ETV Bharat / bharat

Sexual Harassment Case: WFI ମୁଖ୍ୟଙ୍କ ନାଁରେ ୨ଟି ଏତଲା ଦାୟର - ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ

ବଢିଲା ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର କନାଟ ପ୍ଲେସ ଥାନାରେ ରୁଜୁ ହେଲା ମାମଲା । ଅଧିକ ପଢନ୍ତୁ

sexual harassment case
sexual harassment case
author img

By

Published : Apr 29, 2023, 7:34 AM IST

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର(WFI)ର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ରୁଜୁ ହେଲା ଏତଲା । ମହିଳା କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ପରେ ରୁଜୁ ହେଲା ମାମଲା । ଦିଲ୍ଲୀର କନାଟ ପ୍ଲେସ ପୋଲିସ ଷ୍ଟେସନରେ ଦୁଇଟି ମାମଲା ରୁଜୁ କରିଛି ପୋଲିସ । ଏନେଇ ଗତକାଲି(ଶୁକ୍ରବାର) ରାତି ୧୦ଟାରେ ଦିଲ୍ଲୀ ପୋଲିସ କହିଛି ଯେ, "ମହିଳା ରେସଲରଙ୍କ ଅଭିଯୋଗ ଆଧାରରେ ଦୁଇଟି ଏଫଆଇଆଇ ପଞ୍ଜିକୃତ ହୋଇଛି । ଦୁଇଟି ମାମଲା ମଧ୍ୟରୁ ପ୍ରଥମଟି ଗୋଟିଏ ନାବାଳିକା ପୀଡିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ପକ୍ସୋ ଆକ୍ଟ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅନ୍ୟଟି ଜଣେ ମହିଳା କୁସ୍ତି ଯୋଦ୍ଧାଙ୍କ ଆଧାରରେ ରୁଜୁ ହୋଇଛି । ଉଭୟଙ୍କ ମାମଲାକୁ ଗମ୍ଭୀରତାର ସହକାରେ ତଦନ୍ତ କରାଯିବ । "

ପ୍ରଥମେ ୨୧ ଏପ୍ରିଲରେ ହୋଇଥିଲା ଅଭିଯୋଗ: ଗତ ଏପ୍ରିଲ ୨୧ ତାରିଖ ଦିନ ଜଣେ ନାବାଳିକା ସମେତ ୭ଜଣ କୁସ୍ତି ଯୋଦ୍ଧା ରେସଲିଂ ଫେଡେରେସନ ଅଫ ଇଣ୍ଡିଆରର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଥିଲେ । ପୋଲିସ ଏହି ମାମଲା ପଞ୍ଜିକୃତ ନକରିବାରୁ କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ୨ଟି ମାମଲା ଦାୟର କରିଛି ପୋଲିସ । ମେ ୧୭ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ: WFI Controversy: 6 ଦିନ ହେବ ଧାରଣାରେ କୁସ୍ତିଯୋଦ୍ଧା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ମାମଲା ଦାୟର କରିବା ପାଇଁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ: ଗତକାଲି(ଶୁକ୍ରବାର) ସୁପ୍ରିମକୋର୍ଟରେ ଏହାର ପ୍ରଥମ ଶୁଣାଣି ହୋଇଥିଲା । କୁସ୍ତି ଯୋଦ୍ଧାଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ କୁସ୍ତି ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ କୋର୍ଟକୁ କହିଥିଲେ । ସେ କୁସ୍ତି ଯେଦ୍ଧାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ପାଇଁ କୋର୍ଟକୁ ନିବେଦନ କରିଥିଲେ । ସେ କହିଥିଲେ, "କୁସ୍ତି ଯୋଦ୍ଧାମାନଙ୍କୁ ଧମକ ଦିଆଯାଇଥିବାର ଆମପାଖେ ପ୍ରମାଣ ରହିଛି ।" ଏହାପରେ ଦିଲ୍ଲୀ ପୋଲିସ ମାମଲା ପଞ୍ଜିକରଣ କରିବା ପାଇଁ କହିଥିଲେ । ବରିଷ୍ଠ ଓକିଲଙ୍କ ଠାରୁ ଏହା ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ କୁସ୍ତିଯୋଦ୍ଧାଙ୍କ ମାମଲା ରଖିବା ପାଇଁ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ ପୋଲିସକୁ ଏକ ଆଫିଡେବିଟ ଦାଖଲ କରିବା ପାଇଁ କହିଛନ୍ତି । ପୋଲିସକୁ କୋର୍ଟ କହିଛନ୍ତି, "ନାବାଳିକାଙ୍କ ସହ କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ କରିବା ସହ ସେମାନଙ୍କୁ ସୁରକ୍ଷା ଦିଆଯାଉ ।" ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ରେସଲର ବିନେଶ ଫୋଗାଟ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୌଣସି କମିଟି, କ୍ରୀଡା ମନ୍ତ୍ରଣାଳୟ କିମ୍ବା ଆଇଓଏ କେହି ଆମକୁ ବୁଝୁ ନାହାନ୍ତି, ଏହି ଶୁଣାଣି ପରେ ସୁପ୍ରିମକୋର୍ଟଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କଲେ ବ୍ରିଜଭୂଷଣ ଶରଣ ସିଂହ: ରେସଲିଂ ଫେଡେରେସନ ଅଫ ଇଣ୍ଡିଆରର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବା ପରେ ଏହାକୁ ସ୍ବାଗତ କରିଛନ୍ତି ସେ । ବ୍ରିଜଭୂଷଣ କହିଛନ୍ତି,"ସମସ୍ତ ପ୍ରକାର ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ଅଛି । ସବୁ ଦିଗରେ ଦିଲ୍ଲୀ ପୋଲିସ ସହ ସହଯୋଗ କରିବି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.