ETV Bharat / bharat

ବଡ଼ ଷଡଯନ୍ତ୍ର ପଣ୍ଡ, ସ୍ବାଧୀନତା ଦିବସ ଦିନକ ପୂର୍ବରୁ ଦିଲ୍ଲୀରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ - ଦିଲ୍ଲୀରୁ ଅସ୍ତ୍ରଶସ୍ତ୍ର ଜବତ

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ:

huge weapon recovered
huge weapon recovered
author img

By

Published : Aug 13, 2021, 9:11 PM IST

ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଦିଲ୍ଲୀ ପୋଲିସକୁ ସଫଳତା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । 55ଟି ବନ୍ଧୁକ ସହ 50ଟି ଅଫୁଟା ଗୁଳି ଜବତ କରିଛି । ଏହି ମାମଲାରେ ପୋଲିସ 4 ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ରାଜବୀର ସିଂ, ଧୀରଜ, ବିନୋଦ, ଏବଂ ଧର୍ମେନ୍ଦ୍ର । ଜବତ ହତିଆରକୁ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ସ୍ବାଧୀନତା ଦିବସ ପାଇଁ ଅଧିକ ସଜାଗ ରହିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଠିକ ଏହି ସମୟରେ କିଛି ବନ୍ଧୁକ ଚାଲାଣକାରୀ ଦିଲ୍ଲୀରେ ଥିବା ସୂଚନା ପାଇଁ ଚଢାଉ କରିଥିଲା ଦିଲ୍ଲୀ ପୋଲିସ । ସେପଟେ ଆଜି (ଶୁକ୍ରବାର) ପଞ୍ଜାବ ଅମ୍ରିତସରରୁ ମଧ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ସନ୍ଦେହଜନକ ଅବସ୍ଥାରେ ଏକ ଅଳିଆଗଦାରୁ ଗ୍ରେନେଡ ଭଳି ଦିଶୁଥିବା ବିସ୍ଫୋରକ ସାମଗ୍ରୀ ପ୍ରଥମେ ଜଣେ ଝାଡୁଦାର ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ । ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଏହାକୁ ନିଷ୍କ୍ରିୟ କରିଥିଲା ।

ତେବେ ସ୍ବାଧୀନତା ଦିବସକୁ ନଜରରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.