଲା ବିଜେପି । ନ୍ୟୁଜକ୍ଲିକରେ ଚୀନ ଫାଣ୍ଠିକୁ ନେଇ ରାହୁଲ ଗାନ୍ଧୀ ଓ କଂଗ୍ରେସକୁୁ ଟାର୍ଗେଟ କରିଥିଲା ବିଜେପି । ନ୍ୟୁଜକ୍ଲିକ ପ୍ରସଙ୍ଗରେ ଉତ୍ତର ରଖିବାକୁ ରାହୁଲ ଗାନ୍ଧୀଙ୍କୁ କହିଥିଲା ବିଜେପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ