ETV Bharat / bharat

Wrestler Protest: କାହିଁକି ମହିଳା କୁସ୍ତିଯୋଦ୍ଧାଙ୍କୁ ଧରି ବ୍ରିଜଭୂଷଣଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ ? - ଦିଲ୍ଲୀ ପୋଲିସ

କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରହିଥିବା ବେଳେ ମହିଳା କୁସ୍ତିଯୋଦ୍ଧାଙ୍କୁ ଧରି ବ୍ରିଜଭୂଷଣଙ୍କ ଘରେ ପହଞ୍ଚିଛି ଦିଲ୍ଲୀ ପୋଲିସ । ଜାଣନ୍ତୁ କାରଣ

Etv Bharat
Etv Bharat
author img

By

Published : Jun 9, 2023, 4:51 PM IST

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା କୁସ୍ତିଯୋଦ୍ଧା ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ରହିଛି ଯୌନ ନିର୍ଯାତନା ମାମଲା । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ଏହି ମାମଲା ରୁଜୁ କରିଛି । ତେବେ ଏହାରି ମଧ୍ୟରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଧରି ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ଘରେ ପହଞ୍ଚିଛି । ସୂତ୍ରର ସୂଚନା ମୁତାବକ କ୍ରାଇମ ସିନ୍‌ର ରିକ୍ରିଏସନ ପାଇଁ ଦିଲ୍ଲୀ ପୋଲିସ ଅଭିଯୋଗ ଆଣିଥିବା ମହିଳା କୁସ୍ତିଯୋଦ୍ଧାଙ୍କୁ ଧରି ବ୍ରିଜଭୂଷଣଙ୍କ ଘରେ ପହଞ୍ଚିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ-Wrestlers Meet Minister: 15 ସୁଦ୍ଧା ତଦନ୍ତ ଶେଷ, 6 ଘଣ୍ଟାର ଆଲୋଚନା ପରେ ମିଳିଲା ପ୍ରତିଶ୍ରୁତି

ଜଣେ ମହିଳା କୁସ୍ତିଯୋଦ୍ଧା ଅଭିଯୋଗ ଆଣିଥିଲେ ଯେ ସାଂସଦ ବ୍ରିଜଭୂଷଣ ନିଜ ବାସଭବନରେ ଉକ୍ତ କୁସ୍ତିଯୋଦ୍ଧାଙ୍କ ସହିତ ଅସଦାଚରଣ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ଘରେ ପହଞ୍ଚିଛି । ଏହି ମାମଲାରେ ବ୍ରିଜଭୂଷଣଙ୍କୁ ପଚରାଉଚରା ମଧ୍ୟ କରାଯିବ । ଅନ୍ୟପଟେ ବ୍ରିଜଭୂଷଣଙ୍କ ବାସଭବନ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମିଥିବା ବେଳେ କାହାକୁ ଭିତରକୁ ଯିବାକୁ ଅନୁମତି ଦିଆଯାଇନାହିଁ । ଗତ ୭ ତାରିଖରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ବୈଠକ ପରେ ଆସନ୍ତା ୧୫ ତାରିଖ ଯାଏଁ ସ୍ଥଗିତ ରହିଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ୧୫ ତାରିଖରେ ବ୍ରିଜଭୂଷଣଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ ପ୍ରକ୍ରିୟା ମଧ୍ୟ ଶେଷ ହେବ ।

ଏଣୁ ଦିଲ୍ଲୀ ପୋଲିସ ମଧ୍ୟ ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିଛି । ମାମଲାର ତଦନ୍ତ ପରେ ଆସନ୍ତା ୧୫ ତାରିଖରେ ଦିଲ୍ଲୀ ପୋଲିସ କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିବ । ତେବେ ପୋଲିସ ଏହି ମାମଲାରେ ଚୂଡ଼ାନ୍ତ ରିପୋର୍ଟ କିମ୍ବା ଚାର୍ଜସିଟ ଦାଖଲ କରିବା ନେଇ ନିଷ୍ପତ୍ତି ନିଆଯାଇନାହିଁ । ଗତ ୭ ତାରିଖରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ପ୍ରମୁଖ କ୍ରୀଡ଼ାମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଦୀର୍ଘ ୬ ଘଣ୍ଟାର ବୈଠକ ପରେ ଆନ୍ଦୋଳନ ୧୫ ତାରିଖ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ କୁସ୍ତିଯୋଦ୍ଧା ।

'ଆପତ୍ତିଜନକ ମନ୍ତବ୍ୟ ଦେଇନାହାନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା':- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ଆପତ୍ତିଜନକ ମନ୍ତବ୍ୟ (Hate Speech) ଓ ନାରାବାଜି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ହେଲେ ସେପରି କୌଣସି ମନ୍ତବ୍ୟ କୁସ୍ତିଯୋଦ୍ଧାମାନେ ଦେଇନାହାନ୍ତି ବୋଲି ସ୍ପଷ୍ଟ ହୋଇଛି । ଦିଲ୍ଲୀ ପୋଲିସ ଏନେଇ ଏକ ରିପୋର୍ଟ କୋର୍ଟରେ ଦାଖଲ କରଛି । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଭିନେଶ ଫୋଗାଟ ଏପରି କୌଣସି ମନ୍ତବ୍ୟ ଦେଇନଥିବାରୁ ଆବେଦନକୁ ଖାରଜ କରିବା ଲାଗି ଦିଲ୍ଲୀ ପୋଲିସ ନିଜ ରିପୋର୍ଟରେ ଦର୍ଶାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.