ETV Bharat / bharat

Delhi Gold Heist: ଛତିଶଗଡ଼ରୁ ହାଇପ୍ରୋଫାଇଲ ଚୋର ଗିରଫ, ଲୁଟିଥିଲା 25 କୋଟିର ଅଳଙ୍କାର - ଦିଲ୍ଲୀ 25 କୋଟି ଡକାୟତି ଘଟଣା

ଦିଲ୍ଲୀ ଭୋଗଲ ଜୁଏଲାରୀ ଦୋକାନରେ 25 କୋଟି ମୂଲ୍ୟ ଅଳଙ୍କାର ଡକାୟତିର ପର୍ଦ୍ଦାଫାଶ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 29, 2023, 9:05 PM IST

Updated : Sep 30, 2023, 7:02 AM IST

ନୂଆଦିଲ୍ଲୀ: ଗିରଫ ହେଲା ଜାତୀୟ ରାଜଧାନୀ ଦିଲ୍ଲୀର ହାଇପ୍ରୋଫାଇଲ ଚୋର । ଦିଲ୍ଲୀ ପୋଲିସ ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ ଏହି ହାଇପ୍ରୋଫାଇଲ ଚୋରକୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ 3ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି । ଏମାନଙ୍କ ନିକଟରୁ 18 କେଜି ସୁନା ହୀରା ଅଳଙ୍କାର ସମେତ 12.50 ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି ।

ମୁଖ୍ୟ ଅଭିଯୁକ୍ତର ନାମ ଲୋକେଶ ଚୌଧୁରୀ ବୋଲି ଜଣାପଡ଼ିଛି । ସେ ଏକାକୀ ଏଭଳି ବଡ଼ ଧରଣର ଡକାୟତି କରିଥିଲା । ମୁଖ୍ୟ ଅଭିଯୁକ୍ତ ଲୋକେଶ ସେପ୍ଟେମ୍ବର 24 ତାରିଖରେ ଏହି ଜୁଏଲାରୀ ଦୋକାନର ପାଖ ବିଲ୍ଡିଂକୁ ଯାଇଥିଲା । ଆଉ ସେପ୍ଟେମ୍ବର 25 ରାତିରେ ଏହି ଡକାୟତି କରିଥିଲା । ତେବେ ଛତିଶଗଡ଼ ପୋଲିସ ଦିଲ୍ଲୀର ଏହି ହାଇପ୍ରୋଫାଇଲ ଚୋରି ସମ୍ପର୍କରେ ଅବଗତ ଥିଲା । ଏହାପରେ ଛତିଶଗଡ଼ର ଦୁର୍ଗରୁ ମୁଖ୍ୟ ଅଭିଯୁକ୍ତ ଲୋକେଶକୁ ଗିରଫ କରିଥିଲା । ସୁନା ଅଳଙ୍କାର ଚୋରି କରିବା ପରେ ଅଭିଯୁକ୍ତ ଛତିଶଗଡ଼ ପଳାଇଥିଲା । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା ।

ଏହା ବି ପଢନ୍ତୁ- Delhi: କଂକ୍ରିଟ ଛାତ କାଟି ଜୁଏଲାରୀ ଶୋ’ ରୁମରୁ 25 କୋଟିର ଗହଣା ଲୁଟିନେଲେ ଦୁର୍ବୃତ୍ତ

ଛତିଶଗଡ଼ ବିଳାସପୁର ଏସପି ସନ୍ତୋଷ ସିଂଙ୍କ କହିବା ଅନୁସାରେ, "ଦୁର୍ଗରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇଛି । ଉକ୍ତ ଅଭିୟୁକ୍ତ ବିରୋଧରେ 7ରୁ 8ଟି ଚୋରି ମାମଲା ରହିଛି । ସନ୍ଦିଗ୍ଧର ଅନ୍ୟ ଜଣେ ସହଯୋଗୀକୁ କୱର୍ଦ୍ଧାରୁ ଗିରଫ କରାଯାଇଥିବା ବେଳେ ତା' ନିକଟରୁ 23 ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରାଯାଇଥିଲା । ଏହିପରି ଭାବରେ ପୋଲିସ ସହଯୋଗୀଙ୍କ ଜରିଆରେ ମୁଖ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିଥିଲା। " ସେପଟେ ବିଳାସପୁର ଏଏସପି ସଞ୍ଜୟ ଧ୍ରୁବଙ୍କ କହିବା ଅନୁସାରେ ଛତିଶଗଡ଼ ଓ ଦିଲ୍ଲୀ ପୋଲିସର ମିଳିତ ଅପରେସନର ଦିଲ୍ଲୀର ଏହି ହାଇପ୍ରୋଫାଇଲ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇପାରିଛି ।" ତେବେ ସେ ରାତିରେ ଦୋକାନ ଭିତରେ ଶୋଇଥିଲା ।

ଏହା ବି ପଢନ୍ତୁ- ଉଲଗ୍ନ ହୋଇ ଚୋରି କରୁଛି ଚୋର ! ସିସିଟିଭିରେ କଏଦ ପୁରା ଘଟଣା

ସୂଚନା ଥାଉ କି ଚଳିତ ସପ୍ତାହରେ ଏହି ହାଇପ୍ରୋଫାଇଲ ଚୋର ଦିଲ୍ଲୀ ଭୋଗଲ ଅଞ୍ଚଳର ଏକ ଜୁଏଲାରୀ ଦୋକାନରୁ 20ରୁ 25 କୋଟି ମୂଲ୍ୟର ସୁନା ଅଳଙ୍କାର ଚୋରି କରିଥିଲେ । ପ୍ରଥମେ ସେମାନେ ଦୋକାନ ଭିତରକୁ ପ୍ରବେଶ କରିବା ପରେ ଷ୍ଟ୍ରଙ୍ଗ ରୁମର କାନ୍ଥ କଣା କରି ଏହି ଲୁଟପାଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 30, 2023, 7:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.